ନିଜ ଛୁଆକୁ ବଞ୍ଚାଇବା ପାଇଁ କଳା ନାଗ ସାପ ସହିତ ଲଢେଇ କଲା କୁକୁଡ଼ା, ଦେଖନ୍ତୁ ଶେଷରେ କିଏ ଜିତିଲା…

ମା’ର ପ୍ରେମରେ ଥାଏ ବହୁତ ଶକ୍ତି। ମଣିଷ ହେଉ କି ପଶୁ, ପ୍ରତ୍ୟେକ ମା ନିଜ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଥାଏ। ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଅନେକ ପଶୁ ମଧ୍ୟ ନିଜ ପିଲାମାନଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବିପଦରେ ପକାଇଥାନ୍ତି। ଆଜିକାଲି ଏହିପରି ଏକ ଭିଡିଓ ବହୁତ ସେୟାର ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ, ଏକ କୋବ୍ରା ଏବଂ ଗୋଟିଏ କୁକୁଡ଼ା ମଧ୍ୟରେ ଘାମାଘଟ ଯୁଦ୍ଧ କରୁଥିବା ଦେଖାଯାଉଛି ।
ଭିଡିଓରେ, କୋବ୍ରା କୁକୁଡ଼ାର ଅଣ୍ଡା ଖାଇବାକୁ ତା ପାଖକୁ ଆସୁଥିବା ଦେଖିବାକୁ ମିଳୁଛି। ଏହା ପରେ ମଧ୍ୟ କୁକୁଡ଼ା ଅଣ୍ଡା ନିକଟରୁ ଘୁଞ୍ଚି ନଥିଲା। ସେ କେବଳ ଅଣ୍ଡାକୁ ଏକୁଟିଆ ଛାଡି ଯାଇନଥିଲା , ବରଂ ସେ ନିଜ ଥଣ୍ଟରେ ସାପକୁ ଅନେକ ଥର ଆକ୍ରମଣ ମଧ୍ୟ କରିଥିଲେ। ସାପ କୁକୁଡ଼ାକୁ ଯେତେ ଭୟଭୀତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ନିର୍ଭୀକ କୁକୁଡ଼ା ସେଠାରେ ବସି ରହିଲା। ସେ ଅଣ୍ଡା ଛାଡି କେଉଁଆଡେ ଯାଇନଥିଲା । ଶେଷରେ ସାପଟି ସ୍ଥାନ ଛାଡ଼ି ଚାଲିଯାଇଛି।
View this post on Instagram
ଭିଡିଓଟି ଇନ୍ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭିଡିଓ ଦେଖିବା ପରେ ଲୋକମାନେ କୁକୁଡ଼ାର ସାହସିକତାକୁ ପ୍ରଶଂସା କରୁଛନ୍ତି। ଏଥିସହିତ କୁକୁଡ଼ା ଅଣ୍ଡାର ସୁରକ୍ଷା ପାଇଁ ପ୍ରଶଂସା କରୁଛନ୍ତି। ଯଦିଓ ଏହା ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ସେମାନେ କହିଛନ୍ତି, ସାପଟି ସେଠାରୁ ଦୂରେଇ ନ ଯିବା ପର୍ଯ୍ୟନ୍ତ କୁକୁଡ଼ା ବିଷାକ୍ତ ସାପ ଆଗରେ ଯୁଦ୍ଧ ଜାରି ରଖିଥିଲା। ଜଣେ ୟୁଜର କହିଛନ୍ତି, ‘ଆମେ କେବେ କଳ୍ପନା କରି ନ ଥିଲୁ, ସାପ ଏବଂ କୁକୁଡ଼ା ମଧ୍ୟରେ ଏମିତି ଲଢ଼େଇ ହୋଇପାରେ।’ ତେଣୁ ଆପଣ ଜାଣିଥିବେ ମା’ ନିଜର ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ କାହାକୁ ବି ଭୟ କରନ୍ତି ନାହିଁ। ଜୀବନ ଥିବା ଯାଏ ମା’ଟିଏ ତା’ର ସନ୍ତାନ ପାଇଁ ଲଢ଼ିବାକୁ ପ୍ରସ୍ତୁତ ଥାଏ। ଯାହା ଏହି ଭିଡିଓରେ ଦେଖିବାକୁ ମିଳିଛି।