ଏହି ଜିନିଷରେ ପ୍ରସନ୍ନ ହୋଇଥାନ୍ତି ଶ୍ରୀକୃଷ୍ଣ, ଜନ୍ମାଷ୍ଟମୀରେ ରାଶି ଅନୁସାରେ ଦାନ କରନ୍ତୁ ଏହି ଜିନିଷ

ଜନ୍ମାଷ୍ଟମୀ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ଏହି ରାତିରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଟରେ ଜନ୍ମ ନେଇଥିଲେ । ଭଗବାନଙ୍କର ଜନ୍ମ ଦିନକୁ ବଡ଼ ଉତ୍ସୁକତାର ଓ ଶ୍ରଦ୍ଧାର ସହ ହିନ୍ଦୁମାନେ ପାଳନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଏହି ଦିନରେ ଦାନକୁ ଶୁଭ ମନାଯାଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ତେଣୁ ଏହି ଦିନ ଆପଣଙ୍କ ରାଶି ଅନୁସାରେ କେଉଁ ଜିନିଷ ଦାନ କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି ଆସନ୍ତୁ ଜାଣିବା ।

ମେଷ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀରେ ମେଷ ରାଶିର ବ୍ୟକ୍ତି ଗହମ ଦାନ କଲେ ଜୀବନରୁ କଷ୍ଟ ଦୂର ରହିଥାଏ ।

ବୃଷ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଚିନି ଦାନ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଗରିବଙ୍କୁ ଅନ୍ନ ଦାନ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

କର୍କଟ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଚାଉଳ ଦାନ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

ସିଂହ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ସକାଳୁ ଉଠି ଆଦିତ୍ୟ ହୃଦୟ ସ୍ତ୍ରୋତ ୩ ଥର ପାଠ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଅନ୍ନ ଦାନ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

ତୁଳା ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ବସ୍ତ୍ର ଦାନ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

ବିଛା ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଗହମ ଦାନ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

ଧନୁ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଧାର୍ମିକ ପୁସ୍ତକ ଦାନ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

ମକର ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ରାଶି ବା ତିଳ ଦାନ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

କୁମ୍ଭ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଗୀତାର ୫ମ ଓ ୮ମ ଅଧ୍ୟାୟ ପାଠ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

ମୀନ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ମୟୁର ଚୁଳ ଓ ବଂଶୀ ଅର୍ପଣ କରନ୍ତୁ । ଭଗବାନଙ୍କ ଆଶିର୍ବାଦ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.