ବର୍ଷ ବର୍ଷର ବିଶ୍ବାସରେ ବିଷ , Johnson and Johnson ବେବି ପାଉଡ଼ରରୁ ହେଉଛି କ୍ୟାନ୍ସର

ଲସଏଞ୍ଜଲର୍ସ : କଣ ଆପଣ ମଧ୍ୟ ଆପଣଙ୍କ ଶିଶୁ ପାଇଁ ବ୍ୟବହାର କରୁଛନ୍ତି Johnson and Johnson ପାଉଡ଼ର। ତେବେ ସାବଧାନ ଆପଣ ଜାଣିଶୁଣି ନିଜର ଛୋଟ ଶିଶୁର ଜୀବନ ସହ ଖେଳୁଛନ୍ତି। ଆଜ୍ଞା ହଁ ଏହା ଆମେ କହୁନାହୁଁ ବରଂ ରାୟଟରର ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ, ଆମେରିକାର କମ୍ପାନି Johnson and Johnsonକୁ ବହୁ ବର୍ଷରୁ ଜଣାଥିଲା ତାଙ୍କ ପାଉଡ଼ରରେ ଆସବେଷ୍ଟସ୍‌ ରହିଛି । ଯାହା କ୍ୟାନ୍ସରର ଏକ ମୂଳ କାରଣ ଅଟେ। ତେବେ Johnson and Johnsonକମ୍ପାନି ଏହି ରିପୋର୍ଟକୁ ଏକ ପାର୍ଶ୍ବିକ ଭୁଲ ପ୍ରମାଣିତ କରିଛି।

johnson-and-johnson

ନିକଟରେ ରାୟଟର ରିପୋର୍ଟ ପ୍ରଦାନ କରିଛି , Johnson and Johnson କମ୍ପାନିର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଓକିଲ ପର୍ଯ୍ୟନ୍ତ ସମସ୍ତେ ପାଉଡ଼ରର ଏହି କ୍ଷତିକାରି ତତ୍ବ ବିଷୟରେ ଜାଣିଥିଲେ। କିନ୍ତୁ ଏହାକୁ ତାଙ୍କ ଉପରେ ଅନ୍ଧଙ୍କ ଭଳି ବିଶ୍ବାସ କରୁଥିବା ଗ୍ରାହକଙ୍କଠୁ ଲୁଚାଇରଖିଥିଲେ। କହିବାକୁ ଗଲେ ଗ୍ରାହକଙ୍କ ସହ ବିଶ୍ବାସ ଘାତକତା କରୁଛି କମ୍ପାନି। ତେବେ ଏହି କଥା କମ୍ପାନିର ସମସ୍ତ ଅଜଣା ଏବଂ ଲୁକାୟିତ ତଥ୍ୟାରୁ ପ୍ରମାଣିତ ହୋଇଛି।

ଏହା ପ୍ରଥମ ଥର ନୁହଁ , ଏହା ପୂର୍ବରୁ ମଧ୍ୟ Johnson and Johnson କମ୍ପାନି ଉପରେ ଖରାପ ପାଉଡ଼ର ପ୍ରସ୍ତୁତ କରୁଥିବାର ଅଭିଯୋଗ ଆସିଥିଲା। ଫଳରେ କମ୍ପାନୀ ୩୨ ହଜାର କୋଟି ଟଙ୍କା ଜୋରିମାନା ମଧ୍ୟ ଦେଇଥିଲା।

johnson-cancer

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ୧୯୭୧ରୁ ୨୦୦୦ ମଧ୍ୟରେ ଅନେକ ଥର କମ୍ପାନୀର ପାଉଡରକୁ ପରୀକ୍ଷା କରିବା ପରେ ଏଥିରେ ଆସବେଷ୍ଟସ୍‌ ଗୁଣ୍ଡ ଥିବା ଜଣା ପଡ଼ିଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି କଥାକୁ ଲୁଚାଇ ରଖିବା ପାଇଁ ଆମେରିକା ରେଗୁଲେଟର୍ସ ଉପରେ କମ୍ପାନୀ ଚାପ ମଧ୍ୟ ପକାଇଥିଲା। ଚାପ ପକାଇବାର କାରଣ ଥିଲା କମ୍ପାନୀ ଆସବେଷ୍ଟସ୍‌ ମାତ୍ରାକୁ କମ୍ କରିବା ପାଇଁ ଚାହୁଁଥିଲା। ଯେଉଁଥିରେ କମ୍ପାନୀ ସଫଳ ମଧ୍ୟ ହୋଇଥିଲା।

powder

ଏବେ Johnson and Johnson ସମସ୍ତ ଅଭିଯୋଗକୁ ଖାରଜ କରିବା ସହ ରାୟଟରକୁ ଭୁଲ ତଥ୍ୟ ଦେଇଥିବା କହିଛି। ଏଥିସହ କୌଣସି ପ୍ରକାରର ଟେଷ୍ଟରେ ଏପରି କିଛି ରିପୋର୍ଟ ଆସିନଥିବା ଯୁକ୍ତି କରିଛି। ତେବେ ଆମ ଟିମର ସବିନୟ ଅନୁରୋଧ ଆପଣ ନିଜ ଶିଶୁ ପାଇଁ କୌଣସି ପ୍ରଡ଼କ୍ଟ ଚୟନ ପୂର୍ବରୁ ତାହାର ସଂପୂର୍ଣ୍ଣ ତଦନ୍ତ ଏବଂ ପରୀକ୍ଷା କରିନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.