କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ଶୁଭ କାର୍ଯ୍ୟ, ଦୂର ହେବ ସବୁ ଦୁଃଖ କଷ୍ଟ

ଚଳିତବର୍ଷ ନଭେମ୍ବର ୩୦ ଅର୍ଥାତ୍‌ ସୋମବାର ପଡ଼ୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଦିନ କାର୍ତ୍ତିକ ମାସ ଶେଷ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ହିଁ ଗୁରୁ ନାନକଙ୍କ ଜୟନ୍ତୀ ପାଳିତ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀ ତଥା ପବିତ୍ର ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରମ୍ପରା ରହିଛି।

ମାନ୍ୟତା ରହିଛି ଯେ ଏହି ଦିନ ପ୍ରାତଃରୁ ଉଠି ସ୍ନାନ, ଶୌଚ ସାରି ଶୁଭ ମୁହୂର୍ତ୍ତରେ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ସବୁ ଦୁଃଖ ଦୂର ହୁଏ। ଏଥିସହ ଧନ ଅଭାବ ମଧ୍ୟ ରହେ ନାହିଁ। ପୌରାଣିକ କଥା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବତାମାନେ ଦୀପାବଳି ପାଳିଥାନ୍ତି। ଏଣୁ ଏହାକୁ ଦେବ ଦୀପାବଳି ମଧ୍ୟ କୁହାଯାଏ। ଭଗବାନ ଶିବ ଏହି ଦିନ ତ୍ରିପୁରାସୁରକୁ ବଧ କରିଥିଲେ। ଏଣୁ ସେହି ଦିନକୁ ମନେ ପକାଇବା ପାଇଁ କାର୍ତ୍ତିକା ପୂର୍ଣ୍ଣିମା ହର୍ଷୋଲ୍ଲାସ ସହ ପାଳିତ ହୁଏ।

କାର୍ତ୍ତିକ ପୂର୍ଣ୍ଣିମାରେ ଏସବୁ କାମ କଲେ ମିଳେ ଶୁଭଫଳ:

୧. କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ, ଦୀପଦାନ, ପୂଜା, ଆଳତି, ହୋମ ଓ ଦାନର ମହତ୍ତ୍ୱ ରହିଛି।
୨.ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ। ଶୁଭ ମୁହୂର୍ତ୍ତରେ ସତ୍ୟନାରାୟଣ କଥା ପାଠ କରିବା ଉଚିତ।
୩.ଦେବ ଦୀପାବଳି ଦିନ ସକାଳୁ ଜଲଦି ଉଠି ସ୍ନାନ କରିବା ଉଚିତ। ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କ ଧ୍ୟାନ କରି ଜଳ ଅର୍ପଣ କରନ୍ତୁ।
୪. ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଏଥିସହ ମା’ ପାର୍ବତୀ, କାର୍ତ୍ତିକେୟ, ଗଣେଶ ଓ ନନ୍ଦୀଙ୍କ ଆରାଧନା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.