କିସ୍‍ ବିଶ୍ୱବିଦ୍ୟାଳୟକୁ ନାକ୍‍ ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ମିଳିବା ପରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଲଡୁ ବଣ୍ଟନ

କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ମିଳିବା ପରେ ଆଜି କିସ୍‍ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଖୁସିର ମାହୋଲ ।

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ମିଳିବା ପରେ ଆଜି କିସ୍‍ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଖୁସିର ମାହୋଲ । ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଲଡୁ ଓ ରସଗୋଲା ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ ।

ଅନ୍ୟପକ୍ଷରେ କିସ୍‍ର ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା, କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ଡ. ଶରଣଜିତ ସିଂହ, ଉପକୁଳପତି ଡା. ସିବିକେ ମହାନ୍ତି, କୁଳସଚିବ ଡ. ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ପ୍ରୋତ୍ସାହନ ଓ ଦିଗ୍‍ଦର୍ଶନ ପାଇଁ ଏହା ସମ୍ଭବ ହୋଇ ପାରିଲା ବୋଲି କହିଥିଲେ ।

ଦେଶର କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ୍ ମାନ୍ୟତା ପାଇବା କ୍ଷେତ୍ରରେ କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ । ସୂଚନାଯୋଗ୍ୟ, କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ବିଶ୍ୱର ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ । କିସ୍‍ ହେଉଛି ଏକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ଯାହାକି ସମ୍ପୂର୍ଣ୍ଣ ଆବାସିକ ଓ ନିଶୁଳ୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.