ଗୁଗଲ ମ୍ୟାପ୍ ଦେଖାଉଛି ପାତାଳ ଯିବାକୁ ରାସ୍ତା !

ବର୍ତ୍ତମାନ ଯୁଗରେ ଗୁଗଲ ମ୍ୟାପ ଲୋକଙ୍କ ପାଇଁ ବହୁତ ସାହାଯ୍ୟକାରୀ ଆପ ଭାବରେ ପ୍ରମାଣିତ ହୋଇଛି । ଯଦି ଆପଣ କୌଣସି ଅଜଣା ସ୍ଥାନରେ ଅଛନ୍ତି, ତାହେଲେ ସେଠାରେ ଆପଣାକୁ ଗୁଗଲ ମ୍ୟାପର ଆବଶ୍ୟକ ନିଶ୍ଚୟ ପଡିଥାଏ । ଏହା ଅଜଣା ସହରରେ ଲୋକେସନ ଖୋଜିବାରେ ସାହାଯ୍ୟ କରିଥାଏ । ଅନେକ ସମୟରେ ନିଜ ସହରରେ ମଧ୍ୟ ଲୋକେସନ ଖୋଜିବାରେ ସାହାଯ୍ୟ କରିଥାଏ । କିନ୍ତୁ ବେଳେବେଳେ ଏହି ଆପ ଏମିତି ଜିନିଷ ଦେଖାଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଅନେକଥର ଲୋକେ ଗୁଗଲ ମ୍ୟାପରେ ଏଲିୟନ୍ସ ଓ ଯୁଏଫଓର ଠିକଣା ମଧ୍ୟ ଦେଖାଇଥିବା ଦାବି କରିଛନ୍ତି । ବର୍ତ୍ତମାନ ଜଣେ ବ୍ୟକ୍ତି ଗୁଗଲ ମ୍ୟାପରେ ରହସ୍ୟମୟ କବାଟର ଫଟୋ ସେୟାର କରିଛନ୍ତି ।

ସୋସିଆଲ ମିଡ଼ିଆ ସାଇଟ ରେଡ଼ିଟରେ ଅପଲୋଡ଼ ହୋଇଥିବା ଏହି କବାଟର ଫଟୋ ଚାଞ୍ଚଲ୍ୟ ଖେଳାଇଛି । ଏହି ଫଟୋ କେଉଁ ସ୍ଥାନର ସେ ସମ୍ପର୍କରେ କେହି ଜାଣିନାହାନ୍ତି । କିନ୍ତୁ ଫଟୋ ଭାଇରାଲ ହେବାପରେ ଲୋକେ ଏହି ସ୍ଥାନକୁ ଖୋଜୁଛନ୍ତି ଏବଂ ଏହି କବାଟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଫଟୋକୁ ରେଡ଼ିଟ ଏଣ୍ଟ୍ରାସ ଟୁ…କ୍ୟାପ୍ସନ ସହ ଅପଲୋଡ଼ କରାଯାଇଛି। ଅର୍ଥାତ ଏହା ପ୍ରବେଶ ଦ୍ୱାର କିନ୍ତୁ କେଉଁଠି ପାଇଁ ସେ ସମ୍ପର୍କରେ କିଛି ସୂଚନା ନାହିଁ।

ସୋସିଆଲ ମିଡ଼ିଆରେ ଲୋକେ ଏହି ସ୍ଥାନ ବିଷୟରେ ଆଲୋଚନା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି ଏହା ତୁର୍କୀରେ କେଉଁଠି ଅଛି। ଆଉ କିଛି ୟୁଜର୍ସ ଏହାକୁ ଗ୍ରୀସର ପ୍ରାଚୀନ ସଭ୍ୟତାର ଅଂଶ ବୋଲି କହିଛନ୍ତି। ଆଉ ଜଣେ ୟୁଜର ଏହାକୁ ନର୍କର ଦ୍ୱାର ବୋଲି କହିଛନ୍ତି। ତେବେ ଏହାର ସଠିକ ତଥ୍ୟ କାହାକୁ ବି ମିଳିନି। ଜଣେ ୟୁଜର ଲେଖିଛନ୍ତି, ଏହିଭଳି କବାଟ ସେ ତୁର୍କୀର ଡେରେକୋୟରେ ମିଳିଥିବା ଖବରରେ ପଢିଥିଲେ। ଆଉ କିଛି ୟୁଜର୍ସ ଲେଖିଛନ୍ତି, ଲାଗୁଚି ଏହି କବାଟ ଯେମିତି କେଉଁ କବରସ୍ଥାନରେ ଖୋଲିବ।

ଗୁଗଲ ମ୍ୟାପ ଏହିଭଳି ଅଜବ ଅଜବ ସ୍ଥାନ ଆବିଷ୍କାର କରିଥାଏ। କିଛି ଦିନ ପୂର୍ବରୁ ଏହି ଆପ ଜରିଆରେ ଜଣେ ୟୁଜର ରହସ୍ୟମୟୀ ନ୍ୟୂକ ଆଇଲ୍ୟାଣ୍ଡ ଆବିଷ୍କାର କରିଥିଲେ। ଏହି ଆଇଲ୍ୟାଣ୍ଡକୁ ଲୋକଙ୍କୁ ଯିବା ମନା। ଏହାର ଫଟୋ ହଠାତ ଗୁଗଲ ମ୍ୟାପରେ କ୍ୟାପଚର ହୋଇଯାଇଥିଲା। କିନ୍ତୁ ପରେ ତାକୁ ହଟାଇ ଦିଆଯାଇଥିଲା। କିଛି ଦିନ ପୂର୍ବରୁ ଗୁଗଲ ମ୍ୟାପରେ ଜଣେ ଦମ୍ପତି ଶୂନଶାନ ରାସ୍ତାରେ ଅଶ୍ଳୀଳ କାମ କରୁଥିବା ମଧ୍ୟ ରେକର୍ଡ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.