ବାୟୁସେନାର ଯବାନଙ୍କ ପରି ପାଣିରେ ଚାଲୁଥିବା ଡଙ୍ଗାକୁ ସୁରକ୍ଷା ଦେଉଛନ୍ତି ପକ୍ଷୀ, ଭିଡିଓ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫଟୋ ବା ଭିଡିଓ ଭାଇରାଲ ହୁଏ। ଭାଇରାଲ୍ ପୋଷ୍ଟ ଗୁଡିକ ମଧ୍ୟରୁ କେତେକ ମଜାଳିଆ ହୋଇଥିବା ବେଳେ କେତେକ ଶିକ୍ଷଣୀୟ ବି ହୋଇଥାଏ । ଆଜି ବି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଲୋକମାନଙ୍କ ମନକୁ ଚକିତ କରୁଛି। ଏହି ଭିଡିଓ ଦେଖିବା ପରେ ଆପଣବି ପ୍ରକୃତି ସହିତ ପ୍ରେମରେ ପଡ଼ିଯିବେ ।

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କିଛି ଲୋକ ପାଣିରେ ଡଙ୍ଗା ଚଲାଉଛନ୍ତି । ତାଙ୍କ ପାଖରେ, ଅନେକ ପକ୍ଷୀ ଏକ ଧାଡି ବାନ୍ଧି ଉଡୁଛନ୍ତି। ଏହା ଦେଖିବା ପରେ ଲାଗୁଛି ଯେ ସେମାନେ ଯେମିତି ବାୟୁସେନା ପରି ଡଙ୍ଗାରେ ଉପସ୍ଥିତ ଥିବା ଲୋକ ମାନଙ୍କୁ ସୁରକ୍ଷା ଦେଉଛନ୍ତି ।

ସବୁଠାରୁ ସୁନ୍ଦର ମୁହୂର୍ତ୍ତ ହେଉଛି ଯେତେବେଳେ ଜଣେ ବ୍ୟକ୍ତି ପକ୍ଷୀକୁ ଡାକିବା ପାଇଁ ହାତ ବଢାଉଛନ୍ତି , ସେତେବେଳେ ହିଁ ପକ୍ଷୀ ମାନେ ତାଙ୍କ ସାମ୍ନାକୁ ଚାଲି ଆସୁଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ହଲିଉଡର ଏଡିଡ଼େଟ୍ ଫିଲ୍ମ ମଧ୍ୟ ଏମାନଙ୍କ ଆଗରେ ଫିକା ପଡିଯିବ ।

ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। @ AwanishSharan ଏହି ଭିଡିଓକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ 36 ହଜାରରୁ ଅଧିକ ଲୋକ ଦେଖିଥିବାବେଳେ ଏହି ଭିଡିଓକୁ 5 ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

ଏହି ଭିଡିଓରେ ଅନେକ ମନ୍ତବ୍ୟ ମଧ୍ୟ ଆସିଛି । ଜଣେ ୟୁଜର୍ସ ଲେଖିଛନ୍ତି – ବିଶ୍ୱାସ କରିବା କଷ୍ଟସାଧ୍ୟ, କିନ୍ତୁ ଏହା ସତ୍ୟ ଅଟେ । ସେହିପରି ଅନ୍ୟ ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି – ଏହା ଆଶ୍ଚର୍ଯ୍ୟଜନକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.