ଜାଣନ୍ତୁ ଚଳିତ ବର୍ଷ କେବେ ଆରମ୍ଭ ହେବ ଚୈତ୍ର ନବରାତ୍ରୀ

ଆସନ୍ତା ୨୫ ମାର୍ଚ୍ଚରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେଉଛି, ଯାହା ଆସନ୍ତା ୨ ଏପ୍ରିଲରେ ଶେଷ ହେବ। ଏହି ନବରାତ୍ରୀ ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ପକ୍ଷରୁ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ଏହି ପର୍ବର ଅନେକ ମହତ୍ୱ ରହିଛି। କାରଣ ନବରାତ୍ରୀରେ ଚାରଟି ସର୍ବାର୍ଥ ସିଦ୍ଧି ଯୋଗ, ଗୋଟିଏ ଅମୃତସିଦ୍ଧି ଯୋଗ ଏବଂ ଗୋଟିଏ ରବି ଯୋଗ ମଧ୍ୟ ରହିଛି। ଏହି ଯୋଗରେ କେଣସି ବି କାମ କରିବାରେ ସଫଳତା ପ୍ରାପ୍ତ ହୋଇଥାଏ।

Navratriଜାଣନ୍ତୁ କାହିଁକି ଖାସ୍‌ ହୋଇଥାଏ ଚୈତ୍ର ନବରାତ୍ରୀ:

ପୌରାଣିକ ମାନ୍ୟତା ଅନୁଯାୟୀ ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ହିଁ ଦେବୀ ବ୍ରହ୍ମାଙ୍କୁ ସୃଷ୍ଟି ରଚନା କରିବାର କାର୍ଯ୍ୟଭାର ଦେଇଥିଲେ। ଏହିକାରଣରୁ ଏହିଦିନକୁ ସୃଷ୍ଟିର ନିର୍ମାଣ ବୋଲି ମଧ୍ୟ କୁହାଯାଇଥାଏ। ଦେବୀ ଭାଗବତ ପୁରାଣ ଅନୁଯାୟୀ ଏହି ତିଥିରେ ଦେବୀ ମା’ ସମସ୍ତ ଦେବୀ-ଦେବତାଙ୍କ ମଧ୍ୟରେ କାର୍ଯ୍ୟର ଦାୟିତ୍ୱ ବାଣ୍ଟିଥିଲେ। କୁହାଯାଇଥାଏ ଏହି ଦିନ ସୂର୍ଯ୍ୟଙ୍କର ପ୍ରଥମ କିରଣ ପୃଥ୍ଵୀ ଉପରେ ପଡିଥିଲା। ଏଥିସହ ୭ଗ୍ରହ, ୨୭ ନକ୍ଷତ୍ର ଏବଂ ୧୨ ଟି ରାଶିଙ୍କ ଉଦୟ ମଧ୍ୟ ଏହି ଦିନ ହୋଇଥିଲା ବୋଲି ମାନ୍ୟତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.