ହନୁମାନ ଚାଳିସା ପଢ଼ିବାର ବି ରହିଥାଏ ନିୟମ, ନମାନିଲେ କ୍ରୋଧିତ ହୋଇଯାନ୍ତି ବଜରଙ୍ଗବଲୀ

କଳିଯୁଗରେ ମଧ୍ୟ ହନୁମାନ ଜୀବନ୍ତ ଅଛନ୍ତି ଏବଂ ନିଜ ଭକ୍ତଙ୍କର ଦୁଃଖ ଯନ୍ତ୍ରଣାକୁ ଦୂର କରୁଛନ୍ତି। ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ମନ୍ଦିରରେ ଭକ୍ତଙ୍କର ଭିଡ ଜମିଥାଏ। ଅନେକ ଲୋକ ପ୍ରତିଦିନ ସୁନ୍ଦରାକାଣ୍ଡ ଏବଂ ହନୁମାନ ଚାଳିସାର ପାଠ କରନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ହନୁମାନ ଚାଳିସା ପଢ଼ିବାରେ ମଧ୍ୟ ଅନେକ ଗୁଡିଏ ନିୟମ ରହିଛି। ଆଉ ଯଦି ଆପଣ ଏ ନିୟମକୁ ନମାନନ୍ତି ତାହେଲେ ବଜରଙ୍ଗବଲୀ ଆପଣଙ୍କ ଉପରେ କ୍ରାଧିତ ହୋଇଯାଇପାରନ୍ତି। ତାହେଲେ ଆସନ୍ତୁ ଜାଣିବା କଣ ସେହି ନିୟମ ଯାହାକୁ ଜାଣିବା ନିହାତି ଆବଶ୍ୟକ। ନଚେତ ଫଳ ବଦଳରେ ଓଲଟା କଷ୍ଟ ଭୋଗି ପାରନ୍ତି ଆପଣ।

ଜାଣନ୍ତୁ କେବେ କରିବା ଉଚିତ ହନୁମାନ ଚାଳିସା ପାଠ ?

ହନୁମାନ ଚାଳିସାର ପାଠ ସୂର୍ଯ୍ୟେଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ କରିବା ଉଚିତ। ହନୁମାନ୍‌ ଚାଳିସାର ପାଠ ମଙ୍ଗଳବାର ଏବଂ ଶନିବାର ଦିନ ଆରମ୍ଭ କରିବା ଉଚିତ। ଯଦି ଆପଣ ବ୍ରହ୍ମ ମୂହୁର୍ତ୍ତରେ ହନୁମାନ ଚାଳିସା ପାଠ କରନ୍ତି ତ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

କେତେ ଥର ହନୁମାନ ଚାଳିସା ପାଠ କରିବା ଉଚିତ୍‌?

ହନୁମାନ ଚାଳିସା ପାଠ ନିଜର ଶ୍ରଦ୍ଧାନୁସାରେ ୭,୧୧,୨୧,୪୦ ଏବଂ ୧୦୮ ଥର ଆପଣ କରିପାରିବେ। ହନୁମାନ ଚାଳିସାର ପାଠ ମଙ୍ଗଳବାର ଦିନ ଆରମ୍ଭ କରିବା ବହୁତ ଶୁଭ ବୋଲି ଧରାଯାଏ।

ନିୟମିତ ପାଠ ଦ୍ୱାରା କଣ ମିଳିଥାଏ ଫାଇଦା ଜାଣନ୍ତୁ ?

ହନୁମାନ ଚାଳିସାକୁ ନିୟମିତ ପାଠ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ। ନକାରାତ୍ମକତା ଦୂର ହୋଇ ସକାରାତ୍ମକତା ଶକ୍ତି ବୃଦ୍ଧି ପାଇଥାଏ। ନୂତନ ଶକ୍ତିର ସଞ୍ଚାର ହୋଇଥାଏ। ଭୟ, ବିକାର ଏବଂ ଡର ଦୂର ହୋଇଥାଏ। ତାସହିତ ଆର୍ଥିକ, ଶାରିରୀକ ଏବଂ ମାନସିକ ସମସ୍ୟା ଶେଷ ହୋଇଥାଏ। ସୁଖ ଏବଂ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ। ମୁଖରେ ସବୁବେଳେ ସ୍ପଷ୍ଟିକତା ରହିଥାଏ ଏବଂ ଘରେ ସର୍ବଦା ଶାନ୍ତି ରହିଥାଏ।

ଜାଣନ୍ତୁ ହନୁମାନ ଚାଳିସା ପାଠ କେମିତି କରିବେ?

ହନୁମାନ ଚାଳିସା ପଢ଼ିବା ପୂର୍ବରୁ ବଜରଙ୍ଗବଲୀଙ୍କ ଫଟୋକୁ କପଡା ଉପରେ ବିରାଜମାନ କରନ୍ତୁ। ଏହାପରେ ଗୁଆ ଘିଅରେ ଦୀପ ଜଳାନ୍ତୁ। ହନୁମାନ ଚାଳିସା ପାଠ କରିବା ସମୟରେ ଲାଲ ଆସନ ଉପରେ ବସାନ୍ତୁ। ସଫ-ସୁତୁରା ପ୍ରତି ଧ୍ୟାନ ରଖନ୍ତୁ। ସୁସ୍ଥ ବାତାବରଣ ଏବଂ ଶାନ୍ତ ମନରେ ହନୁମାନ ଚାଳିସା ପାଠ କରନ୍ତୁ। ହନୁମାନ ଚାଳିସାର ପାଠ ସମ୍ପୂର୍ଣ୍ଣ ହେବା ପରେ ବୁନ୍ଦି ଲଡୁ ଭୋଗ ଲଗାନ୍ତୁ। ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିସା ପାଠ କରିବା ଦ୍ୱାରା ମଙ୍ଗଳଦୋଷ, ସାଢ଼େସାତି ଭଳି ଦୋଷ ଆଦିର ନିବାରଣ ହୋଇଥାଏ।

ନୋଟ : ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ସାମାନ୍ୟ ତଥ୍ୟକୁ ନେଇ ଆଧାରିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.