ଆଜି କିସ୍‌ ଡେ’, ଜାଣନ୍ତୁ ଚୁମ୍ବନ କରିବା ଦ୍ୱାରା ଶରୀରକୁ ମିଳେ କେଉଁ ସବୁ ଲାଭ

ଆଜି ଭାଲେଣ୍ଟାଇନ୍‌ ସପ୍ତାହର ସପ୍ତମ ଦିନ ଅର୍ଥାତ୍‌ କିସ୍‌ ଡେ’ବା ଚୁମ୍ବନ ଦିବସ। ଏହିଦିନ ପ୍ରେମୀଯୁଗଳ ପରସ୍ପରକୁ କିସ୍‌ କରି ନିଜ ଭାବନା ଦର୍ଶାଇଥା’ନ୍ତି। ସପ୍ତାହେ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହର ଶେଷ ଦିନ ବା ଭାଲେଣ୍ଟାଇନ୍‌ ଦିନ ପୂର୍ବରୁ ଫେବ୍ରୁଆରୀ ୧୩ ତାରିଖରେ ପାଳିତ ହୋଇଥାଏ କିସ୍‌ ଡେ’। ଆଜି କିସ୍‌ ଡେ’ରେ ଆସନ୍ତୁ ଜାଣିବା କିସ୍‌ କରିବା ଦ୍ୱାରା ଶରୀରର କି ପ୍ରକାରର ଲାଭ ହୋଇଥାଏ…

Image result for kiss day

  • କିସ୍‌ କରିବା ଦ୍ୱାରା ଶରୀରରୁ ଆଡ୍ରେନାଲିନ୍‌ ନାମକ ହରମୋନ୍‌ କ୍ଷରିତ ହୋଇଥାଏ। ଏହି ହରମୋନ୍‌ ହାର୍ଟ ପାଇଁ ଲାଭଦାୟକ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ଲାଗି ହାର୍ଟକୁ ପମ୍ପ କରିବାରେ ଏହି ହରମୋନ୍‌ ସାହାଯ୍ୟ କରେ। ଏହା ବ୍ଲଡ ପ୍ରେସରକୁ କମ୍‌ କରିବା ସହ ରକ୍ତ ସଞ୍ଚାଳନକୁ ତ୍ୱରାନ୍ଵିତ କରିଥାଏ।
  • କିସ୍‌ କରିବା ବେଳେ ମୁହଁରୁ ବାହାରୁଥିବା ଲାଳ ଦାନ୍ତର କ୍ୟାଭିଟି ଦୂର କରିବା ସହ ବ୍ୟାକ୍ଟେରିଆକୁ ମାରିଥାଏ।

Image result for kiss day

  • କିସ୍‌ କରିବା ଦ୍ୱାରା ମହିଳାଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିପାଏ। ଏହା ମହିଳାଙ୍କୁ ସାଇଟୋମେଗାଲୋ ଭାଇରସ୍‌ରୁ ରକ୍ଷା କରେ। ଏହି ଭାଇରସ୍‌ ଗର୍ଭାବସ୍ଥାରେ ଶିଶୁଙ୍କୁ ଅନ୍ଧ କରିଥାଏ।
  • ଶରୀରରୁ କ୍ୟାଲୋରୀ କମ୍‌ କରିବାରେ କିସ୍‌ ସାହାଯ୍ୟ କରେ। ପ୍ରାୟ ୧ ମିନିଟ୍‌ କିସ୍‌ କଲେ ୨ରୁ ୩ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। କେବଳ ଏତିକି ନୁହେଁ, କିସ୍‌ ଦ୍ୱାରା ଶରୀରର ମେଟାବଲିକ୍‌ ରେଟ୍‌ ବି ବଢ଼େ।

Image result for kiss day

  • ସାରା ଦିନର ଚିନ୍ତା ଓ ଥକାପଣ କମ୍‌ କରିବାରେ ନିଜ ପ୍ରିୟ ଲୋକର ଏକ ପ୍ରେମଭରା ଚୁମ୍ବନ ହିଁ ଯଥେଷ୍ଟ। କିସ୍‌ କରିବା ଦ୍ୱାରା ଶରୀରରେ କୋର୍ଟିଜୋଲର ସ୍ତର କମ୍‌ ହୋଇଥାଏ। ଏହା ଦ୍ୱାରା ଚିନ୍ତା ଦୂର ହୋଇଥାଏ।
  • କିସ୍‌ କରିବା ବେଳେ ୩୪ ଫେସିଆଲ ମାଂସପେଶୀ ଓ ଶରୀରର ୧୧୨ ପୋଶ୍ଚରାଲ ମାଂସପେଶୀ ବ୍ୟବହୃତ ହୋଇଥାଏ। କିସ୍‌ କରିବା ଦ୍ୱାରା ମାଂସପେଶୀ ଟାଇଟ୍‌ ଓ ଟୋନ୍‌ଡ ରହେ ଓ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବାବସ୍ଥା ବଜାୟ ରହେ।
Leave A Reply

Your email address will not be published.