ଏଠାରେ ଝିଣ୍ଟିକାରୁ ପ୍ରସ୍ତୁତ ହୁଏ ବ୍ରେଡ୍‌, ଲୋକେ କରନ୍ତି ପସନ୍ଦ

ବ୍ରେଡ୍‌ ଏବଂ ଅଟାରେ ପ୍ରସ୍ତୁତ ରୁଟି ଏକ ପ୍ରଧାନ ଖାଦ୍ୟ ହୋଇଥାଏ। ଏହାକୁ ସାଧାରଣତଃ ଶେକାଯାଇ ଖିଆଯାଇଥାଏ, ଯାହାକି ଦୁନିଆର ପ୍ରାୟ ଅଧିକାଂଶ ସ୍ଥାନର ପ୍ରମୁଖ ଭୋଜନ ଅଟେ। ଆଉ ଏଥିଯୋଗୁ କୃଷି କ୍ଷେତ୍ରରେ ଏହାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ। କିନ୍ତୁ ଆପଣ ଏହି କଥା ଜାଣିଲେ କେବେ ବି ବିଶ୍ୱାସ କରିପାରିବେ ନାହିଁ। କଥାଟି ହେଲା, ଦୁନିଆରେ ଏପରି ଏକ ଦେଶ ରହିଛି, ଯେଉଁଠି ଝିଣ୍ଟିକା ବା ପୋକରୁ ବ୍ରେଡ୍‌ ପ୍ରସ୍ତୁତ କରାଯାଏ।

ଫିନ୍‌ଲ୍ୟାଣ୍ଡର ଏକ ବେକରୀ କମ୍ପାନୀ ଏଭଳି ବ୍ରେଡ୍‌ ପ୍ରସ୍ତୁତ କରିଥାଏ। କମ୍ପାନୀ ଏଥିରେ ଶୁଖିଲା ଝିଣ୍ଟିକା ମିଶାଇ ବ୍ରେଡ୍‌ ତିଆରି କରେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି କମ୍ପାନୀ ନେଦରଲ୍ୟାଣ୍ଡରୁ ଝିଣ୍ଟିକା ମିଶା ଅଟା କିଣିଥାଏ। ଏପରିକି ଏହା ସେଠାକାର ଲୋକାଲ୍‌ ସପ୍ଲାୟରମାନଙ୍କୁ ମଧ୍ୟ ଖୋଜିଥାଏ। ଝିଣ୍ଟିକାରେ ତିଆରି ହୋଇଥିବା ବ୍ରେଡ୍‌ ସାଧାରଣ ବ୍ରେଡ୍‌ଠାରୁ ଅଧିକ ସ୍ୱାଦିଷ୍ଟ ଲାଗିଥାଏ ବୋଲି ଫେଜର ବେକରୀର ସିଇଓ କହିଛନ୍ତି।

ଏହାସହ ପଢ଼ନ୍ତୁ: ଇତିହାସର ଏହି ଦୁଇ ରାଣୀ ଥିଲେ ଅପୂର୍ବ ସୁନ୍ଦରୀ, ଯାହାଙ୍କୁ ପାଇବାକୁ ରାଜାମାନେ କରିଥିଲେ ଏପରି କାମ

ତାଙ୍କ କହିବା ଅନୁସାରେ, ଗୋଟିଏ ବ୍ରେଡ୍‌ କିମ୍ବା ରୁଟିରେ ପାଖାପାଖି ୭୦ଟି ଝିଣ୍ଟିକା ପକାଯାଇଥାଏ। ଗହମ ରୁଟି ତୁଳନାରେ ଏଥିରୁ ଅଧିକ ପ୍ରୋଟିନ୍‌ ମିଳିଥାଏ। ପଶ୍ଚିମ ଦେଶରେ ଖାଦ୍ୟ ପୋକ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ବିଶେଷ କରି ଯେଉଁ ଲୋକମାନେ ପରିବେଶ ସୁରକ୍ଷା ପ୍ରତି ସଚେତନ ଅଛନ୍ତି, ସେହିମାନେ ଏଭଳି ଖାଦ୍ୟ ବେଶି ପସନ୍ଦ କରୁଛନ୍ତି। କାରଣ, ଝିଣ୍ଟିକା ଏବଂ ପୋକଗୁଡ଼ିକ ସାଧାରଣତଃ ପଶୁ, କ୍ଷେତବାଡ଼ି, ପାଣି, ଭୋଜନ ଆଦିକୁ କ୍ଷତି ପହଞ୍ଚାଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.