ଜାଣନ୍ତୁ କେଉଁ ଦେଶରେ ସବୁଠୁ ଅଧିକ ଓ କମ୍ ସ୍ପିଡ୍‌ରେ ଗାଡ଼ି ଚଲାଇପାରିବେ

କେଉଁ ଦେଶରେ କେତେ ଗତିବିଧିରେ ଗାଡି ଚଲାଇବେ ଓ ଏହା ସହ କେଉଁ ଦେଶରେ ସବୁଠାରୁ ଅଧିକ ବେଗରେ ଗାଡି ଚଲାହୁଏ ତାହା ଏଠାରେ ଜାଣନ୍ତୁ ।

ଏବେ ଅନ୍ୟ ଦେଶର ରାସ୍ତା ପରି ଭାରତର ରାସ୍ତା ମଧ୍ୟ ତିଆରି କରାଯାଉଛି । ଯେଉଁଥିରେ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ କାରରେ ୧ ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବେ । ହେଲେ ଗାଡ଼ି ଚଳାଇବାର ସ୍ପିଡ୍‌ ନିଜ ପାଇଁ ହାନିକାରକ ହୋଇଥାଏ । ସେଥିପାଇଁ ଦେଶର ସମସ୍ତ ରାସ୍ତା ପାଇଁ ଭିନ୍ନ ଭିନ୍ନ ଗତି ସୀମା ନିର୍ଦ୍ଧାରିତ କରାଯାଇଛି । ଯଦିଓ ଗାଡିର ଗତି ନିର୍ଦ୍ଧାରିତ ସୀମାରୁ ଅଧିକ ଯିବ ତେବେ ଆପଣଙ୍କ ଫୋନ୍‌କୁ ସାଙ୍ଗେ ସାଙ୍ଗେ ମେସେଜ ଆସିଯିବ । କେଉଁ ଦେଶରେ କେତେ ଗତିବିଧିରେ ଗାଡି ଚଲାଇବେ ଓ ଏହା ସହ କେଉଁ ଦେଶରେ ସବୁଠାରୁ ଅଧିକ ବେଗରେ ଗାଡି ଚଲାହୁଏ ତାହା ଏଠାରେ ଜାଣନ୍ତୁ ।

ଜର୍ମାନୀରେ ଗାଡି ଚଲାଇବାର କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ :
ଜର୍ମାନୀରେ ଏପରି କିଛି ସ୍ଥାନ ଅଛି ଯେଉଁଠି ଗାଡି ଚଲାଇବା ସୀମା ନାହିଁ । ଏହା ଆପଣାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ କିନ୍ତୁ ଏହି ରାସ୍ତାରେ ଆପଣ ମନ ଇଚ୍ଛା ଗାଡି ସ୍ପିଡ୍‌ରେ ଚଲାଇ ପାରିବେ । ସେଥିପାଇଁ ସ୍ଫିଡ୍‌ ଗାଡି ଚଲେଇବାରେ ଜର୍ମାନୀ ପ୍ରଥମ ସ୍ଥାନରେ ଅଛି ।

ୟୁଏଇ ରେ ୧ ଘଣ୍ଟା ରେ ୧୬୦ କିଲୋମିଟର ସୀମା ନିର୍ଦ୍ଧାରଣ କରିପାରିବେ :
ସେଠାରେ ପ୍ରତି ଏକ ଘଣ୍ଟାରେ ୧୬୦ କିଲୋମିଟରରେ ଗାଡି ଚଲାଇ ପାରିବେ । ହେଲେ ଏହି ସ୍ଫିଡ୍‌ ଲିମିଟ୍‌ କିଛି ସ୍ଥାନରେ ଲାଗୁ କରାଯାଇଛି । ବିଶ୍ୱ ପରିସଂଖ୍ୟାନ ଅନୁଯାୟୀ ଟ୍ଵିଟର ହ୍ୟାଣ୍ଡେଲରୁ ସ୍ଫିଡ୍‌ ସୀମା ବିଷୟରେ ଏହି ନିୟମ ଗୁଡିକ କରାଯାଇଛି ।

ଏହା ହେଉଛି ସବୁ ଠାରୁ ଅଧିକ ସ୍ଫିଡ୍‌ରେ ଗାଡି ଚଲାଇବା ଦେଶ :
ବୁଲଗେରିଆ- ୧୪୦ କିଲୋମିଟର
କାଜାଖସ୍ତାନ-୧୪୦ କିଲୋମିଟର
ପୋଲାଣ୍ଡ-୧୪୦ କିଲୋମିଟର
ସାଉଦି ଆରବ-୧୪୦ କିଲୋମିଟର
ତୁର୍କୀ-୧୩୭ କିଲୋମିଟର
ଆମେରିକା-୧୩୦ କିଲୋମିଟର
ଋଷିଆ-୧୩୦ କିଲୋମିଟର
ରୋମାନିୟା-୧୩୦ କିଲୋମିଟର
ସର୍ବିଆ-୧୩୦ କିଲୋମିଟର
ନେଦରଲ୍ୟାଣ୍ଡ-୧୩୦ କିଲୋମିଟର

ଏହା ହେଉଛି ସବୁଠାରୁ କମ୍‌ ସ୍ଫିଡ୍‌ରେ ଗାଡି ଚଲାଇବା ଦେଶ :
ବାଙ୍ଗାଲାଦେଶ-୮୦ କିଲୋମିଟର
ତଞ୍ଜାନିୟା-୮୦ କିଲୋମିଟର
ମକାଉ-୮୦ କିଲୋମିଟର
ସିଙ୍ଗାପୁର-୯୦ କିଲୋମିଟର
ଆଇସାଲ୍ୟାଣ୍ଡ-୯୦ କିଲୋମିଟର
ନାଇଜେରିୟା-୧୦୦ କିଲୋମିଟର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.