ଚା’ ଦୋକାନୀଙ୍କ ଚିନ୍ତାଧାରାକୁ ସଲାମ , ସଂସ୍କୃତରେ ଅର୍ଡର କଲେ କମ ଦାମରେ ଦେଉଛନ୍ତି ଚା

ଆଜିକାଲି କିଛି ପୁରାତନ ଭାଷାକୁ ବଞ୍ଚାଇବା ପାଇଁ ଅନେକ ଲୋକ ଅନେକ ପ୍ରକାରର ପ୍ରୟାସ କରୁଛନ୍ତି । ଏମିତିରେ ଦୁନିଆରୁ ଅନେକ ଭାଷା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଏବଂ ଏହିସବୁ ଭାଷାକୁ ବଞ୍ଚାଇବା ପାଇଁ ଭାଷା ପ୍ରେମୀ ମାନେ ଅନେକ ପ୍ରକାର ପ୍ରୟାସ କରୁଛନ୍ତି ସତ କିନ୍ତୁ ତାହା କେତେଦୂର ସଫଳ ହେଉଛି ସେସବୁ ଆପଣଙ୍କ ଆଖି ସାମ୍ନାରେ । ସେହିପରି ଧୀରେ ଧୀରେ ଲୋପ ପାଉଥିବା ଭାଷା ମଧ୍ୟରେ ଗୋଟିଏ ଭାଷା ହେଉଛି ସଂସ୍କୃତ ଭାଷା ଯାହାକି ବର୍ତ୍ତମାନ କେବଳ ଶ୍ଳୋକ ଓ ପୂଜା ପାଠରେ ହିଁ ବଂଚି ରହିଛି । ସେଥିପାଇଁ ଏହି ଭାଷାକୁ ବଞ୍ଚାଇବା ପାଇଁ କେରଳ ତିରୁଭାନନ୍ତପୁରମର ଜଣେ ଚା ଦୋକାନୀ ଏକ ନିଆରା ପ୍ରୟାସ ଆପଣେଇଛନ୍ତି ।

ଏକ ଛୋଟ ଚା ଦୋକାନ କରିଥିବା ଥିବା ହେତୁ ସେ ନିଜେ ସାମର୍ଥ୍ୟ ଅନୁସାରେ ନିଜ ଦୋକାନ ସାମ୍ନାରେ ଏକ ପୋଷ୍ଟର ଲଗାଇଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ ଯଦି ଆପଣ ଅନ୍ୟ କେଉଁ ଭାଷାରେ ଚା’ ଅର୍ଡର କରୁଛନ୍ତି ତାହା ଯେତିକି ଟଙ୍କାରେ ମିଳିବ ସଂସ୍କୃତ ଭାଷାରେ ଚା ଅର୍ଡର କଲେ ତାହା କମରେ ମିଳିବ । ପୁରାତନ ଶ୍ରେଷ୍ଠ ଭାଷା ଗୁଡିକ ମଧ୍ୟରୁ ଅନ୍ୟତମ ସଂସ୍କୃତ ଭାଷାକୁ ବଞ୍ଚାଇବା ପାଇଁ ଚା ଦୋକାନୀ ଜଣକ ଏପରି କରିଥିବା କହିଛନ୍ତି । ତେବେ ସେ ଯାହାବି ହେଉ ଏକ ଭାଷାକୁ ବଞ୍ଚାଇ ରଖିବା ପାଇଁ ଚା ଦୋକାନୀଙ୍କର ଏହି ପ୍ରୟାସକୁ ଆମେ ସମ୍ମାନ କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.