ବାଇକ ଚଲେଇବା ବେଳେ କୁକୁର ହଇରାଣ କରୁଛି କି ? ଜାଣନ୍ତୁ ସହଜ ଉପାୟ

ଆପଣ ଯିବା ଆସିବା ସମୟରେ ରାସ୍ତାଘାଟରେ କୁକୁର ଭୁକିବାର ପ୍ରତିଦିନ ଦେଖିବାକୁ ପାଉଥିବେ । ଆଉ ଏଭଳି ଦେଖି ଲାଗିବ ଯେମିତି ସତରେ କୁକୁରଟି ଆସି ଯେମିତି କାମୁଡି ପକେଇବ । ଯେମିତି କୁକୁର ଆଉ ବାଇକ ସହ ବହୁ ପୂର୍ବର ଶତ୍ରୁତା ରହିଛି । ପ୍ରାୟ ରାସ୍ତା ଉପରେ ବ୍ୟକ୍ତିଟି ଯିବାଆସିବା ସମୟରେ କୁକୁର କାମୁଡିବାର ଭୟ ଥାଏ । କାରଣ ଗାଡି ଚଳାଉଥିବା ସମୟରେ କୁକୁର ମାନେ ଭୁକିବା ଆରମ୍ଭ କରିଦିଅନ୍ତି । ତେବେ ଏମିତି ଭୁକିବା ଫଳରେ କେତେଥର ଯେ ଗାଡି ଚାଳକ ଦୁର୍ଘଟଣାର ଶିକାର ହୁଅନ୍ତି ତାହା ଆପଣଙ୍କୁ ଜଣାଥିବ । ଯେତେବେଳେ କୌଣସି ଗାଡି ଚାଳକକୁ କୁକୁର ଭୁକିଥାଏ । ତେବେ ମନରେ ନିଶ୍ଚୟ ଏହା ଆସିଥିବ କି କଣ ଏହାର କିଛି ଉପାୟ ଅଛି ? ଆଜ୍ଞା ହଁ ନିଶ୍ଚୟ ଏହାର ବି ଉପାୟ ଅଛି । ଆମେ ଆପଣଙ୍କୁ ଏହାର ଉପାୟ କହିବୁ । ଯାହା ଆପଣଙ୍କୁ ଏହି ସମସ୍ୟାରୁ ନିଶ୍ଚୟ ବାଟ ଦେଖାଇବେ ।

 ଯଦି ଆପଣଙ୍କୁ କୁକୁର ଗୋଡାଉଛି ତେବେ ଗାଡି ଜୋର ଚଳାନ୍ତୁ ନାହିଁ । କାରଣ ହୁଏତ ଆପଣ ଦୁର୍ଘଟଣାର ଶୀକାର ହୋଇପାରନ୍ତି । ଏଥିପାଇଁ ଗାଡି ଧିରେ ଚଳାନ୍ତୁ । ଏହାଛଡା ଯଦି ଆପଣ ମୋଟର ସାଇକେଲକୁ ଅଧିକ ଜୋର ଚଳାଉଛନ୍ତି ତେବେ କୁକୁର ତାହା ଦେଖି ଆହୁରି ବେଗରେ ଆପଣଙ୍କୁ ଦୌଡାଇବ । ଯଦି ପାଖରେ କୁକୁର ଅଛନ୍ତି ତେବେ ସେମାନେ ଆପଣଙ୍କୁ କାମୁଡିବାକୁ ମଧ୍ୟ ଦୌଡିପାରନ୍ତି । ଏଭଳି ପରିସ୍ଥିତି ଉପୁଜିଲେ ଆପଣ ସଂଗେ ସଂଗେ ଗାଡି ଚଳାଇବା ଏକଦମ ଧିରେ କରିନିଅନ୍ତୁ ଅବା ବନ୍ଦ କରନ୍ତୁ । ଦେଖିବେ କୁକୁର ମଧ୍ୟ ଭୁକିବା ବନ୍ଦ କରିଦେବେ । ଏହାପରେ ଆପଣ ଧିରେ ଧିରେ ଗାଡି ଚଳାଇ ସେହି ସ୍ଥାନରୁ ଯାଇପାରନ୍ତି । ଏହା କରିବା ପରେ କୁକୁର ଭୁକିବା ତ ବନ୍ଦ କରେ ଏବଂ ତାର ହିଂସ୍ରତା ମଧ୍ୟ କମିଯାଏ ଅର୍ଥାତ ରାଗ କମିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.