ରାସନ କାର୍ଡରେ ନୂଆ ସଦସ୍ୟଙ୍କ ନା ଯୋଡ଼ିବାକୁ ଉପାୟ ଖୋଜୁଛନ୍ତି କି? ଏହି ଟିପ୍ସକୁ ଫଲୋ କରନ୍ତୁ

କେନ୍ୟୁଜ୍‌(ବ୍ୟୁରୋ): ଯଦି ଆପଣଙ୍କ ପରିବାରକୁ କେହି ନୂଆ ସଦସ୍ୟ ଆସୁଛି, ସେହି ସଦସ୍ୟଙ୍କ ନାରାସନ କାର୍ଡରେ ଯୋଡ଼ିବେ । ଆପଣ ଏଥିପାଇଁ ନୂଆ ନୂଆ ତରିକା ଖୋଯିଥାନ୍ତି । ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ନୂଆ ସଦସ୍ୟଙ୍କ ନା ରାସନ କାର୍ଡରେ ଯୋଡ଼ି ପାରବେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଦେଶ ତଥା ରାଜ୍ୟର ଗରିବ ଶ୍ରେଣୀର ପରିବାରକୁ କମ ମୂଲ୍ୟରେ ରାସନ ଯୋଗାଇ ଦିଆଯାଏ । ଏଥିପାଇଁ ସରକାରଙ୍କ ତରଫରୁ ରାସନ କାର୍ଡ ଯୋଗାଇ ଦିଆଯାଇଥାଏ । ଏହି କାର୍ଡରେ ସେହି ପରିବାରର ସଦସ୍ୟ କଣ୍ଟ୍ରୋଲ ଦୋକାନରୁ ରାସନ ନେଇଥାନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ଏହି ସୁବିଧା ଯୋଗାଇ ଦେଇଥାନ୍ତି । ଏଥିରେ ଗରିବ ଶ୍ରେଣୀର ପରିବାର ଲାଭବାନ ହୋଇଥାନ୍ତି । ଏହି କାର୍ଡରେ ପରିବାରର ସମସ୍ତ ସଦସ୍ୟଙ୍କ ନା ରହିଥାଏ । ସଦସ୍ୟ ପ୍ରତି ଏକ ନିର୍ଦ୍ଦିଷ୍ଟ ପରିମାଣର ରାସନ ଯୋଗାଇ ଦିଆଯାଏ । ଅର୍ଥାତ ଯେଉଁ ପରିବାରର ଯେତିକି ସଦସ୍ୟ ସେହି ପରିବାରକୁ ସେତିକି ପରିମାଣର ରାସନ ଯୋଗାଇ ଦିଆଯାଏ । ଯଦି ପରିବାରକୁ କେହି ନୂଆ ସଦସ୍ୟ ଆସୁଛି ତାର ନା କାର୍ଡରେ ଯୋଡିବାକୁ ପଡ଼ିବ । ସେହି ହିସାବରେ କାର୍ଡରେ ମିଳୁଥିବା ରାସନର ପରିମାଣ ମଧ୍ୟ ବଢିବ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କିପରି ଏହି ନା ରାସନ କାର୍ଡରେ ଯୋଡ଼ିବେ । ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବନାହିଁ ଆମେ ଆରଣଙ୍କୁ ବତାଇବୁ ଉପାୟ । ଦର୍ଶକବନ୍ଧୁ ଯେବେ ଆରଣଙ୍କ ପରିବାରରେ କେହି ନୂଆ ସଦସ୍ୟ ଏଣ୍ଟ୍ରି କରିବ ଆପଣଙ୍କୁ ତାର ନା ରାସନ କାର୍ଡରେ ଯୋଡ଼ିବାକୁ ହେବ । ପରିବାରର କାହାର ନା ବି ଯଦି ରାସନ କାର୍ଡରୁ କଟି ଯାଇଛି । ତାକୁ ଆପଣ ରାସନ କାର୍ଡରେ ଅପଡେଟ କରିପାରିବେ । ଏଥିପାଇଁ ଆପଣ ସରକାରୀ ଦପ୍ତରର ଚକ୍କର କାଟିଥାନ୍ତି । ତଥାପି ବି ଆପଣଙ୍କ କାମ ହୋଇ ନଥାଏ । ଏଥିରେ ଆମେ ଆପଣଙ୍କୁ କହିବୁ କି ଆପଣ ଅନଲାଇନ କିପରି ଆପଣଙ୍କ ପରିବାରର ନୂଆ ସଦସ୍ୟର ନା କୁ ଯୋଡ଼ିବେ ।

ଯଦି ଆପଣଙ୍କ ପରିବାରର କୌଣସି ଛୋଟଛୁଆର ନା କାର୍ଡରେ ଯୋଡ଼ିବାର ଅଛି ବା କାହାର ନା ଅପଡେଟ କରିବାର ଅଛି ତେବେ, ସର୍ବ ପ୍ରଥମେ ପରିବାରର ମୁଖ୍ୟଙ୍କ ପାଖରେ ରାସନ କାର୍ଡ ରହିବା ଜରୁରି ଅଟେ । ଏହି କାର୍ଡସହ ପରିବାର ମୁଖ୍ୟଙ୍କ ଏକ ଫଟୋକପି ଆବଶ୍ୟକ ହୋଇଥାଏ । ଛୋଟ ଛୁଆର ଜନ୍ମ ପ୍ରମାଣ ପତ୍ର ଓ ତାର ମାତାପିତାର ଆଧାର କାର୍ଡ ଆବଶ୍ୟକ ହେବ । ଯଦି ନବବିବାହିତ ମହିଳାଙ୍କ ନା ରାସନ କାର୍ଡରେ ଯୋଡିବେ ତେବେ, ଆଧାର କାର୍ଡ ଓ ବିବାହ ପ୍ରମାଣ ପତ୍ର ଓ ତାର ମାତାପିତାଙ୍କ ରାସନ କାର୍ଡ ଆବଶ୍ୟକ ହେବ ।

ଅନଲାଇନରେ କିପରି ଯୋଡ଼ିବେ ରାସନ କାର୍ଡରେ ନା ?

ଏଥିପାଇଁ ଆପଣଙ୍କୁ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ପଡ଼ିବ । ପ୍ରଥମେ ଆପଣଙ୍କୁ ଏକ ଲଗଇନ୍‌ ଆଇଡି ତିଆରି କରିବାକୁ ହେବ । ଯଦି ଆପଣଙ୍କ ପାଖରେ ପୂର୍ବରୁ ଆଇଡି ରହିଛି ଆପଣ ଏଥିରେ ଲଗଇନ୍‌ କରିପାରିବେ । ହୋମ ପେଜ୍‌ରେ ନୂଆ ସଦସ୍ୟ ଯୋଡ଼ିବାର ବିକଳ୍ପକୁ ଯାଆନ୍ତୁ । ଏହାପରେ ଏକ ନୂଆ ଫର୍ମ ଖୋଲିଯିବ । ଏଥିରେ ଆପଣଙ୍କୁ ଆପଣଙ୍କ ପରିବାର ସଦସ୍ୟଙ୍କ ବିଷୟରେ ତଥ୍ୟ ଭରିବାକୁ ହେବ । ଏହାସହ ଜରୁରି ଡକ୍ୟୁମେଣ୍ଟ ଅପଲୋର୍ଡ କରିବାକୁ ପଡ଼ିବ । ଫର୍ମ ଜମା କରିବା ପରେ ଏକ ରେଜିଷ୍ଟେସନ ନମ୍ବର ମିଳିବ । ଏହି ନମ୍ବର ଜିରିଆର ଆପଣ ଆଗାମୀ ପ୍ରକ୍ରିୟାରେ ଯାଇ ପାରିବେ ଏହାସହ ଫର୍ମକୁ ଟ୍ରାକ କରିପାରିବେ । ଅଧିକାରୀ ଆପଣଙ୍କ ଫର୍ମକୁ ଯାଞ୍ଚ କରିବେ । ସବୁକିଛି ଠିକ ରହିଥିଲେ ଆପଣଙ୍କ ପରିବାରର ନୂଆ ସଦସ୍ୟଙ୍କ ନା ଆପଣଙ୍କ ରାସନ କାର୍ଡରେ ସାମିଲ ହୋଇଯିବ । ଏହାପରେ ଡାକରେ ଆପଣଙ୍କ ପାଖକୁ ଏକ ନୂଆ ରାସନ କାର୍ଡ ଆସିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.