ମନସୁନରେ ରୋଡ୍ ଟ୍ରିପରେ ଯାଉଛନ୍ତି କି, ତା’ହେଲେ ହାଇୱେରେ ଥିବା ଏହି ସବୁ ଢାବାରେ ଖାଇବାକୁ ଭୁଲନ୍ତୁ ନି

ମନସୁନରେ ପ୍ରାକ୍‌ତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ଆନନ୍ଦ ହିଁ କିଛି ଅଲଗା। ଏମିତିରେ କେହି କେହି ନିଜ ସାଙ୍ଗସାଥୀଙ୍କ ସହ ତ ଆଉ କେହି ପରିବାର ଲୋକଙ୍କ ସହ ରୋଡ୍ ଟ୍ରିପ ପ୍ଲାନ୍ କରିଥାଆନ୍ତି। ରୋଡ୍ ଟ୍ରିପବେଳେ ସବୁଠାରୁ ସ୍ମରଣୀୟ କଥା ହେଉଛି, ରାସ୍ତାପାର୍ଶ୍ବ ଢାବାରେ ଡିନର କରିବା। ଏଠି ବସି ଖାଇବାରେ ଯେଉଁ ମଜା ଅଛି, ତାହା ବଡ଼ ବଡ଼ ତାରକା ହୋଟେଲରେ ମିଳି ନ ଥାଏ। ଆସନ୍ତୁ ଜାଣିବା, ହାଇୱେରେ ଉପଲବ୍ଧ ଏଭଳି କିଛି ଉତ୍କଷ୍ଟ ଢାବା ବିଷୟରେ।

amrik sukhdevଅମରିକ ସୁଖଦେବ

ଦିଲ୍ଲୀ-ଚଣ୍ଡୀଗଡ଼ ଏନ୍ଏଚ୍ ୧ରେ ଥିବା ‘ଅମରିକ ସୁଖଦେବ’ ଢାବା ଦିଲ୍ଲୀଠାରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ। ଏହି ଢାବା ୧୨ ପ୍ରକାରର ପରଟା ତିଆରି କରିବାରେ ପ୍ରସିଦ୍ଧ। ଏଠାକୁ ଲୋକେ ସୁହାଇଲା ଭଳି ଦାମରେ ପରଟା ଖାଇବାକୁ ଆସିଥାଆନ୍ତି। ଆଉ ଏହା ସହିତ ଲସି ପିଇବାର ମଜା ବି ନିଅନ୍ତି। ଯଦି ଆପଣ ଲସି ପସନ୍ଦ କରନ୍ତିନି, ତା’ହେଲେ ପରଟା ସହିତ ଚା’ ବି ନେଇପାରିବେ। ଏହି ଢାବାରେ ୨ଜଣ ଲୋକଙ୍କ ପାଇଁ ଖାଇବା ପାଖାପାଖି ୪୦୦ ଟଙ୍କା ଭିତରେ ଆରାମରେ ହୋଇଯିବ।

cheetal grandଚିତଲ ଗ୍ରାଣ୍ଡ

ଦିଲ୍ଲୀରୁ ଡେରାଡୁନ୍ ଯିବା ରାସ୍ତାରେ ଅନେକ ଢାବା ପଡ଼ିଥାଏ। ଆପଣ ଯେଉଁଠିକୁ ବି ଯାଇ ଲଞ୍ଚ୍ କିମ୍ବା ଡିନର କରିପାରିବେ। ତେବେ ଏଠାରେ ଥିବା ‘ଚିତଲ ଗ୍ରାଣ୍ଡ’ର ଡିମାଣ୍ଡ କାହିଁରେ କ’ଣ। ଏହି ରେଷ୍ଟରାଣ୍ଟ ୨୪ ଘଣ୍ଟା ଖୋଲା ରହିଥାଏ। ଏଠି ଆପଣଙ୍କ ମନ ପସନ୍ଦର ପରଟା ସାଥୀରେ ଉତ୍ତର ଭାରତୀୟ ଖାଦ୍ୟ ମିଳିଯିବ।

haveliଜଳନ୍ଧର ହଭେଲି

ଜଳନ୍ଧର-ଫଗୱାଡା ହାଇୱେରେ ଥିବା ଏହି ହଭେଲି ଢାବାଠାରୁ ରେଷ୍ଟରାଣ୍ଟର ଲୁକ୍ ଅଧିକ ଦେଇଥାଏ। ଯଦି ଆପଣ ପଞ୍ଜାବ ବୁଲିବାକୁ ଆସିଛନ୍ତି, ତେବେ ଏଠାରେ ସ୍ବାଦିଷ୍ଟ ପଞ୍ଜାବୀ ଖାଦ୍ୟ ଖାଇବାକୁ ଆଦୌ ଭୁଲନ୍ତୁନି। ଏଠାକାର ଅମ୍‌ତସର ଛୋଲେ, କଡି, ପରଟା ଓ ଲସିର ସ୍ବାଦ ଆପଣ ସବୁଦିନ ପାଇଁ ମନେ ରଖିଥିବେ। ଗରମ ଗରମ ପରଟା ସହିତ ଧଳା ଲହୁଣୀ ପକାଇ ଏଠାରେ ପରସା ଯାଇଥାଏ।

ଏହା ସହ ପଢ଼ନ୍ତୁ : ଭାରତର ସବୁଠାରୁ ରହସ୍ୟମୟ ଦୁର୍ଗ, ଯାହା ଅଚାନକ ଗାଏବ ହୋଇଯାଏ

modern dhabaମର୍ଡନ ଢାବା

କାଲକା-ଶିମଲା ରାଜରାସ୍ତାରେ ଥିବା ‘ମର୍ଡନ ଢାବା’ ଦୁଇଟି ଛୋଟିଆ ଜାଗାରେ ଖୋଲାଯାଇଛି। କିନ୍ତୁ ଏଠାକାର ରାଜମା ରାଉଳର ଭାତ ବହୁତ ପ୍ରସିଦ୍ଧ। ସବୁ ସମୟରେ ଲୋକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କୁ ଆମିଷ ପସନ୍ଦ, ତା’ହେଲେ ଏହି ରାସ୍ତାରେ ଗଲେ ଜ୍ଞାନୀ ଢାବା ମିଳିଯିବ, ଯେଉଁଠି ବଟର ଚିକେନ୍ ଓ ଲେମନ୍ ଚିକେନ୍ର ସ୍ବାଦ ଖୁବ୍ ନିଆରା। ଶିମଲା କିମ୍ବା କସୌଲି ଯିବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଦୁଇଟି ଢାବା ବେଶ୍ ସୁହାଇବ।

Leave A Reply

Your email address will not be published.