ମାନ୍ଦାବସ୍ଥା ଭିତରେ ପୂରା ବିଶ୍ୱ, ୨୦୦୯ ଠାରୁ ବି ସ୍ଥିତି ଗମ୍ଭୀର : କ୍ରିଷ୍ଟଲିନା ଜାର୍ଜିଏବା

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଭିତରେ ପୂରା ବିଶ୍ୱ । ୨୦୦୯ ଠାରୁ ବି ସ୍ଥିତି ଗମ୍ଭୀର । ଏହା କହିଛନ୍ତି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟଲିନା ଜାର୍ଜିଏବା । ସେ କହିଛନ୍ତି ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଭିତରେ ଥିବା ସ୍ପଷ୍ଟ ହୋଇଛି । କରୋନା ଭାଇରସ୍‌ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପଛକୁ ଠେଲି ଦେଇଛି । ବିକାଶଶୀଳ ଦେଶକୁ ସାହାଯ୍ୟ ପାଇଁ ବହୁଳ ମାତ୍ରାରେ ଅର୍ଥର ଆବଶ୍ୟକତା ରହିଛି । ବର୍ତ୍ତମାନ ଯେପରି ସଙ୍କଟ ରହିଛି, ଆଇଏମ୍‌ଏଫ୍‌ ଅନୁସାରେ ୨.୫ ଟ୍ରିଲିୟନ୍‌ ଅର୍ଥର ଆବଶ୍ୟକ । ୮୦ରୁ ଅଧିକ ଦେଶ ଆଇଏମ୍‌ଏଫ୍‌କୁ ଜରୁରୀକାଳୀନ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଯଦି ଏହି ଭାଇରସ୍‌କୁ ନିୟନ୍ତ୍ରଣ କରାଯାଏ, ତେବେ ୨୦୨୧ ବେଳକୁ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ ବୋଲି ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.