ନିଜ ପୁତ୍ର ହିଁ ସାଜିଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁର କାରଣ

ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା, ମହାଭାରତରେ ବିଷ୍ଣୁଙ୍କ ଭୂମିକା ତଥା ଗୀତା ଉପଦେଶ ଭଳି ପ୍ରମୁଖ ତଥ୍ୟ ସମ୍ପର୍କରେ ପ୍ରାୟତଃ ଅଧିକାଂଶ ଲୋକମାନେ ଜାଣିଛନ୍ତି। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ନିଜର ପୁତ୍ର କାରଣରୁ ହୋଇଥିବା ତଥ୍ୟ ସମ୍ପର୍କରେ ଆଜି ମଧ୍ୟ ଖୁବ୍ କମ ଲୋକମାନେ ଜାଣିଥିବେ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ସହ ଜଡିତ ସେହି ଘଟଣା ସମ୍ପର୍କରେ ଯେଉଁ କାରଣରୁ ଭଗବାନଙ୍କ ପୁରା ବଂଶ ନିପାତ ହୋଇଯାଇଥିଲା।

Lord Krishnajiମହର୍ଷି ବେଦବ୍ୟାସଙ୍କ ରଚିତ ମହାଭାରତର ମୌସଲ ପର୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଏବଂ ଦ୍ବାରକା ନଗରୀ ସମୁଦ୍ରରେ ମିଶି ଯିବାର ବିବରଣୀ ଦିଆଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କର ୮ଟି ପତ୍ନୀଙ୍କ ମଧ୍ୟରୁ ଜାମ୍ବବତୀଙ୍କ ପୁତ୍ରର ନାମ ଶାମ୍ବ ଥିଲା। ଦେବର୍ଷି ନାରଦ, ଦୁର୍ବାସା, ବିଶ୍ବାମିତ୍ରଙ୍କ ଭଳି ଅନେକ ମୁନି-ଋଷିମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଦ୍ବାରକା ନଗରୀ ପହଞ୍ଚିଥିଲେ। ସେହି ସମୟରେ ଶାମ୍ବ ଛଦ୍ମ ରୂପ ଧାରଣ କରି ମୁନି-ଋଷିମାନଙ୍କୁ ତାଙ୍କ ଗର୍ଭରେ ପୁଅ କିମ୍ବା ଝିଅ ଥିବା କଥା ପଚାରିଥିଲେ। କିନ୍ତୁ ଜଣେ ଋଷି ଶାମ୍ବଙ୍କର ଏହି ଛଦ୍ମବେଶ ଧାରଣ କରିବା ବିଷୟରେ ଜାଣିପାରିଥିଲେ ଏବଂ ରାଗିଯାଇ ଏକ ଲୁହାର ତୀର ଜନ୍ମ ଦେବା ସହ କୁଳର ସର୍ବନାଶ ହେବା ପାଇଁ ଅଭିଶାପ ଦେଇଥିଲେ । ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ସେ ପ୍ରଭାସ ନଦୀରେ ଏକ ତମ୍ବାର ତୀରକୁ ଗୁଣ୍ଡ କରି ଭସାଇ ଦେଇଥିଲେ। ସେହି ଗୁଣ୍ଡକୁ ନଦୀରେ ଗୋଟିଏ ମାଛ ଗିଳି ଦେଇଥିଲା।

shreekrishnaଏହା ମଧ୍ୟରେ ଭଗବାନ ଶ୍ରୀକୃଷ୍ଣ ଜଙ୍ଗଲରେ ଧ୍ୟାନ ମୁଦ୍ରାରେ ଥିବା ସମୟରେ ହଠାତ୍ ସେଠାରେ ଏକ ପକ୍ଷୀ ସିକାରୀ ପହଞ୍ଚିଥିଲା। ସେ ଶ୍ରୀକୃଷ୍ଣଙ୍କୁ ହରିଣ ଭାବି ତୀର ଚଳାଇ ଦେଇଥିଲା, ଯାହା ଭଗବାନଙ୍କ ପାଦରେ ପଶି ସିଧା ମୁଣ୍ଡ ପର୍ଯ୍ୟନ୍ତ ଚାଲି ଯାଇଥିଲା। ଶେଷରେ ଭଗବାନ ନିଜର ମାନବ ଶରୀର ତ୍ୟାଗ କରି ବୈକୁଣ୍ଠ ଚାଲିଯାଇଥିଲେ। ଯେଉଁ ମାଛଟି ସେହି ତମ୍ବା ତୀରଟିକୁ ଗିଳି ଦେଇଥିଲା, ତା ପେଟରେ ଏକ ଛୋଟ ଧାତୁ ତିଆରି ହୋଇଯାଇଥିଲା। ସିକାରୀ ଜଣକ ସେହି ମାଛଟିକୁ ପାଇବା ପରେ ତା ପେଟରୁ ପାଇଥିବା ଧାତୁରେ ଏକ ତୀର ତିଆରି କରିଥିଲା। ସେହି ତୀରରେ ହିଁ ଭଗବାନ ଶ୍ରୀକୃଷ୍ଣଙ୍କ ସେହି ଅବତାରର ଅନ୍ତ ଘଟିଥିଲା। ଶେଷରେ ଦ୍ବାରକା ନଗରୀ ସମୁଦ୍ରରେ ବୁଡିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.