Below header

ଶନିଙ୍କ ଶୁଭ ଦୃଷ୍ଟି ହେଲେ ବଦଳି ଯାଏ ବ୍ୟକ୍ତିଙ୍କ ଭାଗ୍ୟ, ଏମିତି କରନ୍ତୁ ଶନିଦେବଙ୍କୁ ପ୍ରଶନ୍ନ

ନବଗ୍ରହଙ୍କ ମଧ୍ୟରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ମନାଯାଏ । ଯାହାଙ୍କ ଉପରେ ଶନିଙ୍କ କୃପା ଦୃଷ୍ଟି ରହିଥାଏ,ସେହି ସମୟରୁ ତାଙ୍କର ଭାଗ୍ୟ ଉଦୟ ହୋଇଥାଏ । ପ୍ରସନ୍ନ ଶନିଦେବ ଜାତକକୁ ଏମିତି ଆଶିର୍ବାଦ ପ୍ରଦାନ କରନ୍ତି, ଯାହା ଦ୍ୱାରା ବ୍ୟକ୍ତିକୁ ସବୁ କିଛି ମିଳିଯାଇଥାଏ । ଶନିଦେବ କେବଳ ସେହି ଲୋକଙ୍କ ଠାରେ ପ୍ରସନ୍ନ ହୋଇଥାନ୍ତି,ଯିଏ ନ୍ୟାୟ ମାର୍ଗରେ ଚାଲିଥାନ୍ତି । କାରଣ ନ୍ୟାୟର ପ୍ରତୀକ ଅଟନ୍ତି ଶନିଦେବ । ଆସନ୍ତୁ ଜାଣିବା କିଛି ବିଶେଷ ଉପାୟ,ଯାହାଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ।

୧. ସର୍ବଦା ଏପରି କର୍ମ କରନ୍ତୁ ଯାହା ଅନ୍ୟର ଭଲ ସହ ଯୋଡି ହୋଇ ରହିଥାଏ । କୌଣସି ଅନୁଚିତ କର୍ମ କରନ୍ତୁ ନାହିଁ ।

୨. ପ୍ରତି ଶନିବାର ଦିନ କଳା ତିଳ ବା ରାଶି ସହିତ ଅଟା ଓ ଚିନି ମିଶାଇ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ ।

୩. ଶନିବାର ଦିନ କଳା ତିଳ ,କଳା କପଡା, କମ୍ବଳ,ଲୁହା ପାତ୍ର, ବିରି ଡାଲି ଦାନ କରନ୍ତୁ । ଏହାଦ୍ୱାରା ଶନିଦେବ ଖୁସି ହୋଇ ଶୁଭ ଫଳ ଦେଇଥାନ୍ତି ।

୪. ଶନିବାର ଦିନ ମାଙ୍କଡଙ୍କୁ ଗୁଡ ଓ ଚଣା ଖାଇବାକୁ ଦିଅନ୍ତୁ । ହନୁମାନ ଚାଳିଶା ପାଠ କରନ୍ତୁ ।

୫. ଶନିବାର ଦିନ ଶନିଦେବଙ୍କ ପୂଜା କରନ୍ତୁ ଓ ତାଙ୍କୁ ନୀଳ ରଂଗର ଫୁଲ ଅର୍ପଣ କରନ୍ତୁ ।

୬. ଶନିବାର ଦିନ ଏହି ଶନି ମନ୍ତ୍ର ‘ଓଁ ଶଂ ଶନୈଶ୍ଚରାୟ ନମଃ’ କୁ ୧୦୮ ଥର ରୁଦ୍ରାକ୍ଷ ମାଳାରେ ଜପ କରିବା ଦ୍ୱାରା ଶନିଦେବଙ୍କ କୃପା ସର୍ବଦା ରହିଥାଏ ।

୭. ଯଦି କୁଣ୍ଡଳୀ ଅନୁସାରେ ଶନିଦେବ ଆପଣଙ୍କୁ ହଇରାଣ କରୁଛନ୍ତି ତ ଲଗାତାର ୪୦ ଦିନ ଯାଏ ଶନିଦେବଙ୍କ ମନ୍ତ୍ର ଜପ ଏବଂ ଶନି ଚାଳିଶା ପାଠ କରନ୍ତୁ ।

୮. ଶନିଙ୍କ କୁପ୍ରଭାବରୁ ରକ୍ଷା ପାଇବା ପାଇଁ କଳା ଘୋଡାର ନାଳ ବା ଡଙ୍ଗାର କଣ୍ଟାରେ ମୁଦି ବନାଇ ମଧ୍ୟମା ଅଂଗୁଠିରେ ଶନିବାର ଦିନ ସୂର୍ଯ୍ୟଦ୍ୟୋୟ ଠାରୁ ସୂର୍ଯ୍ୟାସ୍ତ ମଧ୍ୟରେ ‘ ଓଁ ଶନିଦେବାୟ ନମଃ ମନ୍ତ୍ର ୧୦୮ ଥର ପଢ଼ି ମୁଦି ପିନ୍ଧନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.