ପୁଅ ବାହାଘରରେ ୫୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରି ହଟହଟା ହେଲେ ବାପା, ୬ ଲକ୍ଷ ଦେବାକୁ ନୋଟିସ ଜାରି କଲେ ସରକାର

ଦେଶରେ କରୋନା ମହାମାରୀ ପ୍ରକୋପ ଭିତରେ ରାଜସ୍ଥାନରେ ଦାୟିତ୍ୱହୀନତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଯାହାଦ୍ୱାରା ଅନେକ ଲୋକଙ୍କ ଜୀବନ ଏବେ ବାଜି ଲାଗିଛି। ରାଜସ୍ଥାନର ଭିଲଓ୍ଵାଡାରେ ଜଣେ ବ୍ୟକ୍ତି ନିଜ ପୁଅ ବାହାଘରକୁ ଅଢ଼େଇ ଶହ ଲୋକଙ୍କୁ ନିମନ୍ତ୍ରଣ କରିବା ମହଙ୍ଗା ପଡିଛି। କେବଳ ସେ ହଟହଟା ହୋଇନାହାନ୍ତି ତାଙ୍କ ଭୁଲ ପାଇଁ ବରଯାତ୍ରୀ ବି ବିପଦରେ ପଡିଛନ୍ତି। ବ୍ୟକ୍ତି ଜଣଙ୍କ ନିଜ ପୁଅ ବାହାଘରରେ କରୋନା କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି। ଯାହାର ପରିଣାମ ସ୍ୱରୂପ ବାହାଘରରେ ଆସିଥିବା ଅତିଥିଙ୍କ ମଧ୍ୟରୁ ୧୬ ଜଣ ଲୋକଙ୍କୁ କରୋନା ସଂକ୍ରମିତ ପଜିଟିଜ୍‌ ଚିହ୍ନଟ ହୋଇଛନ୍ତି। କେବଳ ଏତିକି ନୁହେଁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ପ୍ରଶାସନ ତରଫରୁ ବିବାହ ସମାରୋହରେ କେବଳ ୫୦ ଜଣ ସାମିଲ ରହିବା ନିୟମ ଥିବା ସତ୍ତ୍ୱେ ଏହି ବାହାଘରରେ ବର ପକ୍ଷ ୨୫୦ ରୁ ଅଧିକ ଲୋକଙ୍କୁ ଡାକିଥିଲେ। ଜୁନ୍‌ ୨୧ ତାରିଖରେ ଏହି ବାହାଘର ହୋଇଥିବାବେଳେ ଏହି ବିବାହରେ ଅଧିକ ସଂଖ୍ୟାରେ ବରଯାତ୍ରୀ ସାମିଲ ଥିଲେ। ଆଉ ବାହାଘର ପର ଠାରୁ ସେମାନଙ୍କ ମଧ୍ୟରୁ ଜଣେ ପର ଜଣେ କରେନା ଭାଇରସରେ ଆକ୍ରାନ୍ତ ହେଉଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ବୃଦ୍ଧ ଏବଂ ବୃଦ୍ଧା ଅଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ବରର କକା ଏବଂ ପିଉସୀ ମଧ୍ୟ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କ ରିପୋର୍ଟ ନେଗେଟିଜ୍‌ ଆସିଛି।

coronaତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୱାରେଣ୍ଟିନରେ ରଖାଯାଇଥିବା ଲୋକଙ୍କର ଖର୍ଚ୍ଚର ସମସ୍ତ ଭାର ବର ପିତାଙ୍କ ଠାରୁ ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଯାବତ୍‌ କ୍ୱାରେଣ୍ଟିନରେ ଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ୬ ଲକ୍ଷ ୨୬ ହଜାର ୬୦୦ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏହି ଖର୍ଚ୍ଚ ରାଶିକୁ ଦେବା ପାଇଁ ସରକାର ବର ପିତାଙ୍କୁ ନୋଟିସ୍‌ ଜାରି କରିଛନ୍ତି। କେବଳ ଏତିକି ନୁହେଁ ଏହାପରେ ଯେଉଁ ଖର୍ଚ୍ଚ ହେବ ତାକୁ ମଧ୍ୟ ବର ପିତା ଦେବେ ବୋଲି ମଧ୍ୟ ଭିଲଓ୍ଵାଡା ଜିଲ୍ଲା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.