ଆଇପିଏଲ୍‌ ୨୦୨୪ : ପଞ୍ଜାବ ଠାରୁ ୪ ଓ୍ଵିକେଟ୍‌ରେ ହାରିଗଲା ଦିଲ୍ଲୀ

ସାମ୍‌ କୁରାନ ଓ ଲିଭିଂଷ୍ଟୋନ୍‌ ପଞ୍ଜାବକୁ ଜିତାଇ ଦେଲେ

ମୋହଲି : ଚଳିତ ଆଇପିଲରେ ତାର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଠାରୁ ୪ ଓ୍ଵିକେଟରେ ହାରି ଯାଇଛି ଦିଲ୍ଲୀ କ୍ୟାପିଟାଲସ । ଆଜି ମୋହାଲିର ନୂଆ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ୯ ଓ୍ଵିକେଟରେ ୧୭୪ ରନ୍‌ କରିଥିଲା ।

ଦିଲ୍ଲୀ ତରଫରୁ ସାଇ ହୋପ୍‌ ସର୍ବାଧିକ ୩୩ ଏବଂ ଅଭିଷେକ ପରେଲ ଅପରାଜିତ ୩୨ ଏବଂ ଡେଭିଡ୍‌ ଓ୍ଵାର୍ଣ୍ଣର ୨୯ ରନ୍‌ କରିଥିଲେ । ଦୀର୍ଘ ୧୫ ମାସ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଥିବା ୠଷଭ ପନ୍ତ ୧୩ ବଲରେ ୧୮ ରନ୍‌ କରିଥିଲେ । ପଞ୍ଜାବ ତରଫରୁ ଅର୍ଶଦୀପ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ।

ପରେ ପଞ୍ଜାବ କିଙ୍ଗସ ୧୯.୨ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୭୭ ରନ୍‌ କରିଥିଲା । ସାମ୍‌ କୁରାନ୍‌ ୪୭ ବଲରେ ୬୩ ରନ୍‌ ଏବଂ ଲିଆମ ଲିଭିଂଷ୍ଟୋନ୍‌ ଅପରାଜିତ ୩୮ ରନ୍‌ କରି ଦଳକୁ ଜିତାଇ ଦେଇଥିଲେ । ଦିଲ୍ଲୀ ତରଫରୁ କୁଲଦୀପ ଯାଦବ ଓ ଖଲିଦ ଅହମଦ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.