ସ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ସ୍ୱାମୀ, ଗରିବଙ୍କ ଲୋକଙ୍କ ମୁହଁରେ ହସ ଫୁଟାଇଲେ

ବର୍ତ୍ତମାନ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି । ଅଧିକାଂଶ ଲୋକ ବଡ଼ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ବହୁ ଜାକ ଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ପାର୍ଟି ସାଙ୍ଗକୁ ଡିଜେର ତାଳେ ତାଳେ କେକ୍ କାଟି ମଉଜମସ୍ତି ବି କରୁଛନ୍ତି ।

ନୟାଗଡ(କେନ୍ୟୁଜ) : ବର୍ତ୍ତମାନ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି । ଅଧିକାଂଶ ଲୋକ ବଡ଼ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ବହୁ ଜାକ ଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ପାର୍ଟି ସାଙ୍ଗକୁ ଡିଜେର ତାଳେ ତାଳେ କେକ୍ କାଟି ମଉଜମସ୍ତି ବି କରୁଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଗରିବ ଲୋକ ମାନଙ୍କ ସହ ନିଜର ଜନ୍ମଦିନ ପାଳିବାକୁ ବହୁ ପସନ୍ଦ କରିଥାନ୍ତି ।

ଏ ହେଉଛି ନୟାଗ଼ଡ ଜିଲ୍ଲା ରଣପୁର ବ୍ଲକ କୋଇଲମା ଗ୍ରାମ । ଗତ ରବିବାର ଦିନ ସ୍ତ୍ରୀଙ୍କ ଜନ୍ମ ଦିନରେ କୋଇଲିମା ଗ୍ରାମରେ ଅସହାୟ ଗରିବଙ୍କ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି । ରଣପୁର ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଆକାଶ ପାଣି । ବିଜେଡ଼ିର କିଛି କର୍ମୀଙ୍କ ସହ ଗ୍ରାମକୁ ଯାଇଥିଲେ । ଗ୍ରାମବାସୀ ପ୍ରଥମେ ତାଙ୍କୁ ଫୁଲ ମାଳ ପିନ୍ଧାଇବା ସହ ଗ୍ରାମକୁ ପାଛୋଟି ନେଇଥିଲେ । ଏହାପରେ ଗ୍ରାମରେ ପୂଜା ଅର୍ଚ୍ଚନା କରିଥିଲେ । ଗ୍ରାମବାସୀଙ୍କ ସହିତ ନାଚ ଗୀତ କରି ଖୁସି ମନାଇଥିଲେ । ପରେ ଗ୍ରାମର ଲୋକ ମାନଙ୍କ ପାଖରେ ବସି ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ।

ସ୍ଥାନୀୟ ଅଞ୍ଚଳରେ ଯାହାବି ସମସ୍ୟା ଅଛି ବ୍ଲକ ସ୍ତରରେ ତାହାର ଖୁବ୍ ଶୀଘ୍ର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ପିଲାମାନଙ୍କୁ ଶିକ୍ଷା ବିଷୟରେ ବୁଝେଇବା ସହ ପିଲା ମାନଙ୍କୁ ବର୍ଣ୍ଣବୋଧ, ଖାତା, ପେନ ପେନସିଲ ବାଣ୍ଟନ କରି ପାଠ ପଢିବା ଦ୍ଵାରା କ’ଣ ଉନ୍ନତି ହୁଏ, ତାହାକୁ ଭଲ ଭାବେ ବୁଝେଇ ପିଲା ମାନଙ୍କ ମନ ଜିଣିଥିଲେ । ପରେ ନିଜେ ଲୋକଙ୍କୁ ଖାଦ୍ୟ ପରଷିଥିଲେ ବ୍ଲକ ବିଜେଡ଼ି ଯୁବ ସଭାପତି । ତେବେ କିଛି ଭିନ୍ନ କରି ଆଜି ଚର୍ଚ୍ଚାରେ ଆକାଶ । ସ୍ତ୍ରୀଙ୍କ ଜନ୍ମଦିନରେ ଅସହାୟ ଗରିବଙ୍କ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି । ଆଉ କିଣିଛନ୍ତି ସଭିଙ୍କ ମନ । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଏହି ପଦକ୍ଷପକୁ ସଭିଏଁ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.