ଭିଜିଲାନ୍ସ ଜାଲରେ ସହିଦନଗର ଥାନା ପୋଲିସ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ପୁଣି ବଦନାମ ମୁଣ୍ଡାଇଲା କମିଶନରେଟ ପୋଲିସ । ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସହିଦନଗର ଥାନା ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ।

ଭୁବନେଶ୍ୱର : ପୁଣି ବଦନାମ ମୁଣ୍ଡାଇଲା କମିଶନରେଟ ପୋଲିସ । ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସହିଦନଗର ଥାନା ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ। ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ଗାଡି ଛାଡିବା ପାଇଁ ଲାଞ୍ଚ ନେଉଥିଲେ । ଥାନା ପରିସରରେ ହେଉଥିଲା ଲାଞ୍ଚ କାରବାର ।

ଫଳରେ ସହିଦନଗର ଥାନା ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନଙ୍କୁ ରଙ୍ଗେ ହାତ ଧରିଲା ଭିଜିଲାନ୍ସ। ଜବତ ଗାଡିକୁ ଛାଡିବା ପାଇଁ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀ ୩ ହଜାର ଟଙ୍କା ଦେବା ପରେ ମଧ୍ୟ ଗାଡି ନ ଛାଡି ଆଉ ୨ ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ ହୋଇଛି । ତେଣୁ ଯୋଜନା ମୁତାବକ ଆଜି ୨ ହଜାର ଟଙ୍କା ଦେଉଥିବା ବେଳେ ଭିଜାଳାନ୍ସ ମାଡି ବସିଥିଲା । ଡ୍ରିଙ୍କ ଆଣ୍ଡ ଡ୍ରାଇଭରେ ଜବତ ଗାଡିକୁ ଛାଡିବା ପାଇଁ ନେଉଥିଲେ ଲାଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.