ଅଲମ୍ପିକରେ ସ୍ୱର୍ଣ୍ଣ ଆଣି ଦେଶକୁ କରିଥିଲେ ଗର୍ବିତ, କିନ୍ତୁ ଅନୁଶାସନହୀନତା ପାଇଁ ମିଳିଲା ନୋଟିସ

ନୂଆଦିଲ୍ଲୀ: ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡି ଚାଲିଯାଇଥିବାରୁ ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଆରଏଫଆଇ) ଅଲମ୍ପିକ ପଦକ ବିଜୟନୀ ସାକ୍ଷୀ ମଲ୍ଲିକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମାନ ଦୋଷ ପାଇଁ ଅନ୍ୟ ୨୫ ଜଣ ଶିବିରାର୍ଥୀଙ୍କୁ ବହିଷ୍କାର କରାଯାଇଛି। ଲକେ୍ଷ୍ମୗ ସ୍ଥିତ ସ୍ପୋର୍ଟସ ଅଥରିଟି ଅଫ୍‌ ଇଣ୍ଡିଆ ସେଣ୍ଟରଠାରେ ଆୟୋଜିତ ଜାତୀୟ କ୍ୟାମ୍ପରେ ୪୫ ଜଣ ମହିଳା ରେସଲର ଟ୍ରେନିଂ ନେଉଥିଲେ। ୨୫ ଜଣଙ୍କୁ ଛାଡି ୩ ଜଣ ନିକଟରେ ବିଶ୍ୱ ଚାମ୍ପିୟନଶିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନେ ହେଲେ ସାକ୍ଷୀ ମଲିକ (୬୨ କିଲୋ), ସୀମା ବିସଲା(୫୦ କିଲୋ) ଏବଂ କିରନ (୭୬ କିଲୋ) । ଏହି ୩ ଜଣଙ୍କୁ ବୁଧବାର ସୁଦ୍ଧା ସେମାନଙ୍କ ଜବାବ ରଖିବା ଲାଗି କୁହାଯାଇଛି। ଅନ୍ୟମାନଙ୍କୁ ପୁନଃ ଆଦେଶ ନ ହେବା ପର‌୍ୟ୍ୟନ୍ତ ଜାତୀୟ କ୍ୟାମ୍ପରୁ ବହିଷ୍କାର କରାଯାଇଛି। ସେମାନଙ୍କୁ ଆହୁରି ମଧ୍ୟ ଚାରୋଟି ଅଣ ଅଲମ୍ପିକ କାଟେଗୋରୀରେ ବିଶ୍ୱ ଚାମ୍ପିଅନଶିପ ଟ୍ରାଏଲରେ ଅଂଶଗ୍ରହଣରୁ ବଞ୍ଚିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.