ନବରାତ୍ରୀରେ ପୂଜା ପାଇଥାନ୍ତି ନବଦୁର୍ଗା, ଜାଣନ୍ତୁ କ’ଣ ରହିଛି ନଅ ଦେବୀଙ୍କ ରହସ୍ୟ

ନବରାତ୍ରୀ ସମୟରେ ନଅ ଦିନରେ ନବଦୁର୍ଗାଙ୍କ ପୂଜା କରାଯାଇଥାଏ। ଏହି ସମୟରେ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ। ମାତାଙ୍କ ଏହି ୯ ରୂପର ରହସ୍ୟ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ରହସ୍ୟ।

ଶୈଳପୁତ୍ରୀ: ପର୍ବତରାଜ ହିମାଳୟର ପୁତ୍ରୀ ହେବା କାରଣରୁ ପାର୍ବତୀ ମାତାଙ୍କୁ ଶୈଳପୁତ୍ରୀ କୁହାଯାଇଥାଏ।  ନିଶ୍ଚିନ୍ତ ରୂପେ କୌଣସି ବି ସ୍ତ୍ରୀର ପ୍ରଥମ ପରିଚୟ ତାଙ୍କ ପିତାଙ୍କ ଦ୍ୱାରା ହୋଇଥାଏ। ପିତାଙ୍କ ଘରେ ରହି ଝିଅମାନେ ବହୁତ କିଛି ସିଖିଥାନ୍ତି। ସେହିଭଳି ମାତା ପାର୍ବତୀ ମଧ୍ୟ ବହୁତ ଶିକ୍ଷା ଗ୍ରହଣ କରିଥିଲେ।

ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ଅର୍ଥାତ ତପଶ୍ଚର୍ଯ୍ୟା ଦ୍ୱାରା ଶିବଙ୍କୁ ପ୍ରାପ୍ତି କରିଥିଲେ। ମାତା ପାର୍ବତୀ ବ୍ରହ୍ମଚର୍ଯ୍ୟ ପାଳନ କରି ଶିବଙ୍କୁ ପାଇଥିଲେ। ପିଲାବେଳ ପରେ ଯୁବାବସ୍ଥାରେ ପ୍ରତ୍ୟେକ ମହିଳା ବିବାହ କରି ପିତା ଘର ଛାଡିଥାନ୍ତି। କିନ୍ତୁ ଯେଉଁ ପର୍ଯ୍ୟନ୍ତ ମହିଳାମାନେ ବିବାହ କରିନଥାନ୍ତି ସେପର୍ଯ୍ୟନ୍ତ ତାଙ୍କୁ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ଏହି ଶିକ୍ଷା ଦେଇଥାନ୍ତି ମାତା ବହ୍ମଚାରିଣୀ।

deviଚନ୍ଦ୍ରଘଣ୍ଟା: ଯାହାଙ୍କ ମସ୍ତକରେ ଚନ୍ଦ୍ର ଆକାରର ତିଳକ ରହିଛି। ଏହା ହିଁ ମାତା ଚନ୍ଦ୍ରଘଣ୍ଟାଙ୍କ ପ୍ରତୀକ। ପତି ନିଜେ ମସ୍ତକରେ ଚନ୍ଦ୍ର ଧାରଣ  କରିଥିବାରୁ  ମାତା ମଧ୍ୟ ମସ୍ତକରେ ଧାରଣ କରିଛନ୍ତି। ଅର୍ଥାତ ନିଜ ପତିର ରଙ୍ଗରେ ରଙ୍ଗିନ୍‌ ହେବା।

କୁଷ୍ମାଣ୍ଡା: ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବାର ଶକ୍ତି ପ୍ରାପ୍ତ କରିବା ପରେ ତାଙ୍କୁ କୁଷ୍ମାଣ୍ଡା କୁହାଯାଇଛି। ପ୍ରତ୍ୟେକ ମହିଳା ଯେତେବେଳେ ଗର୍ଭ ଧାରଣ କରିଥାନ୍ତି ସେତେବେଳେ ସେମାନେ କୁଷ୍ମାଣ୍ଡା ମାତାଙ୍କ ଭଳି ହୋଇଥାନ୍ତି। ବିବାହ ପରେ ଜନ୍ମ ଦେବାର ଶକ୍ତି ମାତା କୁଷ୍ମାଣ୍ଡା ପ୍ରତ୍ୟେକ ମହିଳାଙ୍କ ଦେହରେ ଦେଇଥାନ୍ତି।

devi1ସ୍କନ୍ଦମାତା: ମାତା ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟଙ୍କ ନାଁ ସ୍କନ୍ଦ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତାର ନାମ ଦିଆଯାଇଛି।  ପ୍ରତ୍ୟେକ ମହିଳା ଯେତେବେଳେ ଜନ୍ମ ଦେବା ସମୟରେ ଗତି କରିଥାନ୍ତି ସେତେବେଳେ ସେ କାହାର ନା କାହାର ମା’ ହୋିଥାନ୍ତି। ମା’ ହେବା ସବୁଠାରୁ ବଡ ସୁଖ।

କାତ୍ୟାୟନୀ: ଯଜ୍ଞର ଅଗ୍ନିରେ ଭସ୍ମ ହେବା ପରେ ମହର୍ଷି କାତ୍ୟାୟନୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମାତା ତାଙ୍କ ପୁତ୍ରୀ ରୂପେ ଜନ୍ମ ନେଇଥିଲେ। ଏହିକାରଣରୁ ତାଙ୍କୁ କାତ୍ୟାୟନୀ କୁହାଯାଇଥାଏ।

କାଳରାତ୍ରୀ: ମାଁ ପାର୍ବତୀ ଦେବୀ କାଳ ଅର୍ଥାତ ସବୁ ଶଙ୍କଟର ନାଶ କରିଥାନ୍ତି। ଏହିକାରଣରୁ ମାଁ ପାର୍ବତୀଙ୍କୁ କାଳରାତ୍ରୀ ମଧ୍ୟ କୁହାଯାଇଥାଏ।

devi3ମହାଗୌରୀ: କଠୋର ତପ କରିବା ପରେ ଯେତେବେଳେ ମାତାଙ୍କ ବର୍ଣ୍ଣ କଳା ପଡିଯାଇଥିଲା ସେତେବେଳେ ଭଗବାନ ଶଙ୍କର ପ୍ରସନ୍ନ ହୋଇ ମାତାଙ୍କ ଶରୀରକୁ ଗଙ୍ଗାଙ୍କ ପବିତ୍ର ଜଳରେ ଧୋଇଥିଲେ। ଏହାପରେ ମାତା ବିଦ୍ୟୁତପ୍ରଭାଙ୍କ ସାମ୍ନାରେ ଅତ୍ୟନ୍ତ ଗୋରା ହୋଇଯାଇଥିଲେ। ଏହିକାରଣରୁ ସେବେଠାରୁ ମହାଗୌରୀ କୁହାଯାଇଥାଏ।

ସିଦ୍ଧିଦାତ୍ରୀ: ମାତାଙ୍କର ଏହା ନବମ ଅବତାର। ଯେଉଁ ଭକ୍ତ ସମ୍ପୂର୍ଣ୍ଣ ରୂପେ ମାତାଙ୍କ ପ୍ରତି ସମର୍ପିତ ରହିଥାନ୍ତି ତାଙ୍କୁ ମା’ ସମସ୍ତ ପ୍ରକାର ସିଦ୍ଧି ଦେଇଥାନ୍ତି। ଏହିକାରଣରୁ ତାଙ୍କୁ ସିଦ୍ଧିଦାତ୍ରୀ ମଧ୍ୟ କୁହାଯାଇଥାଏ।

You might also like