ନିଶାସକ୍ତ ଅବସ୍ଥାରେ ୧୨୧ ବର୍ଷ ପୂର୍ବରୁ ଗିରଫ ହୋଇଥିଲା ଏହି ଗଛ, କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

ଯେତେବେଳେ ବି ଆପଣ ୧୯୪୭ର ପଛର ଭାରତକୁ ଦେଖିବେ ତେବେ ମନରେ ଏହି ପ୍ରଶ୍ନ ଆସୁଥିବ ଯେ ଇଂରେଜମାନେ କିଭଳି ଭାରତୀୟ ମାନଙ୍କ ଉପରେ କେତେ ଅତ୍ୟାଚାର କରିଥିଲେ। ଭାରତୀୟଙ୍କୁ କେତେ ଯେ ଅକଥନୀୟ ଦଣ୍ଡ ଦେଇ ସେମାନଙ୍କୁ ଯନ୍ତ୍ରଣା ଦେଇଥିଲେ। ବହି ଏବଂ କାହାଣୀରେ ତ ଆପଣମାନେ କଏଦୀ ମାନଙ୍କର ଗିରଫ କଥା ଶୁଣିଥିବେ କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଗଛର ଗିରଫ ବିଷୟରେ।

ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ଯେ କେମିତି ଗଛକୁ କେହି ଗିରଫ କରିପାରିବ। ଯଦି ଅଧିକ ସମସ୍ୟା ହୋଇଥାଏ ତେବେ ଗଛକୁ କାଟିଦେବାର ଥିଲା କିନ୍ତୁ ଗଛକୁ ଗିରଫ କରାଗଲା ଏବଂ ସେହି ଗଛ ଏବେ ପଯ୍ୟର୍ନ୍ତ ବଡ ବଡ ଜଞ୍ଜୀରରେ ବନ୍ଧା ଯାଇଛି।

tree_arrestଏହି ଘଟଣା ୧୮୯୮ ମସିହାର । ଯେତେବେଳେ ଭାରତ ସ୍ୱାଧୀନ ହୋଇ ନଥିଲା ଓ ପାକିସ୍ତାନ ମଧ୍ୟ ଭାରତର ଅଂଶ ଥିଲା । ସୁନାର ପଞ୍ଜୁରୀ ଇଂରେଜମାନଙ୍କର ଅଧୀନରେ ଥିଲା। ପାକିସ୍ତାନରେ ଥିବା ଜଣେ ଆର୍ମୀ ଅଫିସର ଜେମସ୍‌ ସ୍କ୍ଵିଡ୍‌ ଥରେ ବହୁତ ମଦ୍ୟପାନ କରିଥିଲେ। ସେ ନିଶାରେ ବୁଡି ରହିଥିଲେ। ନିଶାସକ୍ତ ଅବସ୍ଥାରେ ସେ ପାର୍କକୁ ବୁଲିବାକୁ ଆସିଥିଲେ। ହଠାତ୍‌ ସେହି ଅଫିସରଙ୍କୁ ଲାଗିଲା ଯେ ପାର୍କରେ ଥିବା ଏକ ଗଛ ତାଙ୍କ ଆଡକୁ ଆସୁଛି ଏବଂ ସେହି ଗଛ ଆକ୍ରମଣ କରି ଜୀବନ ନେଇଯିବ ।

messageସେ ତୁରନ୍ତ ମ୍ୟାସ ସାର୍ଜେଟକୁ ଆଦେଶ ଦେଲେ ଯେ ଗଛକୁ ଶୀଘ୍ର ଗିରଫ କରାଯାଉ। ଏହାପରେ ସିପାହୀମାନେ ଗଛକୁ ଜଞ୍ଜୀରରେ ବାନ୍ଧି ଦେଲେ। ପାକିସ୍ତାନ ସ୍ୱାଧୀନ ତ ହୋଇଗଲା କିନ୍ତୁ ସେଠାକାର ଲୋକେ ଏହି ଗଛକୁ ଜଞ୍ଜୀରରୁ ମୁକ୍ତ କଲେ ନାହିଁ। ସେଠାକାର ଲୋକଙ୍କର ଧାରଣା ଯେ ଏହି ଗଛ ଇଂରେଜମାନଙ୍କ ଅତ୍ୟାଚାରର ଶେଷ ସନ୍ତକ। ଏହାକୁ ଦେଖି ଲୋକ ଅନୁମାନ କରିପାରିବେ ଯେ ଇଂରେଜମାନେ କେତେ ଅତ୍ୟାଚାର କରୁଥିଲେ।

ନିଶ୍ଚିତ ପଢନ୍ତୁ : ଆମ ଦେଶରେ ରହିଛି ‘ମାଧୁରୀ ଦୀକ୍ଷିତ ହ୍ରଦ’, ଯେଉଁଠିକୁ କେବଳ ଭାରତୀୟଙ୍କୁ ଯିବା ପାଇଁ ଅଛି ଅନୁମତି

ଏହା ସହିତ ସେହି ଗଛ ତଳେ ଏକ ବୋର୍ଡ ମଧ୍ୟ ଲଗାଇ ଦେଲେ । ଏହାଛଡା ସେହି ବୋର୍ଡରେ ପୂରା ମାମଲା ମଧ୍ୟ ଲେଖାଥିଲା। ଇଂରେଜମାନେ ଚାଲିଗଲେ ଏବଂ ଭାରତ -ପାକିସ୍ତାନ ଅଲଗା ହୋଇଗଲେ କିନ୍ତୁ ଏହି ଗଛ ଆଜି ମଧ୍ୟ ସେମିତି ବନ୍ଧା ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.