ଭାରତୀୟଙ୍କ ଏହି ବ୍ୟବସ୍ଥା ଆଗରେ ଚୀନ, ଜାପାନ ମଧ୍ୟ ମାରିବେ ଫେଲ, ଦେଖନ୍ତୁ ଭିଡିଓ

ଭାରତୀୟଙ୍କୁ ବ୍ଯବସ୍ଥାର ଆବିଷ୍କାରକ ବୋଲିକ କୁହାଯାଏ। କାରଣ ଅସମ୍ଭବ ଦେଖାଯାଉଥିବା ଜିନିଷକୁ ଭାରତୀୟମାନେ ତାହାକୁ ଜୁଗାଡ ଦ୍ବାରା ସମ୍ଭବ କରି ଦେଖାଇଥାନ୍ତି। ଏମିତିରେ କିଛି ଏମିତି ଟେକନିକ ଏବେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବା ସହିତ ନିଜେ ଚାହିଁବେ ତ ଆପଣେଇ ପାରିବେ।

ମହିନ୍ଦ୍ରା ଗୃପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟ୍ବିଟ କରି ଭାରତୀୟଙ୍କୁ ଟେକନିକର ମହାରଥୀ ବୋଲି କହିଛନ୍ତି। ଆନନ୍ଦ ମହିନ୍ଦ୍ରା ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଷ୍ଟାଇଲ ମାରି ଗାଧୋଉଥିବାର ନଜର ଆସୁଛି।

water tapeସେହି ବ୍ୟକ୍ତି ଜଣଙ୍କୁ ସାୱାରରେ ଗାଧୋଇବା ସୌକିନ ହେବାରୁ ସେ ମସ୍ତିଷ୍କ ଖଟାଇ ଏକ ଜୁଗାଡ କରିଦେଲେ ଏବଂ ପ୍ରସ୍ତୁତ କରିଦେଲେ ସ୍ପ୍ରାଇଟ ବୋତଲର ସାୱାର। ବ୍ୟକ୍ତି ଜଣଙ୍କ ପାଣି ପାଇପରେ ବୋତଲ ଲଗାଇ ତାକୁ ସାୱାର ବନାଇଦେଲେ। ଏବେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଯାହାକୁ ଆପଣ ଦେଖି ପୂରା ଆନନ୍ଦ ପାଇପାରିବେ।

anandଆନନ୍ଦ ମହିନ୍ଦ୍ରା ଟ୍ବିଟରେ ଲେଖିଛନ୍ତି, ‘ଆମ ମାନଙ୍କ ମଧ୍ୟରେ କିଛି ଲୋକ ଆରାମଦାୟକ ସନଡେ ମନାଉଥିବେ। କିନ୍ତୁ ଆସନ୍ତୁ ଅନ୍ୟର ସରଳତାକୁ ସଲାମ କରିବା। ସେହି ଲୋକଙ୍କୁ ସଲାମ କରିବା, ଯିଏ ଦାମି ଜିନିଷର ପୁର୍ନନିର୍ମାଣ କରି ନିଜ ଜୀବନର ସୌକକୁ ପୂରା କରିପାରୁଛନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟକୁ ବହୁତ ଲୋକ ରିଟ୍ବିଟ ଏବଂ ସେୟାର କରିଛନ୍ତି। ଏହା ସହିତ କିଛି ଲୋକ ଆହୁରି କିଛି ଫଟୋ ଏବଂ ଭିଡିଓକୁ କମେଣ୍ଟରେ ପୋଷ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.