Below header

‘ପୁଷ୍ପା’ ଷ୍ଟାଇଲରେ ଗଣପତି ବାପ୍ପାଙ୍କ ମୂର୍ତ୍ତି , ଅଲ୍ଲୁ ଅର୍ଜୁନଙ୍କ ହିଟ୍‌ ଅନ୍ଦାଜରେ ଆସିଲେ ନଜର

‘ପୁଷ୍ପା ଦି ରାଇଜ୍’ ଦେଖିବା ପରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଫିଲ୍ମରେ ପୁଷ୍ପାଙ୍କ ‘ଜୁକେଗା ନେହିଁ ‘ ଷ୍ଟାଇଲ ଫ୍ୟାନ୍ସଙ୍କ ହୃଦୟକୁ ଖୁବ ଛୁଇଁ ଥିଲା। ସୋସିଆଲ ମିଡିଆରେ ସମସ୍ତେ ପୁଷ୍ପା ଷ୍ଟାଇଲରେ ଭିଡିଓ ପ୍ରସ୍ତୁତ କରିବା ବର୍ତ୍ତମାନ ଟ୍ରେଣ୍ଡ ଚାଲିଛି। ଏପରିକି ଅନେକ ଭେଟେରାନ୍ ସେଲିବ୍ରିଟି ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଷ୍ଟାଇଲକୁ ଫଲୋ କରିଥିଲେ। କେବଳ ଏତିକି ନୁହେଁ, ବର୍ତ୍ତମାନ ଏହି ସ୍ୱାଗ ପ୍ରଭୁ ଗଣେଶ କରୁଥିବାର ଦେଖିବାକୁ ମିଳିଛି।

‘ପୁଷ୍ପା: ଦି ରାଇଜ୍’ ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ କ୍ରେଜ୍ ସମସ୍ତଙ୍କ ମନରେ ବଢିଯାଇଛି । ବର୍ତ୍ତମାନ ଗଣପତି ପର୍ବରେ ପୁଷ୍ପା ଷ୍ଟାଇଲକୁ ଦେଖିବାକୁ ମିଳିଛି। ଏହି ଗଣେଶ ଚତୁର୍ଥୀ ଏବଂ ବାପ୍ପାଙ୍କ ଆଗମନ ପାଇଁ ଲୋକଙ୍କ ମନରେ ଅନେକ ଭକ୍ତିଭାବ ଦେଖାଯାଇଛି। ଶିଳ୍ପୀମାନେ ଗଣପତିଙ୍କୁ ‘ପୁଷ୍ପା’ ସ୍ବାଗରେ ପ୍ରସ୍ତୁତ କରିଛନ୍ତି। ଅନେକ ସ୍ଥାନରେ ବାପ୍ପାଙ୍କ ପ୍ରତିମାମାନେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି। ଯେଉଁଥିରେ ସେ ସାମନ ପରି ପୋଷାକ, ସେମିତି ସ୍ଵାଗ ସହ ସେହି ଲୁକ୍‌ରେ ନଜର ଆସିଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଦେଖିଲେ ଲାଗୁଛି ଗଣପତି ମଧ୍ୟ ଅଲ୍ଲୁଙ୍କୁ ଟକ୍କର ଦେଇଛନ୍ତି।

ଏହା ଅଲ୍ଲୁ ଅର୍ଜୁନଙ୍କ କ୍ରେଜ୍ର ଏକ ଜୀବନ୍ତ ଉଦାହରଣ। ଆଶ୍ଚର୍ଯ୍ୟଜନକ ଯେ ଏତେ ଦିନ ପରେ ମଧ୍ୟ ଷ୍ଟାଇଲିସ୍ ଷ୍ଟାରର କ୍ରେଜ୍ ଦୂର ହୋଇ ନାହିଁ ଏବଂ ସର୍ବଦା ତାଙ୍କ ଲୋକପ୍ରିୟତାର ନୂଆ ଉଦାହରଣ ସୃଷ୍ଟି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.