ଏହି ସବୁ ପ୍ରାଣୀଙ୍କୁ ଖୁଆନ୍ତୁ ଖାଦ୍ୟ, ଦୂର ହୋଇଯିବ ଜୀବନର ସବୁ ସମସ୍ୟା; କରଜରୁ ମୁକ୍ତି ପାଇବେ, ଶତ୍ରୁ ଭୟ ବି ରହିବ ନାହିଁ

ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଆସିଥାଏ, ଯେଉଁଥିରୁ ମୁକ୍ତି ପାଇବା ପାଇଁ ସେ ଦାନ, ଧର୍ମ ସହ ଭଗବାନଙ୍କ ଶରଣ ପସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଯଦି ଆପଣ ପଶୁପକ୍ଷୀମାନଙ୍କୁ ଭୋଜନ କରାଇବେ, ତା’ହେଲେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ? ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କେଉଁ କେଉଁ ପ୍ରାଣୀଙ୍କୁ ଖାଦ୍ୟ ଖୁଆଇବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳି ପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ।

୧. ସମ୍ପତ୍ତି ପ୍ରାପ୍ତି ପାଇଁ: ଯେଉଁ ଲୋକଙ୍କ ହାତରୁ ସେମାନଙ୍କ ପୁରୁଣା ସମ୍ପତ୍ତି ଚାଲିଯାଇଛି କିମ୍ବା କୌଣସି ମୂଲ୍ୟବାନ ବସ୍ତୁ ହଜି ଯାଇଛି, ସେମାନେ ପ୍ରତିଦିନ ମାଛକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ। ଏମିତି କଲେ ଆପଣଙ୍କୁ ସମ୍ପତ୍ତି ପୁଣିଥରେ ପ୍ରାପ୍ତ ହୋଇଥାଏ।

୨. ଆର୍ଥିକ ଲାଭ ପାଇଁ: ଜ୍ୟୋତିଷ ଏବଂ ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ, ପକ୍ଷୀ, କୁକୁର, ପିମ୍ପୁଡ଼ି ଓ ମାଛଙ୍କଠାରୁ ଆମ ଜୀବନର ସବୁ ସମସ୍ୟା ଦୂର ହୋଇ ପାରିବ। ଯଦି କୌଣସି ବ୍ୟକ୍ତି ନିୟମିତ ରୂପେ ଗାଈକୁ ରୁଟି ଖୁଆଇବେ, ତ ତାଙ୍କର ଗ୍ରହ ଦୋଷ ନଷ୍ଟ ହୋଇଯିବ। ସେହିପରି ପକ୍ଷୀଙ୍କୁ ଦାନା ଦେବାରେ ଆର୍ଥିକ ମାମଲାରେ ଲାଭ ମିଳିବ। ବ୍ୟବସାୟ କରୁଥିବା ଲୋକ ପ୍ରତିଦିନ ପକ୍ଷୀମାନଙ୍କୁ ଅବଶ୍ୟ ଦାନା ଖାଇବାକୁ ଦିଅନ୍ତୁ।

୩. ଶତ୍ରୁଙ୍କଠାରୁ ମୁକ୍ତି ପାଇବା ପାଇଁ: କୁକୁରକୁ ରୁଟି ଖୁଆନ୍ତୁ। ନିୟମିତ ରୂପେ ଏମିତି କଲେ, ଆପଣଙ୍କୁ ଶତ୍ରୁ ଭୟ ରହିବ ନାହିଁ।

୪. କରଜରୁ ମୁକ୍ତି ପାଇବା ପାଇଁ: କରଜରୁ ମୁକ୍ତି ପାଇଁ ଆପଣ ପିମ୍ପୁଡ଼ିକୁ ଚିନି ଏବଂ ଅଟା ଦିଅନ୍ତୁ। ଏମିତି କଲେ ଖୁବ୍‌ ଜଲ୍‌ଦି କରଜ ସୁଝିଯିବ।

୫. ସକାରାତ୍ମକତା ପାଇଁ: ଯଦି କେହି ମାଙ୍କଡ଼କୁ ୭ଟି ଶନିବାର କଦଳୀ ଖାଇବାକୁ ଦେବ, ତା’ହେଲେ ତା’ର ସମସ୍ତ ଦୋଷ ଦୂର ହୋଇଯିବ। ଜୀବନରେ ସକାରାତ୍ମକତା ଆସିବାରେ ଲାଗିବ।

୬. ମନ ଅଶାନ୍ତ କି ଅସ୍ଥିର ଥିଲେ: ଯଦି ଆପଣଙ୍କ ସହିତ କୌଣସି ଅଜବ ଘଟଣା ଘଟୁଛି, ମନ ଅସ୍ଥିର ରହୁଛି, ଅଜଣା ଭୟ ମାଡ଼ି ଆସୁଛି, ତ ଏପରି ସ୍ଥିତିରେ କାଉକୁ ମିଠା ହଳଦିଆ ଭାତ ଖାଇବାକୁ ଦିଅନ୍ତୁ।

୭. ବିଦ୍ୟା ବୃଦ୍ଧି ପାଇଁ: ବ୍ୟବସାୟ, ବାଣିଜ୍ୟରେ ଉନ୍ନତି, ଜ୍ଞାନ ବୃଦ୍ଧି ଏବଂ ଜୀବନରେ ଉପଯୁକ୍ତ ସମ୍ମାନ ପାଇବା ପାଇଁ ହାତୀକୁ ନିଜ ହାତରେ କଦଳୀ, ଆଖୁ ଇତ୍ୟାଦି ଖୁଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.