ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ

ପୁଣି ମାତିଲେ ମଦ ମାଫିଆ । ଦେଶୀ ମଦ ଭାଟି ଉପରେ ଚଢାଉ କରିବାକୁ ଯାଇଥିଲେ ଅବକାରୀ ବିଭାଗ । ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ନିଶା ମାଫିଆ। ଅବକାରୀ ବିଭାଗର କର୍ମଚାରୀଙ୍କୁ ଉଦ୍ଧାର କଲା ଖୁଣ୍ଟୁଣୀ ପୋଲିସ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ ।

ଆଠଗଡ଼(କେନ୍ୟୁଜ୍‌): ପୁଣି ମାତିଲେ ମଦ ମାଫିଆ । ଦେଶୀ ମଦ ଭାଟି ଉପରେ ଚଢାଉ କରିବାକୁ ଯାଇଥିଲେ ଅବକାରୀ ବିଭାଗ । ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ନିଶା ମାଫିଆ। ଅବକାରୀ ବିଭାଗର କର୍ମଚାରୀଙ୍କୁ ଉଦ୍ଧାର କଲା ଖୁଣ୍ଟୁଣୀ ପୋଲିସ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ ।

ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନେତୃତ୍ୱର ଏକ ଟିମ୍‌ ଉକ୍ତ ଗାଁରେ ପହଞ୍ଚି ମଦ ଭାଟି ଉପରେ ଚଢ଼ଉ କରିଥିଲେ। ଏପରିକି ମଦ ମାଫିଆଙ୍କୁ ଗିରଫ କରିଥିଲେ। ଠିକ୍‌ ସେହି ସମୟରେ ତାତି ଯାଇଥିଲେ ନିଶା ମାଫିଆଙ୍କ ପରିବାର ଲୋକ। ଅବକାରୀ ବିଭାଗର ଗାଡି ଭାଙ୍ଗାରୁଜା କରିଥିଲେ । ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଏହା ଅଟକ ରହିଥିବା ନିଶା ମାଫିଆଙ୍କୁ ଛଡ଼ାଇ ନେବା ପାଇଁ ଚେଷ୍ଟା କରିଥିଲେ ।

ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଖୁଣ୍ଟୁଣୀ ଡ଼ାଳୁଆ ଗାଁର ରବିନ୍ଦ୍ର ସ୍ଵାଇଁ ( ବୁଟୁରି) କୁ ଧରିବା ବେଳେ ଖୁଣ୍ଟୁଣୀ ପୋଲିସ୍ ଉପସ୍ଥିତିରେ ୧୦ରୁ ଉର୍ଦ୍ଧ୍ବ ଚୋରା ଦେଶୀ ମଦ ମାଫିଆ ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଅବକାରୀ କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଗାଳି ଗୁଲଜ ଓ ଗାଡ଼ି ଭଙ୍ଗାରୁଜା କରିଥିଲେ ମଦ ମାଫିଆଙ୍କ ପରିବାର ଲୋକ।

ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଏନେଇ ଖୁଣ୍ଟୁଣୀ ଥାନାରେ ଏତଲା ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସ୍ଵାଇଁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ସେପଟେ ଆଠଗଡ଼ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପ୍ରତିବାଦରେ ଡାଳୁଆ ଗ୍ରାମର ମହିଳା ମାନଙ୍କ ପକ୍ଷରୁ ଆଠଗଡ଼ ଅବକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଛି। ୫୦ରୁ ଉର୍ଦ୍ଧ୍ବ ମହିଳା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପାଚେରି ଡେଇଁ ଗେଟ ଭାଙ୍ଗି ପଶିବାକୁ ଉଦ୍ୟମ କରିଥିଲେ । ଅବକାରୀ କର୍ମଚାରୀଙ୍କ ସହ ମହିଳାମାନଙ୍କର ମୁହାଁମୁହିଁ ହୋଇଥିଲା। ଏନେଇ ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ମହିଳା ମାନଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ମାରପିଟ୍‌ ଓ ଗାଡ଼ି ଭଙ୍ଗାରୁଜା ନେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.