ସୁଖୀ ଜୀବନ ଚାହୁଁଛନ୍ତି ତ ମନେ ରଖନ୍ତୁ ଗରୁଡ଼ ପୁରାଣର ଏହି ୫ ମନ୍ତ୍ର

ଗରୁଡ଼ ପୁରାଣରେ ଥିବା ୭ ହଜାର ଶ୍ଳୋକରେ ଭଲ ଓ ସୁଃଖଦ ଜୀବନର ବହୁ ଗଭୀର ତଥ୍ୟ ଦିଆଯାଇଛି । ଯଦି ଏହି ମହାପୁରାଣରେ ଲିଖିତ କଥାକୁ ବୁଝି କରି ଜୀବନରେ ଲଗାଇବେ ତେବେ ଜୀବନର ବହୁ କଷ୍ଟରୁ ନିଜକୁ ରକ୍ଷା କରିପାରିବେ । ସାଧାରଣତଃ ଗରୁଡ଼ ପୁରାଣ ପାଠ କାହାର ମୃତ୍ୟୁ ପରେ ପଢ଼ାଯାଇଥାଏ । ମାନ୍ୟତା ରହିଛି ଯେ ଏଥିରେ ମୃତ୍ୟୁ ବ୍ୟକ୍ତିର ଆତ୍ମାକୁ ସଦ୍‌ଗତି ମିଳିଥାଏ । କାରଣ ଗରୁଡ଼ ପୁରାଣ ଜରିଆରେ ଆତ୍ମାକୁ ମୁକ୍ତିର ମାର୍ଗ ସମ୍ପର୍କରେ ଜଣାପଡ଼ିଥାଏ । ତେବେ ଏହି ପୁରାଣ ଜୀବିତ ବ୍ୟକ୍ତିଙ୍କ ଜୀବନରେ କି କାମରେ ଲାଗିଥାଏ ଆସନ୍ତୁ ଜାଣିବା ।

ଗରୁଡ଼ ପୁରାଣର ୧୯ ହଜାର ଶ୍ଳୋକରୁ ୭ ହଜାର ଶ୍ଳୋକରେ କେବଳ ଧର୍ମ ପୂର୍ବକ ସନ୍ତୁଳିତ ଜୀବନ ବିତାଇବାକୁ କୁହାଯାଇଛି ।
ଜାଣନ୍ତୁ ସୁଃଖୀ ଜୀବନର କିଛି ଖାସ୍‌ କଥା

୧. ଗରୁଡ଼ ପୁରାଣ ଅନୁଯାୟୀ ଯଦି ପତି-ପତ୍ନୀଙ୍କ ଭରସା ଜଣେ ଜଣଙ୍କ ଠାରୁ ସମାପ୍ତ ହୋଇଯାଏ । ତେବେ ଏମିତି ପରିବାର ସମାପ୍ତ ହୋଇଯାଏ । ତେଣୁ ଏପରି କିଛି କାମ କରନ୍ତୁ ନାହିଁ ଯଦ୍ୱାରା କାହାର ବିଶ୍ୱାସ ନଷ୍ଟ ହେବ ।

୨. କୁହାଯାଏ ପ୍ରଥମ ସୁଃଖ ନିରୋଗ ଶରୀରରୁ ମିଳିଥାଏ । ଯଦି ଶରୀର ଅସୁସ୍ଥ ହୋଇଗଲା ତେବେ କ୍ଷମତା ଥିଲେ ବି ତାହା ବ୍ୟର୍ଥ ହୋଇଯିବ । ତେଣୁ ଯଦି ଆପଣଙ୍କ ଜୀବନ ସାଥୀର କିଛି ରୋଗ ହୋଇଯାଏ । ତେବେ ଧୈର୍ଯ୍ୟର ସହ ତାଙ୍କର ସେବା କରିବା ଉଚିତ୍‌ ।

୩. ଯଦି କୌଣସି ବ୍ୟକ୍ତିଙ୍କର ସନ୍ତାନ ତାଙ୍କର କଥା ନଶୁଣନ୍ତି, ତେବେ ଉକ୍ତ ବ୍ୟକ୍ତିକୁ ଅପମାନ ସହିବାକୁ ପଡ଼େ । ତେଣୁ ଆପଣଙ୍କ ପିଲାକୁ ଭଲ ସଂସ୍କାର ଦିଅନ୍ତୁ । ଯେପରି ସେ ବଡ଼ଙ୍କର ଆଦର କରିବା ଶିଖି ପାରିବେ ।

୪. ଯଦି ଆପଣଙ୍କୁ ଛୋଟ ବ୍ୟକ୍ତି କିମ୍ବା ଛୋଟ ପଦବୀର ଲୋକ ଅପାମାନ କରି ଦିଅନ୍ତି, ତେବେ ଏହି ସ୍ଥିତି ବହୁତ ଦୁଃଖଦ ହୋଇଥାଏ । ତେଣୁ କେବେ ବି ଛୋଟ ବ୍ୟକ୍ତିଙ୍କ ସହ ଯୁକ୍ତି କରନ୍ତୁ ନାହିଁ ।

୫. କୌଣସି କାମକୁ ବାରମ୍ବାର ପ୍ରୟାସ କରିବା ଦ୍ୱାରା ଯଦି ସଫଳ ନପାଆନ୍ତି, ବ୍ୟକ୍ତି ଦୁଃଖିତ ହୋଇପଡେ । ତେଣୁ ଆପଣଙ୍କ ସ୍ୱଭାବକୁ ସକରାତ୍ମକ କରନ୍ତୁ । ସବୁବେଳେ ଅସଫଳତାର କାରଣ ଖୋଜନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.