ଜାନୁଆରୀ ୨୬ରେ ଦୁଲୁକିବ ଦିଲ୍ଲୀ ମଇଦାନ, କଳାହାଣ୍ଡିର ଲୋକନୃତ୍ୟ ‘ବଜା ସାଲିଆ’ ନାଚିବେ ୮୦ ଜଣ କଳାକାର

ଭବାନୀପାଟଣା (କେ ନ୍ୟୁଜ୍‌) : କଳାହାଣ୍ଡିର ପାରମ୍ପରିକ ‘ବଜାସାଲିଆ’ ନୃତ୍ୟ ପହଞ୍ଚିବ ବିଶ୍ୱ ଦରବରେରେ । ଯାହାକୁ ଏବେ ଜାତୀୟ ସ୍ତରରେ ଦେଖିବାକୁ ମିଳିବ । ଆସନ୍ତା ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ମଇଦାନରେ ଦେଖିବାକୁ ମିଳିବ ଏଇ ଲୋକନୃତ୍ୟ । ସେଥିଲାଗି ହୋଇଛି କଠିନ ଅଭ୍ୟାସ । ଭବାନୀପାଟଣା ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ ଜଣ କଳାକାର ସଂଗୀତର ତାଳେ ତାଳେ ଚମତ୍କାର ଅଭ୍ୟାସ କରିଛନ୍ତି । ଆଜି ଏହି ଦଳ ଦିଲ୍ଲୀ ଅଭିମୁଖେି ଯାତ୍ରା କରୁଛି ।

ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ଦ୍ୱାରା ମନୋନୀତ ହୋଇଥିବା ଏହି କଳାକାରମାନେ ଭବାନୀପଟଣାର ପ୍ରତିଭା ଆନୁଷ୍ଠାନ ତରଫରୁ ଦିଲ୍ଲୀ ମଇଦାନରେ ବଜାସାଲିଆ ନୃତ୍ୟ ପରିବେଷଣ କରିବେ । ଏହି ନୃତ୍ୟ ଦଳରେ ରହିଛନ୍ତି ୩୦ ଜଣ ଝିଅ ଏବଂ ୫୦ ଜଣ ପୁଅ । ପ୍ରାୟ ତିନି ମିନିଟ୍‌ ଧରି କାର୍ଯ୍ୟକ୍ରମ ହେବ ।

କଳାହାଣ୍ଡିର ପୁରପଲ୍ଲୀରେ ବାହାଘର ସମୟରେ ହେଉଥିବା ଏହି ପାରମ୍ପରିକ ନୃତ୍ୟ କଳାକୁ ବିଶ୍ଵ ଦରବାରରେ ପହଞ୍ଚାଇବାର ଇଏ ଏକ ବଡ଼ ସୁଯୋଗ । କଳାହାଣ୍ଡିର ଲୁକ୍କାୟିତ ପ୍ରତିଭାଙ୍କୁ ଦେଶର ରାଜଧାନୀରେ ପ୍ରଦର୍ଶନ କରିବାକୁ ସୁଯୋଗ ମଳିଥିବାରୁ କଳାହାଣ୍ଡିବାସୀଙ୍କ ଭିତରେ ଖୁସିର ସୀମା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.