କାହିଁକି ନିଜର ଝାଡା ଖାଇଥାଏ ଠେକୁଆ, ଜାଣନ୍ତୁ କାହିଁକି ଅନେକ ପଶୁଙ୍କର ରହିଥାଏ ଏପରି ଅଜବ ଅଭ୍ୟାସ

କଣ ଆପଣ କେବେ ଭାବିଛନ୍ତି ଯେ କେହି ନିଜର ଝାଡା ଖାଇପାରେ । କିନ୍ତୁ ଠେକୁଆ ମାନେ ଏପରି କରିଥାନ୍ତି । ଠେକୁଆକୁ ନିଜର ବିଷ୍ଠା ଖାଇବାର ଅଭ୍ୟାସ ରହିଥାଏ । ଏହି ପ୍ରକ୍ରିୟାକୁ ଅଟୋକର୍ପୋଫେଜୀ କୁହାଯାଇଥାଏ ।

କାହିଁକି ନିଜର ଝାଡା ଖାଇଥାଏ ଠେକୁଆ

ନିଜର ବିଷ୍ଠା ଖାଇବା ଠେକୁଆ ମାନଙ୍କର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ । ଏମାନଙ୍କ ପାଚନ ତନ୍ତ୍ର ଅଧିକ ବିକଶିତ ହୋଇନଥାଏ ତେଣୁ ଅଧିକାଂଶ ଠେକୁଆ ଘାସ ଖାଇ ଜୀଵିତ ରହିଥାନ୍ତି । ତାଙ୍କ ଶରୀରରେ ଅନେକ ଜରୁରୀ ନ୍ୟୁଟ୍ରିଏଣ୍ଟସ ବିନା ହଜମ ହୋଇ ବାହାରକୁ ଆସିଯାଇଥାଏ । ଏହି କାରଣରୁ ଠେକୁଆମାନେ ନିଜର ଝାଡା ଖାଇଥାନ୍ତି କାରଣ ଏଥିରେ ଅଧିକାଂଶ ପୋଷାକ ତତ୍ତ୍ୱ ରହିଥାଏ । ଯେପରି ଗାଈ ଏବଂ ମଇଁଷି ନିଜର ହଜମ ହୋଇନଥିବା ଖାଦ୍ୟକୁ ପୁଣିଥରେ ମୁଁହରେ ଆଣି ଚୋବାଇଥାନ୍ତି ।

Image result for rabbit eating potty

ଏହି ପ୍ରକ୍ରିୟା ପଛରେ କଣ ରହିଛି ବୈଜ୍ଞାନିକ କାରଣ

ଠେକୁଆର ଝାଡା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ଲିକ୍ୱିଡ଼ ପରି ଏବଂ ଅନ୍ୟଟି ଟାବଲେଟ ପରି । ପ୍ରଥମ ପ୍ରକାରର ଝାଡାକୁ ସିକୋଟ୍ରୋପ କୁହାଯାଇଥାଏ । ଯେଉଁଥିରେ ଅନେକ ପୋଷାକ ତତ୍ତ୍ୱ ରହିଥାଏ ଓ ଏହାକୁ ଠେକୁଆ ଖାଇଦେଇଥାଏ । ଆଉ ତାପରେ ସମ୍ପୂର୍ଣ୍ଣ ଭାବେ ହଜମ ହୋଇଥିବା ଖାଦ୍ୟ ଟାବଲେଟ ଭଳି ବାହାରକୁ ଆସିଥାଏ । ସିକୋଟ୍ରୋପରେ ଭିଟାମିନ K ଏବଂ ଭିଟାମିନ B12 ଅଧିକ ମାତ୍ରାରେ ରହିଥାଏ ।

ଏହାସହ ପଢନ୍ତୁ ଦୁନିଆର ସବୁଠାରୁ ସୁନ୍ଦର ଗାର୍ଲ ଯାହାର ସାରା ବିଶ୍ଵ ଦିୱାନା କିନ୍ତୁ ବୟସ ମାତ୍ର ଚାରି ବର୍ଷ

ଠେକୁଆ ମାନଙ୍କୁ ଅଧିକ ମାତ୍ରାରେ ଫାଇବରର ଆବଶ୍ୟକତା ରହିଥାଏ । ସାଧାରଣତଃ ଠେକୁଆ ମାନେ ଏହି ପ୍ରକାରର ଝାଡା ରାତିରେ କରିଥାନ୍ତି ଏବଂ ସଙ୍ଗେସଙ୍ଗେ ତାକୁ ଖାଇଦେଇଥାନ୍ତି । ଆଉ ତାପରେ ଏହାକୁ ଭଲଭାବେ ହଜମ କରି ବାହାରକୁ ବାହାର କରିଥାନ୍ତି । ତେବେ ଠେକୁଆ ମାନେ ସେମାନଙ୍କର ଟାବଲେଟ ଟାଇପର ଝାଡାକୁ ଖାଇନଥାନ୍ତି ।

ଏହି ପଶୁମାନେ ମଧ୍ୟ ଖାଇଥାନ୍ତି ନିଜର ଝାଡା

Image result for गिनी पिग

କେବଳ ଠେକୁଆ ଏକ ପ୍ରାଣୀ ନୁହେଁ ଯିଏ ନିଜର ଝାଡା ଖାଇଥାଏ । ଗିନିପିଗ, ମୂଷା ଏବଂ ଅନେକ ସାକାହାରୀ ଜାତୀୟ ପ୍ରାଣୀଙ୍କ ଠାରେ ଏପରି ପ୍ରକୃତି ଦେଖାଯାଇଥାଏ ।

ମଣିଷମାନେ ବି କରିଥାନ୍ତି ଏପରି

ଯଦି କୌଣସି ମଣିଷ ଏପରି କରେ ତାହେଲେ ଏହାଦ୍ୱାରା ତାର ମାନସିକ ବେମାରୀ ବିଷୟରେ ଜଣା ପଡିଥାଏ । ସ୍କିଜୋଫ୍ରେନିଆ ଏବଂ ଅନ୍ୟ ମାନସିକ ରୋଗୀ ମାନଙ୍କ ଠାରେ ଏପରି ଲକ୍ଷଣ ଦେଖାଯାଇଥାଏ । ଯାହାର ଚିକିତ୍ସା କରାଇବା ବହୁତ ଜରୁରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.