Below header

ଆମେରିକାରେ ହାହାକାର: ୨୪ ଘଣ୍ଟାରେ ୩୯୮ ଜଣଙ୍କ ମୃତ୍ୟୁ, ୧୮ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଆମେରିକାରେ ହାହାକାର । ୨୪ ଘଣ୍ଟାରେ ୧୮ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୪ ଘଣ୍ଟାରେ ୩୯୮ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଆମେରିକାରେ କରୋନା ଯୋଗୁ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏକ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ୍‌ ଯୋଗୁ ସଂକ୍ରମିତ ହୋଇଛନ୍ତି । ଆମେରିକାର ନ୍ୟୁୟର୍କ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ମୋଟ୍‌ ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ନ୍ୟୁୟର୍କର ବୋଲି ଜଣାପଡ଼ିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି, ଏହି ଭାଇରସ୍‌ ବିରୋଧରେ ଯୁଦ୍ଧ ପାଇଁ ଯୋଜନା କରାଯାଉଛି । ଆମେରିକା ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଓ ନିର୍ଦ୍ଧାରିତ ସତର୍କତା ମାଧ୍ୟମରେ ଦୃଢତାର ସହ ଏହାର ସାମ୍ନା କରୁଛି।

CORONA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.