ମରିବା ପରେ ମୃତ ଶରୀରରେ ରକ୍ତ କାହିଁକି ନଥାଏ ଜାଣନ୍ତୁ

ବିଜ୍ଞାନ ଅନୁସାରେ ମୃତ୍ୟୁର ପରେ ମଧ୍ୟ ଶରୀରରେ ୭ଟି ପରିବର୍ତ୍ତନ ହେଉଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ କିଛି ଅଜଣା କଥା କହିବୁ ଯେଉଁଥିରେ ଆପଣ ଜାଣିବେ ଯେ ମୃତ୍ୟୁ ପରେ ମୃତ ଶରୀରରେ କେଉଁ କେଉଁ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଏହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମୃତ୍ୟୁ ଏକ ଏମିତି ରହସ୍ୟ, ଯାହା ବିଷୟରେ କେହିବି ଜାଣିନାହାଁନ୍ତି। କିଏ, କେତେବେଳେ ଆଉ କେମିତି ମୃତ୍ୟୁବରଣ କରିବେ ତାହା କେହି ବି ଜାଣିନାହାଁନ୍ତି। ମରିବା ପରେ ଆତ୍ମା ଏବଂ ଜୀବନକୁ ନେଇ ଅନେକ ପ୍ରକାରର ମାନ୍ୟତା ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ମୃତ୍ୟୁ ପରେ ବଦଳିଯାଏ ଶରୀରର ରଙ୍ଗ।

ମରିବା ପରେ ସବୁ ମୃତ ଶରୀରର ରଙ୍ଗ ବହୁତ ଜଲଦି ବଦଳିବାକୁ ଲାଗିଥାଏ। ସର୍ବପ୍ରଥମେ ରକ୍ତର ପ୍ରବାହ ବନ୍ଦ ହେବା ପରେ ହିଁ ବଡିର ରଙ୍ଗ ନୀଳ ପଡିବାକୁ ଲାଗିଥାଏ। ଏହାପରେ ରକ୍ତ ପାଣିରେ ବଦଳିବାକୁ ଲାଗିଥାଏ ଏବଂ ଶରୀରର ରଙ୍ଗ ହଳଦିଆ ପଡିଯାଏ। ଏଥିସହିତ ମୃତ ଶରୀର ଥଣ୍ଡା ପଡିଯାଏ।

ମୃତ୍ୟୁ ହେବା ପରେ ବ୍ଲଡ ସାର୍କୁଲେସନ ବନ୍ଦ ହୋଇଯାଏ। ଆଉ ଏହାଦ୍ୱାରା ମସ୍ତିଷ୍କ ପର୍ଯ୍ୟନ୍ତ ଅକ୍ସିଜେନ ପହଁଚିପାରିନଥାଏ। ଏମିତିରେ ସର୍ବପ୍ରଥମେ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ। କିନ୍ତୁ ଏହା ସତ୍ତ୍ୱେ ସ୍କିନର ଅନେକ ଗୁଡିଏ ସେଲ୍ସ କାମ କରୁଥାଏ। କିଛି ସେଲ୍ସ କେଇ ଦିନରେ ମରିଯାଇଥାଏ, କିନ୍ତୁ ଆଉ କିଛି ସେଲ୍ସ ଅଛି ଯାହା ଅନେକ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ।

ଆମ ଶରୀର ଭିତରେ ଏମିତି ଅନେକ ଏପରି ସୂକ୍ଷ୍ମ ଜୀବ ରହିଛି ଯାହା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ଶରୀରରେ ଜୀବିତ ରହିଥାଏ। ଯେଉଁଥିରେ ପାରାସାଇଟିକ ମଧ୍ୟ ରହିଥାଏ, ଯାହା ଭୋଜନକୁ ଡାଇଜେଷ୍ଟ କରିବାରେ ସାହାଯ୍ୟ କରିଥାଏ। ମୃତ୍ୟୁ ପରେ ମଧ୍ୟ ଏହା ଅନ୍ତରେ ଜୀବିତ ରହି କାର୍ଯ୍ୟ କରିଥାଏ, ଯାହାଦ୍ୱାରା ଶରୀରରେ ଗ୍ୟାସ ତିଆରି ହୋଇଥାଏ ଏବଂ ଅନେକ ଥର ମରିବା ପରେ ଶରୀର ଫୁଲିବାକୁ ଲାଗିଥାଏ।

ମୃତ୍ୟୁ ପରେ ମଧ୍ୟ ଶରୀରରେ ମୂତ୍ର ନିର୍ଗତ ପ୍ରକ୍ରୀୟା କାମ କରୁଥାଏ କାହିଁକିନା ସେହି ବ୍ଲଡ ସାର୍କୁଲେସନ ବନ୍ଦ ହୋଇଯିବା ଦ୍ୱାରା ମସଲ୍ସ ଟାଣ ହେବାକୁ ଲାଗିଥାଏ। ଏହାର କିଛି ସମୟ ପରେ ଯେତେବେଳେ ମସଲ୍ସ ଲୋଚାକୋଚା ହେବାକୁ ଲାଗିଥାଏ, ଆଉ ଏହି ସମୟରେ ମୂତ୍ର ନିର୍ଗତ କ୍ରୀୟା ହୋଇଥାଏ।

ତେବେ କୁହାଯାଏ ଯେ ମୃତ୍ୟୁ ପରେ ନଖ ବଢ଼ିଥାଏ, କିନ୍ତୁ ଏହି ଗ୍ରୋଥ୍‌ ଶରୀରର ଭିତରେ ହେଉଥିବା ପରିବର୍ତ୍ତନ ଠାରୁ ନୁହେଁ ବରଂ ସ୍କିନ ସଢ଼ିବା କାରଣରୁ ହୋଇଥାଏ। ଆଉ ଠିକ ଏହିଭଳି ହିଁ କେଶ ମଧ୍ୟ ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.