ଇତିହାସର ଏହି ଦୁଇ ରାଣୀ ଥିଲେ ଅପୂର୍ବ ସୁନ୍ଦରୀ, ଯାହାଙ୍କୁ ପାଇବାକୁ ରାଜାମାନେ କରିଥିଲେ ଏପରି କାମ

ଭାରତୀୟ ଇତିହାସରେ ଦୁଇଜଣ ଏପରି ସୁନ୍ଦରୀ ରାଣୀ ଥିଲେ, ଯାହାଙ୍କୁ ଆଜି ବି ମନେ ପକାନ୍ତି କୋଟି କୋଟି ଭାରତୀୟ। ସେମାନଙ୍କ ସୁନ୍ଦରତା ଆଜି ବି ଉଜ୍ଜୀବିତ ରହିଛି ପ୍ରତ୍ୟେକଙ୍କ ମନରେ। ଦୁହେଁ ଅପୂର୍ବ ସୁନ୍ଦରୀ ଥିଲେ। ସେମାନଙ୍କୁ ପାଇବା ପାଇଁ ରାଜାମାନେ ପାଗଳ ପ୍ରାୟ ହେଉଥିଲେ। ଆଜି ଆମେ ଆପଣଙ୍କୁ ସେହି ଦୁଇ ସୁନ୍ଦରୀ ନାରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ପାଇଁ ଘଟିଥିଲା ଅନେକ ଯୁଦ୍ଧ ଆଉ ଲଢ଼େଇ।

raj5

ରାଣୀ ପଦ୍ମିନୀ

ଇତିହାସର ସବୁଠାରୁ ସୁନ୍ଦରୀ ରାଣୀଙ୍କ ମଧ୍ୟରେ ଜଣେ ଥିଲେ ଚିତୌଡ଼ର ମହାରାଣୀ ପଦ୍ମିନୀ। ତାଙ୍କ ସୁନ୍ଦରତାକୁ ଯିଏ ଥରେ ଦେଖୁଥିଲା, ସେ ଦେଖିକି ହିଁ ରହିଯାଉଥିଲା। ତାଙ୍କୁ ପାଇବା ପାଇଁ ମୋଗଲ ବାଦଶାହ ଆଲ୍ଲାଉଦ୍ଦୀନ ଖିଲିଜୀ ୮ ମାସ ପଯ୍ୟର୍ନ୍ତ ଚିତୌଡ଼ର ସୀମାରେ ଯୁଦ୍ଧ କରିଥିଲେ। ତଥାପି ସେ ରାଣୀଙ୍କୁ ପାଇପାରି ନ ଥିଲେ। ଯେତେବେଳେ ଖିଲିଜୀ ଉତ୍ତରରେ ପହଞ୍ଚିବାକୁ ଥିଲେ, ରାଣୀ ପଦ୍ମିନୀ ଆତ୍ମସମର୍ପଣ କରିଦେଇଥିଲେ।

ଏହାସହ ପଢ଼ନ୍ତୁ: ଆସୁଛି ନବରାତ୍ରୀ, ଜାଣନ୍ତୁ କେଉଁ ଦିଗରେ ପୂଜା କଲେ କେଉଁ ଫଳ ପ୍ରାପ୍ତି ହୁଏ

raj4

rja2

ଯୋଧା ବାଈ

ଯୋଧା ଜଣେ ହିନ୍ଦୁ ରାଜାଙ୍କ ଝିଅ ଥିଲେ। ସେ ବହୁତ ସୁନ୍ଦରୀ ଏବଂ ଆକର୍ଷଣୀୟ ଥିଲେ। ତାଙ୍କ ସୁନ୍ଦରତାର ଚର୍ଚ୍ଚା ସବୁ ରାଜ୍ୟ, ସବୁ ସହରରେ ହେଉଥିଲା। ଅନେକ ରାଜା ତାଙ୍କୁ ପାଇବାକୁ ଚାହୁଁଥିଲେ। ଏପରି କି, ତାଙ୍କ ପାଇଁ ମରିବାକୁ ବି ପ୍ରସ୍ତୁତ ଥିଲେ। ସେହି ସମୟରେ ଭାରତରେ ମୋଗଲ ସୁଲତାନ ଆକବରଙ୍କ ରାଜତ୍ୱ ଚାଲିଥିଲା। ଯୋଧାଙ୍କ ସୁନ୍ଦରତା ଦେଖି ଆକବର ତାଙ୍କ ଉପରେ ବିମୋହିତ ହୋଇଯାଇଥିଲେ। ତାଙ୍କୁ ପାଇବା ପାଇଁ ସେ ଆମେର ଉପରେ ଆକ୍ରମଣ କରିଥିଲେ। ଶେଷରେ ରାଜ୍ୟକୁ ବଞ୍ଚାଇବା ପାଇଁ ଯୋଧାଙ୍କ ପିତାଙ୍କୁ ଝିଅର ବିବାହ ଆକବରଙ୍କ ସହିତ କରିବାକୁ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.