ରୋଜଗାର ଛଡ଼ାଇନେଲା କରୋନା, ବାଧ୍ୟ ହୋଇ ପରିବା ବିକୁଛନ୍ତି ଏହି ବଲିଉଡ୍‌ କଳାକାର

୮୦ ଓ ୯୦ ଦଶକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଥିବା ଅଭିନେତା ଜାଭେଦ ହେଦରଙ୍କୁ କିଏ ବା ନ ଜାଣେ। ଅନେକ ଫିଲ୍ମରେ ସେ ବଡ଼ ବଡ଼ ଅଭିନେତାଙ୍କ ପିଲାବେଳର ରୋଲ୍‌ କରିଥିଲେ। ଏବେ କରୋନା ଯୋଗୁ ସମସ୍ତଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଥିବା ବେଳେ ଏଥିରୁ ବର୍ତ୍ତିନାହାନ୍ତି ଏହି କଳାକାର। ଲକ୍‌ଡାଉନ୍‌ ଯୋଗୁ ରୋଜଗାର ନଥିବାରୁ ଜାଭେଦ ଏବେ ପରିବା ବିକ୍ରି କରୁଥିବା ଦେଖାଯାଇଛି।

Is Dabangg 3 actor Javed Hyder now selling vegetables for a living ...

ଅଭିନେତ୍ରୀ ଡଲି ବିନ୍ଦ୍ରା ତାଙ୍କ ଭିଡିଓ ସେୟାର କରିବା ପରେ ଜାଭେଦଙ୍କ ଅବସ୍ଥା ସମ୍ପର୍କରେ ଜଣାପଡ଼ିଥିଲା। ଟିକ୍‌ଟକ୍‌ରେ ସେୟାର କରାଯାଇଥିବା ଏହି ଭିଡିଓରେ ଜାଭେଦ ‘ଦୁନିଆ ମେ ରହନା ହେ ତୋ କାମ କର ପ୍ୟାରେ’ ଗୀତରେ ଲିପ୍‌ସିଙ୍କ କରିବା ସହ ପରିବା ବିକ୍ରି କରୁଥିବା ଦେଖାଯାଇଛି।


ଶିଶୁ କଳାକାର ଭାବେ ଜାଭେଦ ଫିଲ୍ମ ବାପ ନମ୍ବରୀ ବେଟା ଦଶ ନମ୍ବରୀରେ କାଦର ଖାନ୍‌ଙ୍କ ପୁଅ ଭାବେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ଅମିର ଖାନ୍‌ଙ୍କ ଫିଲ୍ମ ଗୁଲାମ୍‌ ଓ ବାବାରରେ ମଧ୍ୟ ଅଭିନୟ କରିଥିଲେ। ଟିଭି ଶୋ’ ଜିନି ଓ ଜୁଜୁ, ଲାଇଫ କି ଏସି କି ତେସିରେ ମଧ୍ୟ ସେ ନଜର ଆସିଥିଲେ।

Amjad Qureshi John Abraham Aslam Khan Javed Haider | John abraham ...

ତେବେ ଜାଭେଦ ପ୍ରଥମ ନୁହେଁ ତାଙ୍କ ପୂର୍ବରୁ ରାଜେଶ କରୀର ମଧ୍ୟ ଏକ ଇମୋସନାଲ ଭିଡିଓ ସେୟାର କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ରାଜେଶଙ୍କୁ ବିଭିନ୍ନ ଆଡ଼ୁ ସାହାଯ୍ୟର ସୁଅ ଛୁଟିଥିଲା। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧୯ରୁ ଉଭୟ ଟିଭି ଓ ସିନେମା ସୁଟିଂ ବନ୍ଦ ରହିଥିବା ବେଳେ କିଛି ଦିନ ତଳେ ସମସ୍ତ ଗାଇଡ୍‌ଲାଇନ୍‌ ମଧ୍ୟରେ ସୁଟିଂ ଆରମ୍ଭ କରିବାକୁ ଅନୁମତି ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.