କିଛି ଟଙ୍କା ଖର୍ଚ୍ଚ ହେବାର ନାହିଁ, ଘରେ ବସି ଏପରି କରନ୍ତୁ ଥାଇରଏଡ ଟେଷ୍ଟ

କେଶ ଝଡିବା ଠାରୁ ନେଇ ଓଜନ ବଢ଼ିବା ପର୍ଯ୍ୟନ୍ତ ଥାଇରଏଡ ଅସନ୍ତୁଳନ ଅନେକ ସମସ୍ୟା ପାଇଁ ଦାୟୀ ରହିଥାଏ। ସେଥିପାଇଁ ଆପଣଙ୍କୁ ଏହା ବହୁତ ଜରୁରୀ ହୋଇଥାଏ ଯେ ଆପଣ ସମୟ ରହିବା ଭିତରେ ହିଁ ଏହାର ଯାଞ୍ଚ କରାଇନେବା ଜରୁରୀ। ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ଜଣାଇବୁ ଆପଣ ଥାଇରଏଡ ଯାଞ୍ଚ ଘରେ ବି କରିପାରିବେ। ଆଉ ଥାଇରଏଡକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଆଜି ଆମେ ଆପଣଙ୍କୁ ଜଣାଇବୁ। ଥାଇରଏଡ ହର୍ମୋନ୍‌ ଆପଣଙ୍କ ପୂରା ଶରୀରରେ ଅନେକ ଅଲଗା ଅଲଗା ପ୍ରଣାଳୀରେ ଭୂମିକା ଗ୍ରହଣ କରିଥାଏ। ଯେତେବେଳେ ଆପଣଙ୍କ ଥାଇରଏଡ ଏହି ମହତ୍ତ୍ୱପୂର୍ଣ୍ଣ ହର୍ମୋନକୁ ଅଧିକ କିମ୍ବା କମ୍‌ ବନାଇବାକୁ ଲାଗିଥାଏ, ସେତେବେଳେ ଏହାକୁ ଥାଇରଏଡ ରୋଗ କୁହାଯାଏ। ଥାଇରଏଡ ରୋଗ ଅନେକ ପ୍ରକାରର ରହିଛି। ଯେଉଁଥିରେ ହାଇପରଥାଇରାଏଡିଜିମ୍‌, ହାଇପୋଥାୟରାୟଡିଜିମ୍‌, ଥାଇରଏଡିଟିସ ଏବଂ ହସିମୋଟୋର ଥାଇରଏଡିଟିସ ସାମିଲ ରହିଛି।

ଏହା ସାଧାରଣ ସମସ୍ୟା ହୋଇଥିଲେ ବି ଏହାକୁ ନେଇ ଗମ୍ଭୀର ସ୍ଥିତି ମଧ୍ୟ ହୋଇପାରେ। ସାମାନ୍ୟତଃ ଗଳାର ଯାଞ୍ଚକୁ ଥାଇରଏଡ ରୋଗ ଚିହ୍ନଟ କରିବାର ସବୁଠାରୁ ସଠିକ ଏବଂ ବିଶ୍ୱସନୀୟ ତରିକା ଧରାଯାଏନାହିଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ନିଜ ଥାଇରଏଡ ରୋଗ ହେବାର ପତ୍ତା ବିଳମ୍ବରେ ଜଣାପଡିଥାଏ ଏବଂ ସେତେବେଳକୁ ଲକ୍ଷଣ ବହୁତ ବଢ଼ି ଯାଇଥାଏ। ଏଥିପାଇଁ ସବୁଠାରୁ ଉତ୍ତମ ଏବଂ ବଢ଼ିଆ ହେବ ଆପଣ ଘରେ ସମୟ ସମୟରେ ନିଜର ଥାଇରଏଡ ଗ୍ଲାଣ୍ଡ ଏବଂ ନୋଡ୍ୟୁଲ ଯାଞ୍ଚ କରନ୍ତୁ।

thyroedଆପଣଙ୍କ ପାଇଁ କାହିଁକି ଜରୁରୀ ଘରେ ଥାଇରଏଡ୍‌ ଟେଷ୍ଟ କରିବା ?

  1. ଘରେ ସେଲ୍ଫ ଟେଷ୍ଟ ଆପଣଙ୍କୁ ନିଜର ଥାଇରଏଡ ଗ୍ରନ୍ଥିରେ ଥାଇରଏଡ ଗ୍ଲାଣ୍ଡ ଏବଂ ଲମ୍ପ ଖୋଜିବାରେ ସାହାଯ୍ୟ କରିପାରେ। ଏହା କ୍ରମଶଃ ବୃଦ୍ଧି ପାଇ ନୋଡ୍ୟୁଲସ ଏବଂ ଗୋଇଟର ଠାରୁ ନେଇ ଥାଇରଏଡ କ୍ୟାନ୍ସର ପର୍ଯ୍ୟନ୍ତ କୌଣସି ବି ଥାଇରଏଡ ସ୍ଥିତି ଆଡକୁ ଇସାରା କରିପାରେ।
  2. ଗଳା ଫୁଲିବା ଥାଇରଏଡ ରୋଗର କାରଣ ହୋଇପାରେ ଏବଂ ଏହା ଅନ୍ୟ ସ୍ଥିତି କାରଣରୁ ବି ହୋଇପାରେ ଯେମିତିକି ଲିମ୍ଫ ନୋଡ୍‌ ବଢ଼ିବା, ଲିମ୍ଫୋମା, ଏବଂ କୌଣସି ଗଭୀର ଆଘାତ।
    ଏବେ ଜାଣନ୍ତୁ ଘରେ ଥାଇରଏଡ କରିବାର ତରିକା
  3. ଆଇନା ବା ମିରର ଆଗରେ ଛିଡା ହୋଇଯାନ୍ତୁ, ଯେମିତି ଆପଣ ନିଜ ବେକକୁ ବେକ ଦେଖିପାରୁଥିବେ। ଏହି ସମୟରେ ବେକରେ ଓଢ଼ଣୀ, ଗହଣା କିମ୍ବା ଅନ୍ୟ କୌଣସି ବି ବସ୍ତୁ ବାହାର କରିଦିଅନ୍ତୁ। ଯଦି ଆପଣ ଗୋଟେ ହାତରେ ଧରୁଥିବା ମିରର ବ୍ୟବହାର କରୁଛନ୍ତି ତାହେଲେ ଏହାକୁ ନିଜ ବେକର ତଳ ଭାଗରେ ଧ୍ୟାନ କେନ୍ଦ୍ରୀତ କରନ୍ତୁ।
  4. ଧୀର ଭାବରେ ନିଜ ବେକକୁ ପଛ ଆଡକୁ ବୁଲାନ୍ତୁ। ନିଜ ଥୁଡିକୁ ଛାତି ଆଡକୁ ନିଅନ୍ତୁ ଯାହାଦ୍ୱାରା ଆପଣ ନିଜ ବେକକୁ ଭଲଭାବେ ଦେଖିପାରିବେ।
  5. ଏବେ ଆପଣ ନିଜ ବେକକୁ ଅଳ୍ପ ପଛ ଆଡକୁ କରି ରଖନ୍ତୁ। ଏବେ ପାଣି ନିଅନ୍ତୁ ଏବଂ ଢ଼ୋକି ଦିଅନ୍ତୁ। ଏହି କ୍ରୀୟା ଆପଣଙ୍କ ସ୍ୱରଯନ୍ତ୍ରର ସ୍ଥିତିକୁ ଆଗକୁ ବଢ଼ାଇଥାଏ। ଯାହାଦ୍ୱାରା ଆପଣ ନିଜ ଥାଇରଏଡ ଗ୍ରନ୍ଥିର ଆକାରକୁ ଭଲଭାବେ ଦେଖିପାରିବେ।

ତେବେ ଏବେ ଆସନ୍ତୁ ଜାଣିବା କଣ ଏହି ଥାଇରଏଡ ଗ୍ଲାଣ୍ଡ?

ଏକ ଛୋଟ ଆକାରର ଅଙ୍ଗ ହୋଇଥାଏ ଯାହା ଗଳାର ତଳ ଭାଗରେ ଥାଏ। ଏହା ଆପଣଙ୍କ କଲରବୋନର ଠିକ୍‌ ଉପର ଏବଂ ଆପଣଙ୍କ ଭଏସ ବକ୍ସର ତଳ ଭାଗରେ ରହିଥାଏ।

thyroedଯେତେବେଳେ ଆପଣ ପାଣି ଢ଼ୋକିବେ ସେତେବେଳେ ଏହା ଉପରେ ଧ୍ୟାନ ଦିଅନ୍ତୁ :

  • ଲମ୍ପସ୍‌
  • ଫୁଲିବା
  • ବଲଜ୍‌ ଏବଂ ଅନ୍ୟ କୌଣସି ଜିନିଷ ଯାହା ଆପଣଙ୍କ ଅଫ-ସେଣ୍ଟରରେ ରହିଥିବ।

ଏହି ପ୍ରକ୍ରୀୟାକୁ ପୁଣି ଥରେ ଦୋହରାନ୍ତୁ। ଯାହାଦ୍ୱାରା ଆପଣଙ୍କ ଯାଞ୍ଚ ଠିକ ଭାବେ ହୋଇପାରିବ। ଆଉ ଅଳ୍ପ ପାଣି ଢ଼ୋକିଦିଅନ୍ତୁ ଏବଂ ନିଜ କଳାର ସଂରଚନାକୁ ନୀରିକ୍ଷଣ କରନ୍ତୁ। ଆପଣ ଚାହିଁଲେ ନିଜ ଗଳାରେ ହାତ ଲଗାଇ ମଧ୍ୟ ଦେଖିପାରିବେ।
ଯଦି ଆପଣଙ୍କୁ ଏହି ଯାଞ୍ଚରେ ଲାଗୁଛି ଯେ ଆପଣଙ୍କ ଗଳାରେ କୌଣସି ଗଣ୍ଠି କିମ୍ବା ବଲଜ୍‌ ଭଳି ଜଣାପଡୁଛି ତେବେ ଆପଣଙ୍କୁ ନିଶ୍ଚିତ ଭାବେ ଦେଖାଇବା ଉଚିତ। କାରଣ ସମୟ ଭିତରେ ଏହାର ଚିକିତ୍ସା କରିବା ବେଶ୍‌ ଜରୁରୀ ହୋଇଥାଏ ନଚେତ ଏହା ଭବିଷ୍ୟତରେ ବହୁତ ସମସ୍ୟା ସୃଷ୍ଟି କରିପାରେ। ତେବେ ଚିନ୍ତା କରନ୍ତୁ ନାହିଁ ଥାଇରଏଡ ଗ୍ଲାଣ୍ଡ କିମ୍ବା ନୋଡ୍ୟୁଲ୍‌ ମିଳିବାର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ କ୍ୟାନ୍ସର ହୋଇଛି। ବାସ୍ତବରେ ଏକାଡେମିକ ରେଡିଓଲୋଜିରେ ପ୍ରକାଶିତ ୨୦୧୮ରେ ଏ ଷ୍ଟଡିରେ ଏହା ରେଜଲ୍ଟ ଆସିଛି ଯେ କେବଳ ୮% ଥାଇରଏଡ ନୋଡ୍ୟୁଲ କ୍ୟାନ୍ସର ଆଶଙ୍କା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.