ଜାଣନ୍ତୁ ବୃହସ୍ପତି ଚଳନ କେଉଁ ରାଶି ପାଇଁ ଶୁଭ ଓ ଅଶୁଭ

ଦେବତାଙ୍କ ଗୁରୁ ଏବଂ ମାର୍ଗ ଦର୍ଶକ ହେଉଛନ୍ତି ବୃହସ୍ପତି। ନଅଟି ଗ୍ରହ ମଧ୍ୟରୁ ବୃହସ୍ପତି ଗ୍ରହ ସବୁଠାରୁ ଶକ୍ତିଶାଳୀ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ରାଶିରେ ବୃହସ୍ପତି ଚଳନ ହୁଅନ୍ତି ସେହି ବ୍ୟକ୍ତିଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯେଉଁ ଲୋକମାନଙ୍କ ଜାତକରେ ବୃହସ୍ପତି ଚଳନ ହୋଇନଥାନ୍ତି ସେହି ବ୍ୟକ୍ତିମାନେ ଜୀବନରେ ଅନେକ ଦୁଃଖ ପାଇବା ସହ ଶକ୍ତିହୀନ ମଧ୍ୟ ହୋଇପଡ଼ନ୍ତି। ବୃହସ୍ପତି ଚଳନ ନହେବା ଦ୍ବାରା ମଧ୍ୟ ଲୋକମାନଙ୍କର ବୁଦ୍ଧି ହଜିଯାଇଥାଏ। ତେବେ ଜାଣନ୍ତୁ ବୃହସ୍ପତି ଚଳନରେ କେଉଁ ରାଶି ଉପରେ କି ପ୍ରଭାବ ପଡ଼ିଥାଏ।

ବୃହସ୍ପତି ଚଳନରେ ମେଷ, ମିଥୁନ, ସିଂହ, ବିଛା ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଶୁଭଫଳ ମିଳିବ। ଏହା ବ୍ୟତୀତ ଅନ୍ୟ ରାଶିମାନଙ୍କ ପାଇଁ ଏହା ଅଶୁଭ ହୋଇଥାଏ।

zodiacକେଉଁ ରାଶି ପାଇଁ ବୃହସ୍ପତି ଚଳନ ଶୁଭ ଏବଂ ଅଶୁଭ

ମିଥୁନ ରାଶି ଗୋଚରରେ ଶୁଭ ଓ ଚନ୍ଦ୍ର ଶୁଭ ହେତୁ ଅତି ଶୁଭଫଳ ମିଳିବ। ମେଷ, ସିଂହ, ବିଛା ଏବଂ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ର ଅଶୁଭ ଓ ଗୋଚରରେ ଶୁଭ ହେତୁ ଶୁଭଫଳ ଦେବେ। କର୍କଟ, କନ୍ୟା, ଧନୁ, ମକର ଓ ମୀନ ରାଶିମାନଙ୍କ ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ଶୁଭ ହେତୁ ସମଫଳ ମିଳିବ। ବୃଷ ଓ ତୁଳା ରାଶିର ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ଅଶୁଭ କାରଣରୁ ଅତି ଅଶୁଭ ଫଳ ପ୍ରଦାନ କରିବେ।

jupiter pujaବୃହସ୍ପତି ଚଳନ ଅଶୁଭ ହେଲେ କଣ କରିବେ

ଜାତକରେ ବୃହସ୍ପତିଙ୍କର ଅଶୁଭ ଗୋଚର ଫଳହାନି ହେଲେ ଏହି ସମୟରେ ଆପଣ ଗୁଡ଼, ଖଣ୍ଡହଳଦୀ, ହଳଦିଆ ଧାନ, ହଳଦିଆ ଲୁଗା, ପଦ୍ମରାଗମଣି ଏବଂ ସମୁଦ୍ର ଲବଣ ଏହି ମଧ୍ୟରୁ କିଛି ଦ୍ରବ୍ୟ ଓ ଦକ୍ଷିଣା ସହ ଭକ୍ତିରେ ବ୍ରାହ୍ମଣଙ୍କୁ ପ୍ରଦାନ କରନ୍ତୁ। ଏପରି କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.