ମନରୁ କାରୋନା ଭୟ ଯାଇନଥିବାବେଳେ ଏବେ ହନ୍ତା ଭାଇରସ ଡର, ଜାଣନ୍ତୁ ଲକ୍ଷଣ ଏବଂ ରକ୍ଷା ପାଇବାର ଉପାୟ

କାରୋନା ଭାଇରସର ଭୟ ଆଉ ପ୍ରକୋପ ଲୋକଙ୍କ ମନରେ ପୂରା ବସା ବାନ୍ଧି ରହିଲାଣି। ଆପଣମାନେ ଜାଣିଥିବେ କେଉଁଭଳି ଭାବେ ଏହି ଭାଇରସ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ଖେଳୁଛି। ଏବେ ପର୍ଯ୍ୟନ୍ତ ଏହି ଭାଇରସ କାରଣରୁ ପ୍ରାୟ ୨୪ ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ଏଥିସହିତ ଏହି ଭାଇରସ ପାଖପାଖି ୫ ଲକ୍ଷଙ୍କୁ ସଂକ୍ରମିତ କରିସାରିଛି। କାରୋନାର ଭୟ ଏବେ ଲୋକଙ୍କ ମନରେ ଭୟ ଖେଳାଇଥିବାବେଳେ ଏବେ ଏକ ନୂଆ ଭାଇରସ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି ନୂଆ ଭାଇରସର ନାମ ହେଉଛି ହନ୍ତା ଭାଇରସ। ଆପଣ ଆଉ ଗୋଟେ କଥା ଜାଣିଲେ ଆହୁରି ଚିନ୍ତାରେ ପଡିବେ ଯେ ଏହି ନୂଆ ଭାଇରସ ମଧ୍ୟ ଚୀନରୁ ହିଁ ସାମ୍ନାକୁ ଆସିଛି। ଏହି ଖତରନାକ ଭାଇରସ କାରଣରୁ ଚୀନରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାଇ ଏହି ଭାଇରସ ଛୋଟ କୀଟ ମୂଷାଙ୍କ ଦ୍ଵାରା ବ୍ୟାପୁଛି। ଭାରତରେ ପ୍ରଥମରୁ ହିଁ ସ୍ୱାଇନ ଫ୍ଲୁ ଏବଂ ବାର୍ଡ ଫ୍ଲୁ ଭାଇରସ ପ୍ରତି ବର୍ଷ ନିଜର ପ୍ରକୋପ ଦେଖଉଥିଲେ। ଆଉ ଏବେ ପ୍ରଥମ ଥର କାରୋନା ଆଉ ଏବେ ପୁଣି ନୂଆ ଭାଇରସ ହନ୍ତା। ତାହେଲେ ଏବେ ଆସନ୍ତୁ ଜାଣିବା ଏହି ଭାଇରସ ସହ ଜଡିତ କିଛି ଅଧିକ ତଥ୍ୟ ବିଷୟରେ।

hantavirusକଣ ଏହି ହନ୍ତା ଭାଇରସ?

ମୂଷାଙ୍କ କାରଣରୁ ବ୍ୟାପୁଥିବା ଏହି ଭାଇରସ ଯାହା ସଂକ୍ରମଣ ପରିବାରର ହିଁ ଜଣେ ସଦସ୍ୟ। ଏହା ବହୁତ ଭୟଙ୍କର ରୋଗକୁ ଜନ୍ମ ଦେଇପାରେ। ଯେତେବେଳେ କୌଣସି ମୂଷାର ମୂତ୍ର କିମ୍ବା ଲାଳ କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥାଏ ସେତେବେଳେ ଏହି ଭାଇରସ ବ୍ୟାପିଥାଏ।

କଣ ହନ୍ତା ଭାଇରସର ଲକ୍ଷଣ?

ମୁଣ୍ଡ ବ୍ୟଥା, ପେଟ ଯନ୍ତ୍ରଣା, ନିଶ୍ୱାସ ନେବାରେ କଷ୍ଟ, ବଲଗମ, ମାଂଶପେଶୀରେ ଯନ୍ତ୍ରଣା, ଥକାପଣ, ଜ୍ୱର, ଥଣ୍ଡା, ବାନ୍ତି, ଅସ୍ତବ୍ୟସ୍ତ ଲାଗିବା, କୌଣସି ଚିକିତ୍ସା ଅଭାବରୁ ମୃତ୍ୟୁ ଆଦି।

Ratହନ୍ତା ଭାଇରସ ଠାରୁ ରକ୍ଷା ପାଇବାର ଉପାୟ

  • ମୂଷାଙ୍କ ସଂଖ୍ୟା କମ କରନ୍ତୁ। ଘରୁ ମୂଷାଙ୍କ ଉତ୍ପାତ ବନ୍ଦ କରନ୍ତୁ। କୌଣସି ବି ବ୍ୟକ୍ତି ମୂଷାଙ୍କ ମଳ ମୂତ୍ର କିମ୍ବା ଲାଳ ସମ୍ପର୍କରେ ନ ଆସିବା। ମୂଷା ଆସୁଥିବା ବାଟକୁ ବନ୍ଦ କରିଦିଅନ୍ତୁ।
  • ଏହି ଭାଇରସ ମଧ୍ୟ ପ୍ଲାଷ୍ଟିକ ଧାତୁ ଉପରେ ବହୁତ ସମୟ ଯାଏଁ ଜୀବିତ ରହିଥାଏ। ଏଥିପାଇଁ ପ୍ଲାଷ୍ଟିକ ଧାତୁ ଠାରୁ ଯଥା ସମ୍ଭବ ଦୁରେଇ ରୁହନ୍ତୁ। ଅଳିଆ ଠିକ ସମୟରେ ଫୋପାଡନ୍ତୁ ଏବଂ ପାଣି ଜମା କରି ରଖନ୍ତୁ ନାହିଁ।
  • ଘରେ କାଠ ଜିନିଷ ଏକାଠି କରି ରଖନ୍ତୁନାହିଁ କାହିଁକିନା ମୂଷା ଏଥିରେ ନିଜ ଗାତ କରି ରହିପାରନ୍ତି।
  • ଯଦି ଘରର ଆଖପାଖରେ କୌଣସି ମୂଷା ମରିଯାଇଥାଏ ତେବେ ସେହି ସ୍ଥାନକୁ ଭଲଭାବରେ ପରିସ୍କାର କରନ୍ତୁ। ଏହାପରେ ହାତକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲଭାବେ ଧୁଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.