ହିମାଳୟ କୋଳରେ ଲୁଚିଥିବା ରହସ୍ୟମୟ ରାଜ୍ୟ ଜ୍ଞାନଗଞ୍ଜ, ଯେଉଁଠି କେହି ବୁଢା ହୁଅନ୍ତି ନାହିଁ କି ଏଠି ସମୟ ଚକ୍ର ବୁଲେନାହିଁ

ହିମାଳୟ କୋଳରେ ଲୁଚିଥିବା ରହସ୍ୟମୟ ରାଜ୍ୟ ଜ୍ଞାନଗଞ୍ଜ । ଯାହାକୁ ଖୋଜି ପାରୁନି ସ୍ୟାଟେଲାଇଟ୍ । ବିଜ୍ଞାନ ଏଠାରେ ପହଞ୍ଚି ବାକୁ ଫେଲ୍ ମାରିଛି । ବିଶ୍ବାସ କରିବାକୁ ଇଚ୍ଛା ହେଉ ନଥିଲେ ବି ଆପଣଙ୍କୁ ଵିଶ୍ଵାସ କରିବାକୁ ହେବ, ଆମ ଭାରତରେ ଏଭଳି ସ୍ଥାନ ରହିଛି ଯେଉଁଠି ମଣିଷ ଅମର । କେଉଁଠି କେଉଁ ଅବସ୍ଥାରେ ରହିଛି ରହସ୍ୟମୟ ରାଜ୍ୟ ଜ୍ଞାନଗଞ୍ଜ ।

ଭାରତର ଭୂମିରେ ଏଭଳି ଅଭୁତ ଦୁନିଆ ଅଛି ଯାହାକୁ କୁହାଯାଏ ଅମର ଲୋକ । ଏଠି ଯମକୁ ଯିବା ମନା । ଏଠି ସମୟ ବୋଲି କିଛି ନାହିଁ । ଏଠି କେହି ବୃଦ୍ଧ କି ବୃଦ୍ଧା ନାହାଁନ୍ତି। ହିମାଳୟରେ ଅଛି ଏକ ଅଦୃଶ୍ୟ ଦୁନିଆ ଯେଉଁଠିକୁ ଯିବା ମନା। ହିମାଳୟ ଭିତରେ କେତେ କେତେ ରହସ୍ୟ ଲୁଚି ରହିଛି । ତା ଭିତରୁ ଗୋଟିଏ ସାଂଗ୍ରିଲା ଘାଟି । ଏହି ଘାଟି ବିଷୟରେ ସମସ୍ତେ ଜାଣନ୍ତି ହେଲେ କାହାକୁ ଜଣା ନାହିଁ ତାର ଠିକଣା। ଏଠାକୁ ଯିବା ରାସ୍ତା କାହାକୁ ଜଣା ନାହିଁ । ହେଲେ ବିଶ୍ବାସ ଅଛି ହିମାଳୟ ରେ ଆଜିବି ଏଭଳି ଏକ ସଂସାର ଠିଆ ହୋଇଛି।

ଦେଶ ବିଦେଶର ଲୋକ ଏହି ରହସ୍ୟ ବିଷୟରେ ଜାଣିବା ପାଇଁ ହିମାଳୟ ଧାଉଁଛନ୍ତି ହେଲେ କାହାକୁ କାଣିଚାଏ ସୁରାକ ମିଳିନାହିଁ। କୁହାଯାଏ ଏହି ସ୍ଥାନରେ କେବଳ ଶୁଦ୍ଧ ଆଉ ସିଦ୍ଧ ପୁରୁଷ ମହିଳା ହିଁ ପହଞ୍ଚି ପାରିବେ। ଏହା ଏଭଳି ଏକ ଦୁନିଆ ଯେଉଁଠି ହଜାର ବର୍ଷରୁ ସାଧୁ ସନ୍ୟାସୀ ତପସ୍ୟାରେ ବସିଛନ୍ତି ।

ବାଲ୍ମିକୀ ରାମାୟଣରେ ଲେଖା ଯାଇଛି ହନୁମାନ ସୀତାଙ୍କୁ ଖୋଜିବା ସମୟରେ ହିମାଳୟରେ ଏକ ଭୟଙ୍କର ଗୁମ୍ଫା ଦେଖିଥିଲେ। ଯାହାର ମୁହଁ ଖୋଲା ଥିଲା। ମନ୍ତ୍ର ଦ୍ଵାରା ଏହି ଗୁମ୍ଫାର ମୁଁହ ଖୋଲିଥାଏ। ଏଠାରେ ଜଣେ ତପସ୍ୱିନୀ ତପସ୍ୟା କରିଥିଲେ । ସେ କହିଲେ ସ୍ଵୟଂଭୂ ଙ୍କ ଦ୍ଵାରା ଏହି ସ୍ଥାନ ନିର୍ମାଣ ହୋଇଛି । ଲକ୍ଷେ ବର୍ଷ ପୂର୍ବରୁ ସେହି ସ୍ଥାନର ସୁରକ୍ଷା ଦାୟିତ୍ବରେ ଅଛନ୍ତି ତପସ୍ୱିନୀ ତାଙ୍କ ନାଁ ସ୍ଵୟଂ ପ୍ରଭା । ଏହି ସ୍ଥାନକୁ ଖାଲି ସାଧାରଣ ମଣିଷ ଦେଖି ପାରିବ ନାହିଁ। ଏହା ଏକ ଅଲୌକିକ ସ୍ଥାନ । ତପସ୍ୟା ବଳରେ ସ୍ଵୟଂ ପ୍ରଭା ହନୁମାନଙ୍କୁ ଏହି ଗୁମ୍ଫାରୁ ବାହାର କରିଥିଲେ, ସେହିଠାରୁ ହନୁମାନ ସୀତାଙ୍କ ନିକଟକୁ ଯାଇଥିବା ବାଲ୍ମୀକି ରାମାୟଣରେ ଲେଖା ଯାଇଛି।

ଏବେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯଦି ହିମାଳୟରେ ଏଭଳି ଏକ ଦୁନିଆ ଅଛି ଆମକୁ ଦେଖା ଯାଉନି କାହିଁକି ?  ଲୋକ ଆମ ଦୁନିଆକୁ ଆସୁ ନାହାନ୍ତି କାହିଁକି ? କଣ ସମୟଠୁ ଉପରେ କିଛି ଅଛି ଯାହା ବିଜ୍ଞାନ ଖୋଜି ପାରିନି । କଣ ଜ୍ଞାନଗଞ୍ଜ ବା ସଂଗ୍ରୀଲା ଘାଟି ଆମ ଦୁନିଆଠାରୁ ଆହୁରି ଉନ୍ନତ। ଶୁଣିବାକୁ ମିଳୁଛି ଜ୍ଞାନଗଞ୍ଜ ବା ସଂଗ୍ରୀଲା ଏକ ବାୟୁ ଶୂନ୍ୟ ଜାଗା। କୁହାଯାଏ ଦ୍ଵାପର ଯୁଗର ଲୋକ ଆଜିବି ଏଠାରେ ବାସ କରୁଛନ୍ତି। ଜଣେ ଜଣେ ଲୋକ ର ବୟସ ୫ ହଜାର ବର୍ଷ ରୁ ଉର୍ଦ୍ଧ୍ବ । ଏଠାରେ ସମସ୍ତେ ଚିରଞ୍ଜିବୀ। ଏହି ଜାଗାରେ ଯାହାର ପାଦ ପଡ଼ିଛି ସେ ଗାଏବ ହେଇ ଯାଇଛି । ଏବଂ ଏହି ଦୁନିଆରେ ସେହି ବୟସର ହୋଇ ରହିଯାଇଛି। ଆମ ପୃଥିବୀର ପରିବେଶ ଠାରୁ ସମ୍ପୂର୍ଣ ଭିନ୍ନ ଏହି ଯାହା । ଶାସ୍ତ୍ର ପୁରାଣ ରେ ଉଲ୍ଲେଖ ଅଛି, ଏହା କୌଣସି ନିୟମରେ ବନ୍ଧା ନାହିଁ। ଆମେ ଏହାକୁ ଦେଖି ପାରୁନେ ହେଲେ ସେମାନେ ଆମକୁ ଦେଖି ପାରନ୍ତି ବୋଲି ବିଶ୍ୱାସ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.