ଦେଶରେ ଉପୁଜିପାରେ ଯୁଦ୍ଧ ପରିସ୍ଥିତି, ଜାଣନ୍ତୁ ଭାରତ ପାଇଁ କେମିତି ରହିବ ହିନ୍ଦୁ ନବବର୍ଷ

ଚୈତ୍ର ମାସରେ ସୂର୍ଯ୍ୟ ଓ ଚନ୍ଦ୍ର ମୀନ ରାଶିର ଏକ ଅଂଶରେ ପ୍ରବେଶ କଲେ ସେହି ସମୟକୁ ଗ୍ରହ ସ୍ଥିତି ଅନୁସାରେ ତିଆରି ହେଉଥିବା କୁଣ୍ଡଳୀରୁ ଆସନ୍ତା ବର୍ଷ ବିଷୟରେ କୌଣସି ଦେଶ ସମ୍ପର୍କରେ ସୂଚନା ମିଳିଥାଏ। ଅର୍ଥାତ ଏହା କୌଣସି ଦେଶର ଭବିଷ୍ୟତ ବିଷୟରେ ଆଗୁଆ ଜଣାଇଦିଏ। ଆଜି ବା ମାର୍ଚ୍ଚ ୧୪ ତାରିଖରେ ଅପରାହ୍ନ ୨.୫୮ ରେ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମୀନ ରାଶିର ଗୋଟିଏ ଅଂଶରେ ଏକାଠି ହେବେ ସେତେବେଳେ ଭାରତୀୟ ସମୟ ଅନୁସାରେ କର୍କଟ ଲଗ୍ନ ଆରମ୍ଭ ହୋଇଥାଏ। ଆସନ୍ତୁ ଜାଣିବା ହିନ୍ଦୁ ନବବର୍ଷ କୁଣ୍ଡଳୀରେ ଭାରତ ବର୍ଷରେ କଣ ନୂଆ ରହିଛି …

Image result for prdictionଚୈତ୍ର ଶୁକ୍ଳ ପ୍ରତିପଦାର ଏହି କୁଣ୍ଡଳୀର ଦଶମ ଘରେ ଶୁଭ ଗ୍ରହ ଶୁକ୍ର ରହିଛନ୍ତି, ଯାହାଙ୍କୁ ରୋଗର ଗୁରୁ କୁହାଯାଏ। ଯାହା ଭାରତ ସରକାରଙ୍କ କରୋନା ରୋକିବା ପ୍ରୟାସ ସଫଳ ହେବ ବୋଲି ଜଣାଯାଇଛି।

ଭାଗ୍ୟ ଘରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟ ଶୁଭ ଫଳ ଦେବେ। ଫଳରେ କରୋନାର ଆତଙ୍କ କମ ହେବ।

Image result for coronavirus

ହିନ୍ଦୁ ନବ ବର୍ଷ କୁଣ୍ଡଳୀର ସପ୍ତମ ଘରେ ଅଧିଷ୍ଠାନ କରିଥିବା ଶନି ଓ ମଙ୍ଗଳ ଯୋଗୁ ଆଗାମୀ ଏକ ବର୍ଷ ଯାଏଁ ବେପାର, ବଣିଜ, ବୈବାହିକ ସମ୍ପର୍କ ଓ ପଡ଼ୋଶୀ ଦେଶ ସହ ସମ୍ପର୍କ ଏତେଟା ଭଲ ରହିବ ନାହିଁ।

ଜୁନ ଓ ଜୁଲାଇ ମାସରେ ପଡ଼ୁଥିବା ୩ଟି ବଡ଼ ଗ୍ରହଣ ଯୋଗୁ ଭାରତ ଓ ଚୀନର ସମ୍ପର୍କ ପ୍ରଭାବିତ ହେବ। ଏମିତିକି ଯୁଦ୍ଧ ପରିସ୍ଥିତି ମଧ୍ୟ ଉପୁଜିପାରେ।

Image result for war

ଚଳିତବର୍ଷ ବିଜ୍ଞାନ କ୍ଷେତ୍ରରେ ବଡ଼ ଉପଲବ୍ଧି ମିଳିପାରେ। ଭାରତର ବୈଜ୍ଞାନିକ ଅସାଧ୍ୟ ରୋଗର ଔଷଧ ତିଆରି କରି ସାରା ବିଶ୍ୱକୁ ଚକିତ କରିଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.