ଆଜି ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳା ଅବସରରେ ଆଜି ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେଉଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି ଅବସରରେ ଏହି ବେଶ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ପୁଷ୍କାଳକ ସେବୟତମାନେ ଏହି ବେଶ କରିଥାନ୍ତି କିମ୍ବଦନ୍ତୀ ଅନୁଯାୟୀ ଆଜିର ତିଥିରେ ଛଦ୍ମବେଶରେ ଥିବା ପ୍ରଳମ୍ବାସୁରକୁ ବଳଭଦ୍ର ବଧ କରିଥିଲେ। ଏହା ସ୍ମୃତିରେ ଆଜି ବଳଭଦ୍ରଙ୍କୁ ପ୍ରଳମ୍ବାସୁର ବେଶରେ ସଜ୍ଜିତ କରାଯାଇଥାଏ। ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.