କଣ ଆପଣ ଜାଣିଛନ୍ତି କି ଭବିଷ୍ୟତରେ ଦୁଇଜଣ ପୁରୁଷ ମିଶି ମଧ୍ୟ ପିଲାଜନ୍ମ କରିପାରିବେ, ପ୍ରମାଣ କଲେ ବୈଜ୍ଞାନିକ

ନେଚର କମ୍ୟୁନିକେସନ ଜର୍ଣ୍ଣାଲରେ ଛପାଯାଇଥିବା ଏକ ଗବେଷଣାର ରିପୋର୍ଟରୁ ଜଣାପଡିଛି ଯେ ଭବିଷ୍ୟତରେ ପିଲା ଜନ୍ମ କରିବା ପ୍ରକ୍ରିୟାରୁ ମହିଳାମାନଙ୍କୁ ଦୁରେଇ ରଖାଯାଇପାରେ। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ପ୍ରଥମ ପ୍ରୟୋଗରୁ ଜଣାପଡିଛି ଯେ ଗୋଟେ ଦିନ ଅଣ୍ଡାଣୁ ମାନଙ୍କ ସାହାଯ୍ୟ ବିନା ମଧ୍ୟ ପିଲା ଜନ୍ମ କରାଯାଇପାରିବ।

 

 

Image result for two men will be able to have children together

ବୈଜ୍ଞାନିକମନେ ପ୍ରଥମେ ମୂଷା ମାନଙ୍କ ଉପରେ ପରୀକ୍ଷା କରିଥିଲେ ଏବଂ ସେଥିରେ ସଫଳତା ମଧ୍ୟ ହାସିଲ କରିଥିଲେ। ଏଥିପାଇଁ ସେମାନେ କେବଳ ଶୁକ୍ରାଣୁର ସାହାଯ୍ୟ ନେଇଥିଲେ। ବାର୍ଥ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଅନିଶ୍ଚିତ ଅଣ୍ଡାକୁ ନେଇ ଏକ୍ସପେରିମେଣ୍ଟ ଆରମ୍ଭ କରିଥିଲେ।

Image result for two men will be able to have children together

ଏହାସହ ପଢନ୍ତୁ ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ଖାଦ୍ୟପଦାର୍ଥ, ତୁରନ୍ତ ଭୋଜନରୁ ବାଦ୍‌ ଦିଅନ୍ତୁ

ବୈଜ୍ଞାନିକମାନେ ରାସାୟନର ବ୍ୟବହାର କରି ଏକ ନକଲି ଭୃଣ ପ୍ରସ୍ତୁତ କରିଥିଲେ। ଗବେଷକମାନେ କହିଥିଲେ ଯଦି ଏକ ମୂଷାର ନକଲି ଭୃଣରେ ଶୂକ୍ରାଣୁ ରଖି ଏକ ସୁସ୍ଥ ମୂଷାଛୁଆ ଜନ୍ମ କରାଯାଇପାରୁଛି ତାହେଲେ ମଣିଷ କ୍ଷେତ୍ରରେ ମଧ୍ୟ ଏହା ଅତିଶୀଘ୍ର ସଫଳତା ହାସଲ କରିପାରେ। ଦିନେ ମଣିଷ ମଧ୍ୟ ଅଣ୍ଡାଣୁ ବିନା ପିଲାଜନ୍ମ କରିବାରେ ସକ୍ଷମ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.