କଳାହାଣ୍ଡି: ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ ଲୁଟ ମାମଲା, ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଜୁନାଗଡ଼ ପୋଲିସ୍

କଳାହାଣ୍ଡି: କଳାହାଣ୍ଡି-ପାଣିଗାଁ ଜଙ୍ଗଲ ନିକଟ ରୁ ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ ଲୁଟ ମାମଲାରେ ଜୁନାଗଡ଼ ପୋଲିସ ଦ୍ବାରା ୫ଜଣ ଗିରଫ ହୋଇଥିବା ବେଳେ ୨ ଅଭିଯୁକ୍ତ ଏବେ ବି ଫେରାର ଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ଗିରଫ ୫ ଅଭିଯୁକ୍ତଙ୍କ ଠାରୁ ନଗଦ ୧୧ହଜାର ଟଙ୍କା,୬ଟି ମୋବାଇଲ, ୩ଟି ମୋଟର ସାଇକେଲ ଜବତ କରିଛି ଜୁନାଗଡ଼ ପୋଲିସ ।

ଗତ ୨୪ ତାରିଖ ଆରହନ ଫାଇନାନ୍ସ ଏଜେଣ୍ଟ ରାହୁଲ ନାଗଙ୍କ ଠାରୁ ଜଙ୍ଗଲରେ ପିଛା କରି ୩୦ ହଜାର ୪୫୦ ଟଙ୍କା ଲୁଟ କରାଯାଇଥିଲା। ବେଦ ବାଗ, ମନୋଜ ଦୀପ,ଭୁବନେ ବାଗ, ସୁବାଷ ମଙ୍ଗରାଜ ଓ ହେମରାଜ ହରପଲଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଏହି ଲୁଟେରାମାନେ କଳାହାଣ୍ଡି ଜିଲ୍ଲାର ବୋଲି ଜୁନାଗଡ଼ ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.