ରିଲେସନସିପ ଟିପ୍ସ : ଏହି ସଂକେତ କହିଥାଏ ଯେ ଆପଣଙ୍କ ପାର୍ଟନର ଖୁବ ଶୀଘ୍ର ଆପଣଙ୍କୁ ଦେବ ଧୋକ୍କା,ହୋଇ ଯାଆନ୍ତୁ ସତର୍କ

ରିଲେସନସିପରେ ଧୋକ୍କା ଅଚାନକ ମିଳିନଥାଏ । ପାର୍ଟନରଙ୍କ ବ୍ୟବହାରରୁ ଆମେ ଏପରି ସଂକେତ ବହୁ ପୂର୍ବରୁ ପାଇସାରିଥାଉ ଯେ ଖୁବ ଶୀଘ୍ର ଆପଣ ଧୋକ୍କା ପାଇବାକୁ ଯାଉଛନ୍ତି । ତେଣୁ ଏଥିପାଇଁ ଖୁବ ଶୀଘ୍ର ଆପଣଙ୍କ ଆଖି ଖୋଲିବା ଦରକାର ।

ପ୍ରେମରେ ଯଦି ଧୋକ୍କା ମିଳିଗଲା ତେବେ ନିଜକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଥାଏ । ରିଲେସନସିପରେ ସବୁ କିଛି ଦେବା ପରେ ଲୋକେ ପାର୍ଟନରଙ୍କ ଠାରୁ ବିଶ୍ୱାସ ଆଶା କରିଥାନ୍ତି । ହେଲେ ଧୋକ୍କା ପାଇବା ପରେ ଭାଙ୍ଗିପଡ଼ିଥାନ୍ତି । ରିଲେସନସିପରେ ଚିଟିଂ ବା ଠକାମୀ ହଠାତ ମିଳିନଥାଏ । ପାର୍ଟନରଙ୍କ ବ୍ୟବାହାରରୁ ବହୁ ପୂର୍ବରୁ ଏହାର ସଂକେତ ମିଳିଥାଏ । ପାର୍ଟନରଙ୍କ କିଛି ବ୍ୟବହାର ଉପରେ ନଜର ରଖିଲେ ଆପଣ ଜାଣି ପାରିବେ ଯେ ଖୁବ ଶୀଘ୍ର ଆପଣଙ୍କୁ ପ୍ରେମରେ ଧୋକ୍କା ମିଳିବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ ପ୍ରଥମରୁ ପ୍ରସ୍ତୁତ ରହିବାକୁ ହେବ ।

ପୁରା ଟାଇମ ଫୋନରେ ରହିବା – ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ସହିତ ରହି ମଧ୍ୟ ପୁରା ସମୟ ଫୋନରେ ରହୁଛନ୍ତି ତେବେ ବୁଝିନେବାକୁ ହେବ ଯେ କିଛି ଗଡବଡ଼ ଅଛି । ଫୋନକୁ ଅଧିକ ସମୟ ଗୁରୁତ୍ୱ ଦେବା ଅର୍ଥ ଏହା ନୁହେଁ ଯେ ସେ ଅନ୍ୟ କାହା ସହ ସମ୍ପର୍କରେ ଅଛନ୍ତି । ଏହା ଏହି କଥାର ସଂକେତ ଦେଇଥାଏ ଯେ ଆପଣଙ୍କ ଠାରେ ତାଙ୍କର ଆବଶ୍ୟକତା ଓ ଆଗ୍ରହ ସମାପ୍ତ ହୋଇଯାଇଛି । ଆପଣ ହୁଏତ ପାର୍ଟନରଙ୍କ ଏହି ଆଦତକୁ ତାଙ୍କର ବ୍ୟସ୍ଥତା ଭାବି ନଜର ଅନ୍ଦାଜ କରିଦେଇ ପାରନ୍ତି । ହେଲେ ବାସ୍ତବରେ ଡାଲ ମେ କୁଛ କାଲା ହେ ।

ଛୋଟ ଛୋଟ କଥାରେ ଝଗଡ଼ା କରିବା – ଯଦି ଆମେ କାହାକୁ ପ୍ରେମ କରିଥାଉ ତେବେ ତାଙ୍କର ଛୋଟ ମୋଟ କଥାକୁ ନଜର ଅନ୍ଦାଜ କରିଦେଇଥାଉ । ଯାହା ଆମକୁ ପସନ୍ଦ ହୋଇ ନଥାଏ । ଆପଣଙ୍କ ସମ୍ପର୍କରେ ଆଜି ଯାଏ ଏଇଆ ଚାଲିଥିଲା । ହେଲେ ଯଦି ଏବେ ସେ ଶୀଘ୍ର ଚିଡ଼ିଯାଉଛନ୍ତି ତେବେ ଧରି ନିଅନ୍ତୁ ଯେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଯାଇଛି । ସେ ଆପଣଙ୍କ କଥାକୁ ଓ ଆପଣଙ୍କ ସହିତ ଖୁସୀ ନାହାଁନ୍ତି । ସେ ଆପଣଙ୍କ ସହିତ ଥିଲେ ହେଁ ହୃଦୟରେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ଏ ସମ୍ପର୍କରେ ପାର୍ଟନରଙ୍କ ସହ ଖୋଲାଖୋଲି କଥା ହୁଅନ୍ତୁ । ନଚେତ ସମ୍ପର୍କ ଭାଙ୍ଗିବାକୁ ଯାଉଛି ବୋଲି ଧରିନେବାକୁ ହେବ ।

ଅଚାନକ ବ୍ୟସ୍ତ ହୋଇଯିବା – କିଛି ଦିନ ପୂର୍ବରୁ ଆପଣ ଦୁହେଁ ବିନା ଦେଖାରେ ରହି ପାରୁନଥିଲେ । ଆପଣ ଦୁହେଁ ଫୋନରେ ଘଣ୍ଟା ଘଣ୍ଟା ଧରି ବିନା କାମରେ କଥା ହେଉଥିଲେ ହେଲେ ଅଚାନକ ସବୁ ବଦଳିଯିବା ଅର୍ଥ କିଛି ଗଡ଼ବଡ । ଯଦି ସେ ଆପଣଙ୍କ କଲ ନେଉ ନାହାଁନ୍ତି ଓ ମିସ୍ଡ କଲ ଦେଖି ବି ଆପଣଙ୍କୁ ପାଲଟା କଲ୍‌ କରୁନାହାଁନ୍ତି ତେବେ ଏପରି ସଂକେତକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ହୋଇପାରେ ସେ କେଉଁ କାମରେ ବ୍ୟସ୍ତ ଥାଇ ପାରନ୍ତି । ହେଲେ ବାରମ୍ବାର ଏପରି ହେବା ଅର୍ଥ ଯେ ସେ ଆପଣଙ୍କ ଠାରୁ ଦୁରେଇବାକୁ ବାହାନା ଖୋଜୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.