ମଣିଷ ଆଖିରେ ଲୁହ କାହିଁକି ଆଉ କେମିତି ଆସିଥାଏ ଜାଣନ୍ତୁ

ମଣିଷ କାନ୍ଦିବା ପଛରେ ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ କାମ କରିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଖିରେ ଲୁହ କେବଳ ଦୁଃଖ, ଚିନ୍ତା କିମ୍ବା ବହୁତ ଖୁସି ହେଲେ ଆସିନଥାଏ ବରଂ କୌଣସି ଖାସ୍‌ ଗନ୍ଧ କିମ୍ବା ଚେହେରାରେ ବହୁତ ଜୋରରେ ପବନ ବାଜିବା କାରଣରୁ ମଧ୍ୟ ଆସିଥାଏ। ସେହିପରି ପିଆଜ କାଟିବା ସମୟରେ ବି ଆଖିରୁ ଲୁହ ବାହାରିଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଆମ ଆଖିରେ ଲୁହ କାହିଁକି ଆଉ କେମିତି ଆସିଥାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବୈଜ୍ଞାନିକମାନେ ଆଖିକୁ ମୁଖ୍ୟତଃ ତିନି ଶ୍ରେଣୀରେ ଭାଗ କରିଛନ୍ତି। ଲୁହର ପ୍ରଥମ ଶ୍ରେଣୀ ହେଉଛି ବେସଲ। ଏହା ନନ-ଇମୋସନାଲ ଲୁହ ହୋଇଥାଏ। ଯାହା ଆଖିକୁ ସୁଖିଲା ହେବା ଠାରୁ ଦୂରେଇ ରଖି ସୁସ୍ଥ ରଖିଥାଏ। ଦ୍ୱିତୀୟ ଶ୍ରେଣୀରେ ମଧ୍ୟ ନନ-ଇମୋସନାଲ ଲୁହ ଆସିଥାଏ। ଏହି ଲୁହ କୌଣସି ଗନ୍ଧର ପ୍ରତିକ୍ରୀୟା ଦ୍ୱାରା ଆସିଥାଏ। ଯେମିତିକି ପିଆଜ କାଟିବା କିମ୍ବା ଫିନାଇଲ୍‌ ଭଳି ଗନ୍ଧରେ ଆସିଥାଏ।

ଲୁହ ବାହାରିବାର ତୃତୀୟ ଶ୍ରେଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହାକୁ କ୍ରାଇଙ୍ଗ୍‌ ଲୁହ ବୌଲି କୁହାଯାଏ। କ୍ରାଇଙ୍ଗ୍‌ ଲୁହ ଭାବନାତ୍ମକ ପ୍ରତିକ୍ରୀୟା ସମୟରେ ଆସିଥାଏ। ମଣିଷର ମସ୍ତିଷ୍କରେ ଏକ ଲିମ୍ବିକ୍‌ ସିଷ୍ଟମ ଥାଏ, ଯେଉଁଥିରେ ବ୍ରେନର ହାଇପୋଥେଲେମସ୍‌ ରହିଥାଏ। ଏହା ନର୍ବସ୍‌ ସିଷ୍ଟମ ସହ ସିଧା ସମ୍ପର୍କରେ ରହିଥାଏ। ଏହି ସିଷ୍ଟମ ନ୍ୟୁରୋଟ୍ରାନ୍ସମିଟର ସଂକେତ ଦେଇଥାଏ ଏବଂ କୌଣସି ଭାବନାର ଏକ୍ସଟ୍ରୀମ କଣ୍ଡିସନରେ ଆମକୁ କାନ୍ଦ ଲାଗିଥାଏ। ମଣିଷ କେବଳ ଦୁଃଖରେ ହିଁ ନୁହେଁ, ରାଗରେ ଏବଂ ଭୟରେ ବି କାନ୍ଦିଥାଏ।

ଏବେ ଆସନ୍ତୁ ଜାଣିବା ମଣିଷ କାନ୍ଦେ କାହିଁକି?

ମଣିଷର କାନ୍ଦ ନନ-ବର୍ବାଲ ସମ୍ବାଦର ଏକ ତରିକା। ଲୁହ ଜରିଆରେ ମଣିଷ ଏହା ଜଣାଇଥାଏ ଯେ ତାକୁ ସାହାଯ୍ୟର ଆବଶ୍ୟକତା ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମନୋବୈଜ୍ଞାନିକମାନେ ଏହି କଥା ଉପରେ ସବୁବେଳେ ଦାବି ରଖନ୍ତି ଯେ ଭାବନାକୁ ପରିପ୍ରକାଶ କରି କାନ୍ଦିବା ଭଲ କଥା ହୋଇଥାଏ। ଏହାଦ୍ୱାରା ଆଖି ସୁସ୍ଥ ରହିବା ସହ ଆମର ମସ୍ତିଷ୍କ ବି ସୁସ୍ଥ ରହିଥାଏ।

ନନ-ବର୍ବାଲ ସମ୍ବାଦର ସବୁଠାରୁ ଭଲ ଉଦାହରଣ ହେଉଛି ନବଜାତ ଶିଶୁ। କାହିଁକିନା ଶିଶୁ ଯେତେବେଳେ ଭାଷା ବା କଥା କହି ଜାଣନଥାନ୍ତି ସେତେବେଳେ କ୍ରନ୍ଦନ ମାଧ୍ୟମରେ ଏମାନେ ନିଜ ଭାବନାକୁ ପ୍ରକାଶ କରିଥାନ୍ତି ଏବଂ ନିଜ ଆବଶ୍ୟକତାକୁ ଜଣାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.