ଏହି ସୁନ୍ଦର ସହରରେ ରୁହନ୍ତି ଭୂତ, ଲୋକଙ୍କୁ ଗୋଡ଼ାଉଥିବାର ଆସନ୍ତି ନଜର

ଭୂତ ସହର ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ଟିମ୍‌ ୧୭୧୦ରୁ ୨୦୨୧ ମଧ୍ୟରେ ପ୍ରକାଶିତ ସମସ୍ତ ଖବରକାଗଜ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନରେ ସେମାନେ ଜାଣିବାକୁ ପାଇଥିଲେ ଯେ, କେଉଁ ସହରରେ ଅଧିକ ଭୂତ କିମ୍ବା ଭୟାନକ ଘଟଣା ପ୍ରକାଶିତ ହୋଇଛି ।

ଆପଣ ନିଶ୍ଚୟ ଦୁନିଆର ଅନେକ ଭୂତ ସହର ବିଷୟରେ ଶୁଣିଥିବେ । କିନ୍ତୁ ନିକଟରେ ଏକ ରିସର୍ଚ୍ଚ ଟିମ୍‌ ବ୍ରିଟେନର ୧୦ଟି ଭୂତ ସହର ବିଷୟରେ ପ୍ରକାଶ କରିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ସହର ଗୁଡ଼ିକ ଖୁବ ସୁନ୍ଦର ଏବଂ ଲକ୍ଷ ଲକ୍ଷ ଲୋକ ଏଠାରେ ରୁହନ୍ତି । କିନ୍ତୁ ଏଠାରେ ଭୂତମାନେ ପ୍ରାୟତଃ ଲୋକଙ୍କୁ ଗୋଡ଼ାଉଥିବା ରରିସର୍ଚ୍ଚରମାନେ ଦାବି କରିଛନ୍ତି । ଲୋକମାନଙ୍କୁ ଗୋଡ଼ାଇବା ସହ ସେମାନଙ୍କୁ ଡରାଉଥିବା ନଜର ଆସନ୍ତି । ଅନେକ ଲୋକ ମଧ୍ୟ ଏହି ଭୂତମାନଙ୍କୁ ଦେଖିଛନ୍ତି । ଅନେକ ସହରର ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ସହରଗୁଡ଼ିକ ଦେଖିବାକୁ ଖୁବ୍‌ ସୁନ୍ଦର ।

ରିପୋର୍ଟ ଅନୁଯାୟୀ, ଭୂତ ସହର ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ଟିମ୍‌ ୧୭୧୦ରୁ ୨୦୨୧ ମଧ୍ୟରେ ପ୍ରକାଶିତ ସମସ୍ତ ଖବରକାଗଜ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନରେ ସେମାନେ ଜାଣିବାକୁ ପାଇଥିଲେ ଯେ, କେଉଁ ସହରରେ ଅଧିକ ଭୂତ କିମ୍ବା ଭୟାନକ ଘଟଣା ପ୍ରକାଶିତ ହୋଇଛି । କେଉଁ ସହର ବିଷୟରେ ଭୂତ ସମ୍ବନ୍ଧୀୟ ଅଧିକ ଖବର ପ୍ରକାଶ ପାଇଛି ତାହା ଜାଣିବାକୁ ଚେଷ୍ଟା କରିଥିଲେ । ଏହି ତଥ୍ୟକୁ ଜନସଂଖ୍ୟା ଆଧାରରେ ଭାଗ କରାଯାଇଥିଲା । ପାଖାପାଖି ୭୦ ମିଲିୟନ ରିପୋର୍ଟ ଦେଖିବା ପରେ ରିସର୍ଚ୍ଚର ଟିମ୍‌ କେମ୍ବ୍ରିଜଶାୟରର ଏକ ସହର ଏଲି କୁ ସବୁଠାରୁ ଭୟଙ୍କର ସହର କୁହାଯାଇଛି । ତଥ୍ୟ ଅନୁସାରେ ଏଠାରେ ପ୍ରତ୍ୟେକ ୧୦୦ ଜଣଙ୍କ ମଧ୍ୟରେ ୯ଜଣ ଭୂତ ବିଷୟରେ ଭୟଙ୍କର ଘଟଣା କହିଥିଲେ । ସେମାନେ ଭୂତକୁ ଅନୁଭବ କରିଥିଲେ, ଯାହା ବିଷୟରେ ଖବର ପ୍ରକାଶିତ ହୋଇଥିଲା ।
ଫ୍ୟାମିଲି ହିଷ୍ଟ୍ରି ୱେବସାଇଟ୍ ଅନୁଯାୟୀ, ଡରହମ୍‌, ସାଲିସବରୀ, ୟର୍କ ଏବଂ ଅକ୍ସଫୋର୍ଡ ଭଳି ସହର ଟପ୍‌ ୫ରେ ରହିଛି । ଯେଉଁଠାରେ ଭୂତ ରହିଥିବା ବିଶ୍ୱାସ କରାଯାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଭୂତ ରହୁଥିବା ଜଣା ପଡ଼ିଥିଲେ ମଧ୍ୟ ଏହି ସବୁ ସହର ବହୁତ ସୁନ୍ଦର ଏବଂ ଏଠାରେ ଲକ୍ଷ ଲକ୍ଷ ଲୋକ ବାସ କରନ୍ତି । କିନ୍ତୁ ଏଠାକାର ଲୋକମାନେ ଭୂତ କାହାଣୀ ବିଷୟରେ ଅଧିକ କଥାବାର୍ତ୍ତା କରନ୍ତି । ରିସର୍ଚ୍ଚ ଟିମର ଲିଡ୍‌ ନେଇଥିବା ଜେନ ବଲଡୱିନ୍ କହିଛନ୍ତି ଯେ ଡିକେନ୍ସ ଠାରୁ ଆରମ୍ଭ କରି ଦ ୱିମେନ୍ ଇନ୍ ବ୍ଲାକ୍ ପର୍ଯ୍ୟନ୍ତ ଅନେକ ଭୂତ କାହାଣୀ ବ୍ରିଟେନରେ ଲୋକଙ୍କୁ ଶତାବ୍ଦୀ ଧରି ଆକର୍ଷିତ କରିଆସୁଛି । କିନ୍ତୁ ଅଲି ସହରରେ ପ୍ରକୃତରେ ପାରାନର୍ମାଲ ଆକ୍ଟିଭିଟିଜର କେନ୍ଦ୍ରସ୍ଥଳ । ଏଠାରେ ଏପରି କିଛି ଅଜବ ଘଟଣା ଦେଖିବାକୁ ମିଳେ ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରେ । ଭୂତମାନେ ଅନେକ ସମୟରେ ଏଠାରେ ଦେଖାଯାନ୍ତି ।

ଦ ଅରିଜିନାଲ ଘୋଷ୍ଟ ୱାକ ଅଫ୍‌ ୟର୍କ ଚଳାଉଥିବା ମାର୍କ ଗ୍ରାହାମ କହିଛନ୍ତି: ‘ମୁଁ ଭୂତମାନଙ୍କୁ ଦେଖିଛି’। ସେମାନଙ୍କର ଆକାର ଏବଂ ଛାଇ ଦେଖିଥିବା ସେ ପ୍ରକାଶ କରିଛନ୍ତି । ସେ ଯେଉଁ ସହରରେ ରହୁଥିଲେ ସେଠାରେ ବର୍ଡେନର ପୁରୁଣା ଅନାଥ ଆଶ୍ରମ ଥିଲା । କୁହାଯାଏ ଯେ ଯେଉଁ ଅନାଥ ପିଲାମାନଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା ସେମାନଙ୍କର ଭୂତ ଏଠାରେ ବାସ କରନ୍ତି । ସେ ଅନେକ ଥର ଭୂତର ସ୍ୱର ଶୁଣିଥିବା ମଧ୍ୟ କହିଛନ୍ତି । କିନ୍ତୁ ମାର୍କ ଏହାର କୌଣସି ପ୍ରମାଣ ଦେଇପାରି ନଥିଲେ । ଲିଷ୍ଟରେ ଲିଙ୍କନ୍ ଷଷ୍ଠ ସ୍ଥାନରେ, ଅମାର୍ଘ ସପ୍ତମ ସ୍ଥାନରେ, କେମ୍ବ୍ରିଜ୍ ଅଷ୍ଟମ ସ୍ଥାନରେ, କ୍ୟାଣ୍ଟରବେରୀ ନବମ ସ୍ଥାନରେ ଏବଂ ଡର୍ବି ସହର ଦଶମ ସ୍ଥାନରେ ରହିଛି । ଏହି ଭୂତ ସହର ଗୁଡ଼ିକ ଦେଖିଲେ ଜଣା ପଡ଼େନି ଏହି ସହରରେ ଭୂତ ମଧ୍ୟ ରହୁଛନ୍ତି । କିନ୍ତୁ ଲୋକମାନେ ଭୂୂତକୁ ଅନୁଭବ କରିଛନ୍ତି । ତେଣୁ ଏହି ସହରଗୁଡ଼ିକୁ ଦୁନିଆର ସବୁଠାରୁ ଭୂତ ସହର ମଧ୍ୟରେ ଗଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.