ମାର୍କେଟକୁ ଆସିଲା ନୂଆ ମେସିନ: ଦେଖିବାକୁ ଅବିକଳ କାଗଜ ପ୍ରିଣ୍ଟର ଭଳି କିନ୍ତୁ ସୁଇଚ୍‌ ଦବାଇଲେ କାଗଜ ନୁହେଁ ବାହାରୁଛି ଦୋସା

ବିଜ୍ଞାନ ଦିନକୁ ଦିନ ଏତେ ଅଗ୍ରଗତି କଲାଣି ଯେ ପୂର୍ବରୁ ଯାହା ଆମ ପାଇଁ କଷ୍ଟକର ଜିନିଷ ଥିଲା ଏବେ ସେ ଗୁଡିକକୁ ସହଜରେ କରି ହେଉଛି । ଏହାପୂର୍ବରୁ ଯେଉଁ କାମରେ ଆମକୁ ଆମର ସମସ୍ତ ସମୟ ଏବଂ ଶକ୍ତି ଖର୍ଚ୍ଚ କରିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ସେହି କାମକୁ ଆହୁରି ସହଜ କରିବାକୁ ବିଭିନ୍ନ ପ୍ରକାର ମେସିନ ବାହାରୁଛି ।

ଆମ ଭିତରୁ ଅନେକ ମଧ୍ୟ ଅଛନ୍ତି ଯେଉଁମାନେ ସମସ୍ତ କାର୍ଯ୍ୟକୁ ଠିକ ଭାବରେ କରିପାରନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେ ସେମାନେ ସବୁ କାର୍ଯ୍ୟକୁ ସଠିକ ଭାବରେ କରିପାରନ୍ତି ନାହିଁ । ସେହିପରି ଲୋକ ମାନଙ୍କ ପାଇଁ ଏହି ମେସିନ ଗୁଡ଼ିକ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ । ଉଦାହରଣ ସ୍ୱରୂପ, ୱାଶିଂ ମେସିନ୍, ମସଲା ଗ୍ରାଇଣ୍ଡିଂ କିମ୍ବା ରୁଟି ତିଆରି ମେସିନ୍ ଏମିତି ଅନେକ ପ୍ରକାର ମେସିନ ଦେଖିଥିବେ । ବର୍ତ୍ତମାନ ଏଭଳି ଏକ ମେସିନ୍ ବଜାରକୁ ଆସିଛି, ଯାହା ମାଧ୍ୟମରେ ଆପଣ ଅତି ସୁନ୍ଦର ତଥା ବଜାରରେ ମିଳୁଥିବା ସ୍ୱାଦିଷ୍ଠ ଦୋସାକୁ ଘରେ ପ୍ରସ୍ତୁତ କରିପାରିବେ ।

ବର୍ତ୍ତମାନ ଏଭଳି ମେସିନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦୋସା ପ୍ରିଣ୍ଟର ବୋଲି କୁହାଯାଉଛି । ଏହି ମେସିନ୍ ଦେଖିବାକୁ ଖୁବ ଚମତ୍କାର । ଦେଖିବାକୁ ଅବିକଳ କାଗଜ ପ୍ରିଣ୍ଟର ଭଳି। କିନ୍ତୁ ସେହି ପ୍ରିଣ୍ଟରରୁ ସୁଇଚ୍‌ ଦବାଇଲେ କାଗଜ ନୁହେଁ ଦୋସା ବାହାରୁଛି। ଚେନ୍ନାଇର ସଂସ୍ଥା ଇଭୋସେଫ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଦୋସା ମେକର୍‌। ଏଥିରେ ଆପଣ ସୁନ୍ଦର ଓ ପତଳା ଦୋସା ପ୍ରସ୍ତୁତ କରିପାରିବେ । ସାମନ୍ତ ନାମକ ଜଣେ ଉପଭୋକ୍ତା ଟ୍ୱିଟରରେ ଏହି ମେସିନର ବିଜ୍ଞାପନର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମେସିନର ଗୋଟିଏ ପାର୍ଶ୍ୱରେ ନିର୍ମିତ ପାତ୍ରରେ ଡୋସା ପାଇଁ ତିଆରି ହୋଇଥିବା ଆଣକୁ ଏଥିରେ ଢାଳି ଦିଆଯାଉଛି । ଏହା ପରେ, ମେସିନ ମାଧ୍ୟମରେ ଏହାର ଆକାର, ଏବଂ ଆପଣାକୁ କେତୋଟି ଦୋସା ଦରକାର ତାହା ଏଥିରେ ଚୟନ କାରବକୁ ପଡିବ । କିଛି ସମୟ ପରେ ଟାଇମର୍ ଅନୁଯାୟୀ, କାଗଜ ପ୍ରିଣ୍ଟ୍ ପରି ଦୋସା ଗୁଡିକ ଆପେ ଆପେ ବାହାରକୁ ଆସିଯିବ ।

କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ବିଶ୍ବର ପ୍ରଥମ ଦୋସା ମେକର ଯାହା ଏକ ମିନିଟ୍‌ରୁ କମ୍ ସମୟ ଭିତରେ ଦୋସା ପ୍ରସ୍ତୁତ କରିପାରୁଛି। ଗ୍ରାହକମାନେ ଏଥିରେ ଦୋସା ତିଆରି କରିବା ବେଳେ ଘିଅ, ବଟର କିମ୍ବା ଚିଜ୍‌କୁ ମଧ୍ୟ ବ୍ୟବହାର କରିପାରିବେ। ଏହି ମେସିନ୍‌ର ମୂଲ୍ୟ ୧୫,୯୯୯ ଟଙ୍କା ରଖାଯାଇଛି।

ଏହି ଭିଡିଓ ଅପଲୋଡ୍ ହେବା ଦିନଠାରୁ, ଭିଡିଓଟି ୫୮ ହଜାରରୁ ଅଧିକ ଭ୍ୟୁ ହୋଇଛି । ଏହି ଭିଡିଓକୁ ୮ ହଜାର ଲୋକ ପସନ୍ଦ କରିଛନ୍ତି। କେତେକ ଦୋସା ପ୍ରେମୀମାନେ ଏହି ମେସିନ୍ କୁ ଆଦୌ ପସନ୍ଦ କରୁନାହାନ୍ତି । ଏହା ଶୀଘ୍ର ଖରାପ ହୋଇଯିବ ବୋଲି କେତେକ କହିଛନ୍ତି ଏଥି ସହିତ, କିଛି ଲୋକ ଏହାକୁ ପସନ୍ଦ କରିଛନ୍ତି ଏବଂ ସେମାନେ କହିଛନ୍ତି ଯେ ଯେଉଁ ମାନଙ୍କୁ ଦୋସା ଖାଇବାକୁ ପସନ୍ଦ ସେମାନେ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.