ଦୁଇ ମୁଣ୍ଡିଆ ସାପକୁ ଘରକୁ ଟାଣି ଟାଣି ନେଇ ଆସିଲା ବିଲେଇ, ଦୃଶ୍ୟ ଦେଖି ମହିଳାଙ୍କର ହାଲ ହେଲା ବେହାଲ

ଫ୍ଲୋରିଡରେ ଜଣେ ମହିଳାଙ୍କ ଘରେ ଏକ ଅଦ୍ଭୁତ ଘଟଣା ଘଟିଛି ଯାହାକୁ ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ରହିଗଲେ।ତାଙ୍କ ପୋଷା ବିଲେଇ ଗୋଟିଏ ଦୁଇ ମୁଣ୍ଡ ସାପକୁ ବାହାରୁ ଘୋଷାଡି ଆଣି ଘର ଭିତରେ ରଖିଥିଲା।ତେବେ ନିଜ ଘର ଭିତରେ ଏଭଳି ଏକ ଭୟଙ୍କର ସାପକୁ ଚାଲୁ ଥିବାର ଦେଖି ମହିଳା ଜଣଙ୍କ ଖୁବ ଡରି ଯାଇଥିଲେ ଓ ଏହି ସମ୍ବନ୍ଧରେ ଡବ୍‌ଲ୍ୟୁଏଫଟିଏସ ଟାମ୍ପାକୁ ଜଣାଇଥିଲେ।

ଅଲେଭ ନାମକ ଏହି ବିଲେଇ କୌଣସି ସାଧାରଣ ବିଲେଇ ନୁହେଁ ଓ ସେ ଖୁବ ସାହସୀ ବୋଲି ମହିଳା ଜଣଙ୍କ କହିଛନ୍ତି। ସେ କୁକୁର କବାଟର ବ୍ୟବହାର କରି ପରିବାରର ପାର୍ମ ହାର୍ବର ଘର ଭିତରକୁ ସାପକୁ ଟାଣି ନେଇ ଗର୍ବର ସହିତ ତାକୁ ଲିଭିଙ୍ଗ ରୁମର କାର୍ପେଟରେ ରଖିଥିଲେ।ସାପଟି କାର୍ପେଟରେ ଚାଲୁଥିବା ସମୟରେ କେ ରାର୍ଜସ ନାମକ ମହିଳାଙ୍କ ଝିଅ ତାକୁ ଦେଖିଥିଲେ ଓ ସାପଟିର ଦୁଇଟି ମୁଣ୍ଡ ଦେଖି ତା ନାମ ଡ୍ରାସ ରଖିଥିଲେ। ଏହାପରେ କେ ରାର୍ଜସଙ୍କ ଝିଅ ଏହି ଘଟଣା ସର୍ମ୍ପକରେ ତାଙ୍କ ମାଆକୁ ଜଣାଇଥିଲେ କିନ୍ତୁ ପ୍ରଥମେ ତାଙ୍କ ମା ଏହି କଥାରେ ବିଶ୍ୱାସ କରିନଥିଲେ।ପରେ ନିଜ ଆଖିରେ ସେହି ଦୃଶ୍ୟଟିକୁ ଦେଖିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

snake2

ଫ୍ଲୋରିଡାର ମାଛ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଆୟୋଗ ସାପକୁ ଦକ୍ଷିଣ କଳା ରେସର ବୋଲି ଚିହ୍ନଟ କରି ଫଟୋଗୁଡିକୁ ଫେସବୁକରେ ସେୟାର କରିଥିଲେ।ଏହିଭଳି ଅସାଧାରଣ ଘଟଣାକୂୁ ବାଇସେଫ୍ଲୀ କୁହାଯାଏ ଏବଂ ଏହା ଭ୍ରୁଣର ବିକାଶ ସମୟରେ ଘଟିଥାଏ ବୋଲି ସେ କହିଛନ୍ତି। ଦୁଇଟି ମୋନୋଜାଇଗୋଟିକ୍‌ ଯାଆଁଳା ଅଲଗା ହେବାରେ ବିଫଳ ହେଲେ ଏହିଭଳି ଗୋଟିଏ ଶରୀର ଦୁଇଟି ମୁଣ୍ଡରେ ପରିଣତ ହୋଇଥାଏ।ସେହିପରି ଦୁଇଟି ମୁଣ୍ଡ ସାପ ଜଙ୍ଗଲରେ ରହିବା ଅତ୍ୟନ୍ତ କଷ୍ଟକର ବୋଲି ଆୟୋଗ କହିଛି।ଏହି ଭଳି ଦୁଇଟି ମସ୍ତିଷ୍କ ଭିନ୍ନ ଭିନ୍ନ ନିର୍ଣ୍ଣୟ ନେଇଥିବା କାରଣରୁ ଜଙ୍ଗଲରେ ଖାଇବାକୁ କିମ୍ବା ପଳାଇବାର କ୍ଷମତାକୁ ବାଧା ଦେଇଥାଏ।

ରୋର୍ଜସଙ୍କ କହିବା ଅନୁସାରେ ସାପଟି ସଂଯୋଗ ହୋଇନଥିଲା ଏବଂ ତାର ମୁଣ୍ଡ ଭିନ୍ନ ଭିନ୍ନ ଦିଗକୁ ଟାଣି ହୋଇଥିଲା।ଏହିଭଳି ମୁଣ୍ଡ ରହିଥିବାରୁ ତାଙ୍କୁ ଖାଇବା ଖାଇବାରେ ଅସୁବିଧା ହୋଇଥାଏ। ତାଙ୍କ ସାମନାରେ ଖାଦ୍ୟ ରଖାଗଲେ ଗୋଟିଏ ମୁଣ୍ଡ ଖାଇବା ଆଡକୁ ଯାଉଥିବା ବେଳେ ଅନ୍ୟ ମୁଣ୍ଡଟି ତାର ବିପରିତ ଦିଗକୁ ଟାଣି ହୋଇଯାଉଥିଲା ବୋଲି ସେ କହିଥିଲେ।ଏହି ଦୁଇ ମୁଣ୍ଡିଆ ସାପକୁ ବର୍ତ୍ତମାନ FWC କମ ର୍ଚାରୀ ଦେଖୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.